ଭୁବନେଶ୍ବର:ଆଜି ଦିଲ୍ଲୀରେ ବିଜେପିର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ନିର୍ବାଚନୀ ମୁଦ୍ଦାକୁ ନେଇ ବୈଠକରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ବୈଠକରେ ଯୋଗ ଦେବେ । ସେହିପରି ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ବିଜେପିର କୋର୍ ଟିମ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ବିଜେପି-ବିଜେପି ମେଣ୍ଟ ଏବଂ ସିଟ୍ ସେୟାରିଂ ଉପରେ ଆଲୋଚନା ହୋଇପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
ସେପଟେ ଚର୍ଚ୍ଚା ଜୋର୍ ଧରିଛି ଯେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଆଜି କିମ୍ବା କାଲି ଓଡି଼ଶା ଆସିବେ । ମେଣ୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହେବ ବୋଲି କୁହାଯାଉଛି । ଏସବୁ ଚର୍ଚ୍ଚା ଭିତରେ ନବୀନ ନିବାସରେ ନେତା ଓ ମନ୍ତ୍ରୀମାନେ ଡେରା ପକାଇଛନ୍ତି । ଘମାଘୋଟ ଆଲୋଚନା ଚାଲିଛି । ମେଣ୍ଟ ଚର୍ଚ୍ଚା ଭିତରେ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ କହିଛନ୍ତି, ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କର । ଦଳର ନିଷ୍ପତ୍ତି ସହ କେଭି ସିଂ ଦେଓ ସବୁବେଳେ ଠିଆ ହୋଇଛି । ଦଳର ସପକ୍ଷରେ ଯେଉଁ ନିଷ୍ପତ୍ତି ନିଆଯିବ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ତାହାକୁ ଗ୍ରହଣ କରିବେ, ଏହା ଆମ ଦଳର ପରମ୍ପରା ।
ପୁଣି ଦିଲ୍ଲୀରେ ବିଜେପି ବୈଠକ, ବଢୁଛି ମେଣ୍ଟ ଚର୍ଚ୍ଚା - BJP Meeting
BJP Meeting: ଆଜି ଦିଲ୍ଲୀରେ ବିଜେପିର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ବୈଠକରେ ଯୋଗ ଦେବେ । ଅଧିକ ଖବର ପଢନ୍ତୁ
Published : Mar 7, 2024, 1:20 PM IST
ଏହା ବି ପଢନ୍ତୁ...ବିଜେଡି ବୈଠକ; ମେଣ୍ଟ ନେଇ ଟିକେ କହିଲେ, ବେଶୀ ଚାପିଲେ
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇପାରେ ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଉଭୟ ବିଜେପି ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ, ମାତ୍ର ବର୍ତ୍ତମାନ ରାଜନୈତିକ ଗତିବିଧି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ସେପଟେ ଏ ସମ୍ପର୍କରେ କିଛି କହିବାକୁ ମନା କରିଛନ୍ତି ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ।
ଚଳିତ ସାଧାରଣ ଓ ବିଧାନସଭା ନିର୍ବାଚନରେ ରାଜ୍ୟରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ମେଣ୍ଟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଉଭୟ ଦଳ ପକ୍ଷରୁ ଔପଚାରିକ ଆଲୋଚନା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ କିଛି ଦିନ ଧରି ଜାରି ରହିଥିବା ଏହି ଚର୍ଚ୍ଚା ମଧ୍ୟରେ ଗତ 6 ତାରିଖରେ ଭୁବନେଶ୍ବରରେ ନବୀନ ନିବାସରେ ରାଜ୍ୟର ମନ୍ତ୍ରୀ ଓ ଶାସକ ଦଳର ବିଧାୟକ ଏକାଠି ହୋଇଥିବାବେଳେ ଦିଲ୍ଲୀରେ ଦଳର କୋର କମିଟି ବୈଠକରେ ସାମିଲ ହୋଇଥିଲେ ରାଜ୍ୟ ବିଜେପି ନେତା ।
ଇଟିଭି ଭାରତ, ଭୁବନେଶ୍ବର