ଓଡିଶା

odisha

ETV Bharat / politics

ପ୍ରାର୍ଥୀ ଘୋଷଣା କଲା ସିପିଆଇ(ଏମ), ଭୁବନେଶ୍ବର ଲୋକସଭା ଆସନରୁ ଲଢିବେ ସୁରେଶ ପାଣିଗ୍ରାହୀ - Candidate List Of CPIM - CANDIDATE LIST OF CPIM

Candidate List Of CPI(M): ଆସନ୍ତା ନିର୍ବାଚନ ପାଇଁ ସିପିଆଇ(ଏମ) ପ୍ରାର୍ଥୀ ଘୋଷଣା କରିଛି । କେତେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ମଧ୍ୟ ଘୋଷଣା କରିଛି ଦଳ । ଅଧିକ ପଢନ୍ତୁ

Candidate List
Candidate List

By ETV Bharat Odisha Team

Published : Apr 18, 2024, 3:42 PM IST

Candidate List

ଭୁବନେଶ୍ବର:ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସିପିଆଇ(ଏମ) ପ୍ରାର୍ଥୀ ଘୋଷଣା କରିଛି । ଚଳିତ ସାଧାରଣ ନିର୍ବାଚନରେ 7 ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପାର୍ଥୀ ଘୋଷଣା କରିଛି ସିପିଆଇ(ଏମ)। ଭୁବନେଶ୍ବର ଲୋକସଭା ଆସନରୁ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସିପିଆଇ(ଏମ) ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । ସେହିପରି ବଣାଇରୁ ଲକ୍ଷଣ ମୁଣ୍ଡା, ନୀଳଗିରିରୁ ଯୋଗାନନ୍ଦ ଦାସ, ରଣପୁରରୁ ସରୋଜ ନାୟକ, ଖୋର୍ଦ୍ଧାରୁ ଗିରିଶ ମହାରଣା ପ୍ରାର୍ଥୀ ହୋଇଛନ୍ତି । ସେହିପରି ସାଲେପୁରରୁ ବଦ୍ରିନାରାୟଣ ଦାସ, ମୋରଡାରୁ ମୃତ୍ୟୁଞ୍ଜୟ ବେହେରା ଏବଂ ଚିତ୍ରକୋଣ୍ଡାରୁ ରଘୁନାଥ ହୋନ୍ତାଳ ନିର୍ବାଚନୀ ଲଢ଼ିବେ। ଏହା ବାଦ୍ ବଣାଇ ବିଧାନସଭା ଆସନରେ ସିପିଆଇ(ଏମ)ର କଂଗ୍ରେସ ସହିତ ଆସନ ବୁଝାମଣା ହୋଇଛି । ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ ମଧ୍ୟ ସିପିଆଇ(ଏମ) କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଘୋଷଣା କରିଛି । ଅନ୍ୟ ଆସନରେ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳମାନଙ୍କର ବିକଳ୍ପ ପ୍ରାର୍ଥୀମାନଙ୍କୁ ସମର୍ଥନ ଦେବା ନେଇ ସିପିଆଇ(ଏମ) ଘୋଷଣା କରିଛି।


ସିପିଆଇ(ଏମ)ର ସମ୍ପାଦକ ଅଳୀ କିଶୋର ପଟ୍ଟନାୟକ କହିଛନ୍ତି, "ଓଡିଶାରେ ନବୀନ ସରକାରଙ୍କ 24 ବର୍ଷର ଶାସନରେ ରାଜ୍ୟବାସୀଙ୍କର ମୌଳିକ ସମସ୍ଯା ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ବେକାର ସମସ୍ୟା ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଜେପିର ଘନିଷ୍ଟ ମିତ୍ର ଭାବରେ ଏହି ଦଳ ଓ ସରକାର କାର୍ଯ୍ୟ କରୁଛନ୍ତି। ବିଜେପିର ସମସ୍ତ ଜନ ବିରୋଧୀ ବିଲ୍, ପ୍ରସଙ୍ଗ ଓ ନୀତିକୁ ବିଜେଡି ସରକାର ସମର୍ଥନ ଦେଇଆସିଛି। ଏହାସହ ଆସନ୍ତା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମେଣ୍ଟ ପାଇଁ ଚାଲିଥିବା କସରତରେ ବିଜେପି ଏବଂ ବିଜେଡିର ସମ୍ପର୍କ ରାଜ୍ୟବାସୀଙ୍କ ପାଖରେ ଆହୁରି ସ୍ପଷ୍ଟ ହୋଇଯାଇଛି।"

ଏହା ବି ପଢନ୍ତୁ...2024 ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ସିପିଆଇ, ବ୍ରଜରାଜନଗରରୁ ଲଢ଼ିବେ ରମେଶ ତ୍ରିପାଠୀ

ଏହା ବି ପଢନ୍ତୁ...CPIକୁ ଜଗତସିଂହପୁର ଲୋକସଭା ଆସନ ଛାଡିବ କଂଗ୍ରେସ ! - CPI Will Contest From Jagatsinghpur
ଏହା ବି ପଢନ୍ତୁ...ବଲାଙ୍ଗୀର ବିଧାନସଭା ଆସନରୁ ଆପ୍ ପ୍ରାର୍ଥୀ ହେଲେ ଆଶିଷ - Bolangir Assembly Constituency

ରାଜ୍ୟରେ ଏକ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ପାଇଁ ବିଜେଡ଼ିକୁ ପରାସ୍ତ କରିବା ପାଇଁ ସିପିଆଇ(ଏମ) ଆହ୍ଵାନ କରିଛି ବୋଲି କହିଛନ୍ତି ସିପିଆଇ(ଏମ)ର ସମ୍ପାଦକ ଅଳୀ କିଶୋର ପଟ୍ଟନାୟକ। ଏହାସହ ସେ କହିଛନ୍ତି, "ଆମେ ଲୋକଙ୍କ ପାଖକୁ ଯିବୁ। ଲୋକଙ୍କ ସମସ୍ୟା ବୁଝିବୁ। ଶ୍ରମିକ ମଜଦୁରଙ୍କ କଥା ବୁଝିବୁ। ଛାତ୍ରଙ୍କ ପାଖକୁ ଯିବୁ। ସମସ୍ତଙ୍କ କଥା ବୁଝିବୁ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details