ETV Bharat / state

ଚାଲିଛି BJPର ଜିଲ୍ଲା ସଭାପତି ଚୟନ, ପ୍ରକାଶ ପାଇଲାଣି 15 ନାମ - ODISHA BJP

15 ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିସାରିଲାଣି ବିଜେପି । ରାଜ୍ୟ ସଭାପତି କହିଲେ ସର୍ବସମ୍ମତିରେ ଚାଲିଛି ପ୍ରକ୍ରିୟା, ଘୋଷଣା ଶେଷ ହେବା ପରେ ଗଣମାଧ୍ୟମକୁ ଦିଆଯିବ ବିସ୍ତୃତ ସୂଚନା ।

ସର୍ବସମ୍ମତିରେ ଚାଲିଛି ବିଜେପିର ଜିଲ୍ଲା ସଭାପତି ଚୟନ, ପ୍ରକାଶ ପାଇଲାଣି 19 ନାମ
ସର୍ବସମ୍ମତିରେ ଚାଲିଛି ବିଜେପିର ଜିଲ୍ଲା ସଭାପତି ଚୟନ, ପ୍ରକାଶ ପାଇଲାଣି 19 ନାମ (ETV Bharat Odisha)
author img

By ETV Bharat Odisha Team

Published : Jan 25, 2025, 5:05 PM IST

ଭୁବନେଶ୍ବର: ନିର୍ବାଚନରେ ଐତିହାସିକ ଜନାଦେଶ ପାଇଥିବା ଭାରତୀୟ ଜନତା ପାର୍ଟି ରାଜ୍ୟରେ ସାଙ୍ଗଠନିକ ନବକଳେବର କରୁଛି । ରାଜ୍ୟ ମୁଖିଆ ଚୟନ ପୂର୍ବରୁ ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରୁଛି ରାଜ୍ୟ ବିଜେପି । ତେବେ ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା ହେବାରେ ଲାଗିଛି । ଏବେ ସୁଦ୍ଧା ପ୍ରାୟ 19 ଜିଲ୍ଲାର ସଭାପତିଙ୍କ ନାମ ଦଳ ପକ୍ଷରୁ ଚୂଡାନ୍ତ ହୋଇ ସାରିଲାଣି । ଅବଶିଷ୍ଟ ଜିଲ୍ଲାଗୁଡିକର ସଭାପତି ଆଜି ବିଳମ୍ବିତ ସଂଧ୍ୟା କିମ୍ବା ଆସନ୍ତାକାଲି ଘୋଷଣା କରାଯାଇପାରେ ।

  • କାହାକୁ କେଉଁ ଜିଲ୍ଲା ଦାୟିତ୍ବ

ତେବେ ଗଞ୍ଜାମରେ ସରୋଜ ସାବତଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ମିଳିଛି । ସେହିପରି ବଲାଙ୍ଗୀର , ଶ୍ରୀବତ୍ସ ବେହେରା,ପୁରୀ ପାଇଁ ଦେବେନ୍ଦ୍ର ତରାଇ, ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ବରେ ଗିରିଶ ସାହୁ, ଢେଙ୍କାନାଳ ରାସ ବିହାରୀ ବେହେରା, କେନ୍ଦ୍ରାପଡ଼ା ପାଇଁ ଶଶାଙ୍କ ଶେଖର ସେଠୀ, ବାଲେଶ୍ୱରରେ ଈଶ୍ୱର ଚନ୍ଦ୍ର ବେହେରା, କଟକ ନଗର ପାଇଁ ସୁକାନ୍ତ ବିଶ୍ୱାଳ, କଳାହାଣ୍ଡିରେ ଯୁଗଳ ପୋଢ଼, ମୟୂରଭଞ୍ଜ ( ରାଇରଙ୍ଗପୁର) ଜୁରିଲାଲ ମହନ୍ତ ଓ ଦେବଗଡ଼ ଜିଲ୍ଲାର ସଭାପତି ଭାବେ ଅରୁଣ କୁମାର ସାହୁଙ୍କୁ ଦାୟିତ୍ବ ମିଳିଛି । ଜାରି ରହିଥିବା ଜିଲ୍ଲା ସଭାପତି ଚୟନ ସମ୍ପର୍କରେ ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

୧. ଗଞ୍ଜାମ: ସରୋଜ ସାବତ

୨. ବଲାଙ୍ଗୀର : ଶ୍ରୀବତ୍ସ ବେହେରା

୩. ଢେଙ୍କାନାଳ : ରାସ ବିହାରୀ ବେହେରା

୪. ସୁନ୍ଦରଗଡ: ଗିରିଷ ସାହୁ

୫. କେନ୍ଦ୍ରାପଡ଼ା: ଶଶାଙ୍କ ଶେଖର ସେଠି

୬. ବାଲେଶ୍ୱର: ଈଶ୍ୱର ଚନ୍ଦ୍ର ବେହେରା

୭. କଟକ: ସୁକାନ୍ତ ବିଶ୍ଵାଳ

୮. ପୁରୀ: ଡ.ଦେବେନ୍ଦ୍ର ନାଥ ତରାଇ

୯. କଳାହାଣ୍ଡି: ଯୁଗଲ ପୋଢ଼

୧୦. ବରଗଡ଼: ଡ. ଅରୁପାନନ୍ଦ ସାହୁ

୧୧. ଘୁମୁସର (ଭଞ୍ଜନଗର):ନୀଳମାଧବ ପାତ୍ର

୧୨. ପଶ୍ଚିମ ମୟୂରଭଞ୍ଜ (ରାଇରଙ୍ଗପୁର): ଜୁରୀଲାଲ ମହନ୍ତ

୧୩. ଦେବଗଡ଼: ଅରୁଣ କୁମାର ସାହୁ

୧୪. ଆସିକା- ବିଜୟ ସ୍ଵାଇଁ

୧୫. ନବରଙ୍ଗପୁର କୁଞ୍ଜବିହାରି ଦାସ

  • ପ୍ରକ୍ରିୟା ସମାପ୍ତ ହେଲେ ଦିଆଯିବ ବିସ୍ତୃତ ସୂଚନା: ରାଜ୍ୟ ସଭାପତି

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି,‘‘ ସର୍ବସମ୍ମତିକ୍ରମେ ଜିଲ୍ଲାର ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସକାଳଠୁ ନିର୍ବାଚନ ଆରମ୍ଭ ହୋଇ ଏବେ ସୁଦ୍ଧା ଜାରି ରହିଛି । ଏହି ପ୍ରକ୍ରିୟା ରାତି ପର୍ଯ୍ୟନ୍ତ ଜାରି ରହିବ । ଶେଷ ହେବାପରେ ରାଜ୍ୟ ବିଜେପି ପକ୍ଷରୁ ଏ ସମ୍ପର୍କରେ ଗଣମାଧ୍ୟମ ସମସ୍ତ ତଥ୍ୟ ଦିଆଯିବ । ଶାନ୍ତି ଶୃଙ୍ଖଳାର ସହିତ ସଭାପତି ଚୟନ ପ୍ରକ୍ରିୟା ରାଜ୍ଯରେ ଜାରି ରହିଛି । ’’

ଏହା ମଧ୍ୟ ପଢନ୍ତୁ:-

ରିମୋର୍ଟ କଣ୍ଟ୍ରୋଲରେ ନାଚୁଛି ମୋହନ ସରକାର: ଯୁବ କଂଗ୍ରେସ ସଭାପତି

ବିଜେପି ସାଙ୍ଗଠନିକ ନିର୍ବାଚନ, ମନମୋହନ ଦେଲେ ବଡ଼ ସୂଚନା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.