ଓଡିଶା

odisha

ETV Bharat / politics

ପ୍ରାର୍ଥୀଙ୍କ ଅଜବ ଘୋଷଣା, ନିର୍ବାଚନ ଜିତିଲେ ମାଗଣାରେ ବାଣ୍ଟିବେ ବିୟର - Free Whiskey and Beer - FREE WHISKEY AND BEER

Free Whiskey and Beer: ମହାରାଷ୍ଟ୍ରରେ ସ୍ବାଧୀନ ପ୍ରାର୍ଥୀଙ୍କ ଅଜବ ଘୋଷଣା । ନିର୍ବାଚନରେ ବିଜୟୀ ହେଲେ ଗରିବ ଲୋକଙ୍କୁ ମାଗଣାରେ ଦେବେ ବିୟର ଓ ହ୍ବିସ୍କି । ଅଧିକ ପଢନ୍ତୁ

Vanita Raut
Vanita Raut

By ETV Bharat Odisha Team

Published : Apr 1, 2024, 9:51 AM IST

ମୁମ୍ବାଇ: ଲୋକସଭା ନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ଦେଉଛି ଦେଶର ରାଜନୀତି । ପ୍ରତିଦ୍ବନ୍ଦ୍ବୀ ଦଳ ଆରମ୍ଭ କରି ଦେଲେଣି ପ୍ରଚାର । ଭୋଟ ହାତେଇବାକୁ ମତଦାତାଙ୍କୁ ଦେଉଛନ୍ତି ଲୋଭନୀୟ ପ୍ରତିଶୃତି । ଭୋଟ ପାଇବାକୁ ମହାରାଷ୍ଟ୍ରର ଜଣେ ସ୍ବାଧୀନ ପ୍ରାର୍ଥୀ ଏପରି ପ୍ରତିଶୃତି ଦେଇଛନ୍ତି ଯାହା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଲୋକସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବନିତା ରାଉତ ବିଜୟୀ ହୁଅନ୍ତି ତେବେ ସେ ଗରିବ ଲୋକଙ୍କୁ ଶସ୍ତାରେ ମଦ ଯୋଗାଇ ଦେବାକୁ ଅଜବ ଘୋଷଣା କରିଛନ୍ତି ।

ମହାରାଷ୍ଟ୍ରର ଚନ୍ଦ୍ରପୁରର ଚିମୁର ଗ୍ରାମର ସ୍ୱାଧୀନ ପ୍ରାର୍ଥୀ ବନିତା ରାଉତ କହିଛନ୍ତି ଯେ, ଯଦି ସେ ଆଗାମୀ ଲୋକସଭା ନିର୍ବାଚନରେ ​​ବିଜୟୀ ହୁଅନ୍ତି ତେବେ ଗରିବ ଲୋକଙ୍କୁ ଶସ୍ତାରେ ହ୍ବିସ୍କି ଏବଂ ବିୟର ଯୋଗାଇ ଦେବେ । କେବଳ ପ୍ରତ୍ୟେକ ଗ୍ରାମରେ ବିୟର ବାର୍ ଖୋଲିବ ନାହିଁ ବରଂ ସାଂସଦଙ୍କ ପାଣ୍ଠିରୁ ଗରିବ ଭୋଟରଙ୍କୁ ଶସ୍ତାରେ ମଦ ଯୋଗାଇ ଦେବେ । ସେ ଆହୁରି ମଧ୍ୟ କହିଥିଲେ, ''ଯେଉଁ ଠାରେ ଗାଁ ସେଠାରେ ବିୟର ବାର , ଏହା ହେଉଛି ମୋର ମୁଦ୍ଦା । ରାସନିଂ ସିଷ୍ଟମ ମାଧ୍ୟମରେ ଏଥିପାଇଁ ଉଭୟ ମଦ ଗ୍ରାହକ ଏବଂ ମଦ ବିକ୍ରେତାଙ୍କର ଲାଇସେନ୍ସ ରହିବା ଆବଶ୍ୟକ ।''

ଏହା ମଧ୍ୟ ପଢନ୍ତୁ-ଲୋକସଭା ନିର୍ବାଚନ, ବିହାରରେ ଦେଖାଯିବ ବାହୁବଳୀଙ୍କ ଜଲଓ୍ବା - Bahubali Of Bihar Politics

ମଦ୍ୟପାନ ପାଇଁ ଲାଇସେନ୍ସ ଆବଶ୍ୟକ:ବନିତା ରାଉତ କହିଛନ୍ତି, ''ଯେଉଁମାନେ ଅତ୍ୟନ୍ତ ଗରିବ ଏବଂ କଠିନ ପରିଶ୍ରମ କରନ୍ତି ସେମାନେ କେବଳ ମଦ ପାନ କରି ଶାନ୍ତି ପାଇଥାଆନ୍ତି । କିନ୍ତୁ ସେମାନେ ଦାମି ହ୍ବିସ୍କି କିମ୍ବା ବିୟର ପିଇପାରନ୍ତି ନାହିଁ । ସେମାନେ କେବଳ ଦେଶୀ ମଦ ପିଇଥାନ୍ତି ଏବଂ ସେମାନଙ୍କର ମଦ ପିଇବାର କୌଣସି ସୀମା ନଥାଏ, ତେଣୁ ସେମାନେ ଅନେକ ସମୟରେ ଚେତାଶୂନ୍ୟ ହୋଇଯାଆନ୍ତି । ମୁଁ ଚାହେଁ ଯେ ସେମାନେ ଆମଦାନୀ ହୋଇଥିବା ମଦକୁ ଉପଭୋଗ କରନ୍ତୁ।''

ଅଧିକ ମଦ୍ୟପାନ ହେତୁ ପରିବାରରେ ଅଶାନ୍ତି ସହ ଜଡିତ ପ୍ରଶ୍ନ ଉପରେ ବନିତା କହିଛନ୍ତି ଯେ, ଏହି କାରଣରୁ ମୁଁ ଚାହୁଁଛନ୍ତି ଯେ ଲୋକଙ୍କୁ ମଦ ପିଇବା ପାଇଁ ଲାଇସେନ୍ସ ଦିଆଯାଉ । 18 ବର୍ଷ ବୟସ ପରେ ହିଁ ମଦପାନ କରିବାକୁ ଲାଇସେନ୍ସ ଦିଆଯିବା ଉଚିତ୍ । ବନିତା ନିର୍ବାଚନରେ ପ୍ରଥର ଥର ​​ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି ପୂର୍ବରୁ 2019 ଲୋକସଭା ନିର୍ବାଚନରେ ​​ସେ ନାଗପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ABOUT THE AUTHOR

...view details