ETV Bharat / state

ଆହୁରି ୩ ଦିନ ଅସ୍ତବ୍ୟସ୍ତ କରିବ ଘନକୁହୁଡ଼ି, ଆଲର୍ଟ ଭିତରେ ୧୫ ଜିଲ୍ଲା - IMD ODISHA WEATHER LATEST UPDATE

ରାଜ୍ୟର ବଢ଼ିବ ତାପମାତ୍ରା । ଦୃଶ୍ୟମାନ ହେବ ଘନକୁହୁଡ଼ି । ଆଲର୍ଟ ଭିତରେ ୧୫ ଜିଲ୍ଲା ।

Odisha Weather Prediction
Odisha Weather Prediction (ETV Bharat Odisha)
author img

By ETV Bharat Odisha Team

Published : Jan 25, 2025, 5:08 PM IST

ଭୁବନେଶ୍ବର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଘନକୁହୁଡ଼ି । ଅଧିକାଂଶ ଜିଲ୍ଲାରେ ଜିରୋ ଭିଜିବିଲିଟି ନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଦେଖାଯିବନି ରାସ୍ତାଘାଟ । ରାତି ୨ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଘନକୁହୁଡ଼ିର ପ୍ରଭାବ ରହିବ । ବିଶେଷ କରି ଘାଟି ରାସ୍ତା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ସତର୍କତାର ସହ କରିବା ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଏହାସହ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ ଜାରି କରାଯାଇଛି ।

  • ଘନକୁହୁଡ଼ି ୟେଲୋ ୱାର୍ଣ୍ଣିଂ:

ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବା । ଏଥିପାଇଁ ଖୋର୍ଦ୍ଧା, ପୁରୀ, କଟକ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାାଇଛି । ସେହିପରି ଆସନ୍ତାକାଲି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୭ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ୩ ଦିନ ପାଇଁ କଳାହାଣ୍ଡି, କନ୍ଧମାଳ, ପୁରୀ, ଜଗତସିଂହପୁର, ତେନ୍ଦ୍ରାପଡା, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ କ୍ଷମତା ରହିବ । କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି ।

ଆହୁରି ୩ ଦିନ ଅସ୍ତବ୍ୟସ୍ତ କରିବ ଘନକୁହୁଡ଼ି, ଆଲର୍ଟ ଭିତରେ ୧୫ ଜିଲ୍ଲା (ETV Bharat Odisha)
  • ବଢ଼ିବ ତାପମାତ୍ରା:

ବର୍ତ୍ତମାନ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି । ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଘନ କୁହୁଡି ଦେଖାଯାଉଛି ବୋଲି ପାଣିପାଗ କେନ୍ଦ୍ର କହିଛି । ସେପଟେ ଆସନ୍ତା ୪ରୁ ୫ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ୫ ଦିନ ପରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ । ଅନ୍ୟପଟେ ଆଜି ଘନ କୁହୁଡି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ବିଶେଷ କରି ବିମାନ ଏବଂ ରେଳ ସେବା ସର୍ବାଧିକ ପ୍ରଭାବିତ ହୋଇଛି । ସେହିଭଳି ଯାତ୍ରୀ ପରିବହନ କ୍ଷେତ୍ରରେ ବି ବ୍ୟାଘାତ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...୩ ଦିନ ଘନ କୁହୁଡ଼ି: ଦେଖାଯିବନି ରାସ୍ତାଘାଟ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହା ମଧ୍ୟ ପଢ଼ନ୍ତୁ...ଘନ କୁହୁଡିରେ ଲୁଚିଗଲା ରାଜଧାନୀ ! ଦିଶୁନି ମୁହଁକୁ ମୁହଁ

  • କେଉଁଠି କେବେ ତାପମାତ୍ରା:

ରାଜ୍ୟରୁ ଧିରେ ଧିରେ ଶୀତ ଖସୁଥିବା ବେଳେ ତାପମାତ୍ରା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୩୩.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ଓ ପାହାଡିଆ ଅଞ୍ଚଳ ଭାବରେ ଡାରିଙ୍ଗବାଡ଼ିରେ ୧୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ ଓ ନୟାଗଡରେ ଘନ କୁହୁଡି ଦୃଶ୍ୟମାନ ହୋଇଛି ।

Odisha Weather Prediction
Odisha Weather Prediction (IMD)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.