ETV Bharat / state

କଣାସରେ ସ୍ଥିତି ପରଖିଲା BJD ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ - BJD FACT FINDING TEAM IN KANAS

ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଛି ବିଜୁ ଜନତା ଦଳ । ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ପରିବାରକୁ ଭେଟିଲା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।

BJD FACT FINDING TEAM IN KANAS
BJD FACT FINDING TEAM IN KANAS (ETV Bharat Odisha)
author img

By ETV Bharat Odisha Team

Published : Jan 25, 2025, 5:16 PM IST

ନିମାପଡ଼ା: କଣାସରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଛି ‘ବିଜୁ ଜନତା ଦଳ’ । ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ୪ ଜଣଙ୍କ ପରିବାରକୁ ଭେଟିଲା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଏହାସହ ଗାଁରେ ଲୋକଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ଦଳୀୟ ନେତା । ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ସ୍ଥିତି ଉଦ୍‌ବେଗଜନକ ଥିବାରୁ ସରକାରଙ୍କ ଉପରେ ବର୍ଷିଛି ଦଳ । ଡବଲ୍ ଇଞ୍ଜିନ୍ ସରକାର ଲୋକଙ୍କୁ ଡବଲ ଧୋକ୍କା ଦେଇଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

  • ଡବଲ୍ ଇଞ୍ଜିନ୍ ସରକାର ଲୋକଙ୍କୁ ଡବଲ ଧୋକ୍କା ଦେଇଛି: ଅରୁଣ

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସଦସ୍ୟ ତଥା ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି,"ପୂର୍ବ ସରକାର ସମୟରେ କେହି ଝାଡ଼ାବାନ୍ତିରେ ପ୍ରାଣ ହରାଇନଥିଲେ ।ଆଠ ମାସ ହେଲାଣି ସରକାର ଆସିଲାଣି, ସେମାନେ ଲୋକମାନଙ୍କ ପାଇଁ କ’ଣ କରିଛନ୍ତି ? ସରକାର ଲୋକଙ୍କ ପାଖରୁ ଦୁରେଇ ନଯାଇ ସେମାନଙ୍କ ପାଖକୁ ଆସି ଦୁଃଖ ବୁଝନ୍ତୁ । ଦୟା ନଦୀକୁ ସଫା କରନ୍ତୁ । ଚିଲିକା ବଞ୍ଚାନ୍ତୁ । ଡବଲ୍ ଇଞ୍ଜିନ୍ ସରକାର ଲୋକଙ୍କୁ ଡବଲ ଧୋକ୍କା ଦେଇଛି ।"ସେହିପରି ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ କହିଛନ୍ତି,"ଲୋକଙ୍କ ଦୁଃଖ ଦେଖିଲେ କଷ୍ଟ ଲାଗୁଛି । ୪ ଅମୂଲ୍ୟ ଜୀବନ ଚାଲିଯାଇଛି । ତୁରନ୍ତ ଚିକିତ୍ସା ମିଳିଥିଲେ ହଇଜାରେ ମରିନଥାନ୍ତେ । ଏଠାରେ ବ୍ଲିଚିଂ ଟିକିଏ ମଧ୍ୟ ପଡିଥିବା ଦେଖିବାକୁ ମିଳୁନି । ହଇଜାରେ ମରିବା ଲଜ୍ଜା ଘଟଣା । ସରକାର ଲୋକମାନଙ୍କ ସହ ରହୁନାହାନ୍ତି ।

BJD FACT FINDING TEAM IN KANAS (ETV Bharat Odisha)
  • ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଉ:ଉମା

ପୂର୍ବତନ ବିଧାୟକ ଉମାକାନ୍ତ ସାମମନ୍ତରାୟ କହିଛନ୍ତି,"ପୂର୍ବ ସରକାର ୧୮୦ କୋଟି ଟଙ୍କାର ୬ ମେଗା ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରିଥିଲେ । ନିର୍ବାଚନ ପୂର୍ବରୁ କାମ ପ୍ରାୟ ୯୦ ଭାଗ ସରିଥିଲା । କେଉଁ ସ୍ବାର୍ଥରେ ପ୍ରକଳ୍ପ କାମକୁ ଦୁଇ ମାସ ଧରି ବନ୍ଦ ରଖାଗଲା ? ମୃତକଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଉ । ହଇଜାରେ ୪ ମୁଣ୍ଡ ନେବା ସହିତ ୨୦୦ରୁ ଊର୍ଦ୍ଧ୍ବଙ୍କୁ ଆକ୍ରାନ୍ତ କରିଛି ।"

BJD FACT FINDING TEAM IN KANAS
BJD FACT FINDING TEAM IN KANAS (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...କଣାସ ଝାଡ଼ାବାନ୍ତି ରୋକିବାରେ ପ୍ରଶାସନ ବିଫଳ: କଂଗ୍ରେସ - CONGRESS FACT FINDING TEAM IN KANAS

ଏହା ମଧ୍ୟ ପଢନ୍ତୁ...କଣାସ ଝାଡ଼ାବାନ୍ତିକୁ ମହାମାରୀ ଘୋଷଣା କରନ୍ତୁ ସରକାର: କଂଗ୍ରେସ - DIARRHEA AS PANDEMIC

ଏହା ମଧ୍ୟ ପଢନ୍ତୁ...କଣାସ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ - DIARRHEA SITUATION

  • କାଉଣ୍ଟର କଲା ଶାସକ ଦଳ

ସେପଟେ କଣାସ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ କହିଛନ୍ତି," ଆମ ପାଇଁ ପାଣିର ଚ୍ୟାଲେଞ୍ଜ ଅଛି । ଗଙ୍ଗୁଆ ପାଣି ଆମ ପାଇଁ ସମସ୍ୟା ସାଜିଛି ।ଗଙ୍ଗୁଆ ନାଳ ପାଣି ସମସ୍ୟାର ସମାଧାନ ପାଇଁ କ୍ୟାବିନେଟରେ ଆମେ ଏକ ଡିପିଆର ପ୍ରସ୍ତୁତ କରୁଛୁ । ଯେଉଁମାନେ ବିଗତ ଦିନରେ ସରକାରରେ ଥିଲେ । ସେମାନେ ୨୦୧୬-୧୭ରୁ ମେଗା ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ ହେଲା ପରେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ଯଦି ଆମ ସରାକାର ଆସିନଥିନ୍ତା, ତାହଲେ ଏହି ଅଞ୍ଚଳବାସୀ ପାଣି ପାଇନଥାନ୍ତେ । ଜଳ ସମସ୍ୟାକୁ ନେଇ ଏଠାକାର ବିଧାୟକ ଓମ ଭାଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଖୁବ ଶୀଘ୍ର ଏହାର ସମାଧାନ ହେବ । "

  • କ’ଣ କହିଲେ ଜିଲ୍ଲାପାଳ

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି,"କଣାସ ଲୋକମାନେ ଦୟା ନଦୀ ପାଣି କିଭଳି ବ୍ୟବହାର କରିବେ ନାହିଁ ତାହା ସଚେତନତା କରାଯାଉଛି । ପାନୀୟ ଜଳ ପ୍ରକଳ୍ପ କିଭଳି ସମ୍ପୂର୍ଣ୍ଣ କରାଯିବ, ସେଥିପାଇଁ ବ୍ୟବସ୍ଥା କରାଯାଉଛି । ସ୍ବାସ୍ଥ୍ୟକର୍ମୀମାନେ ଏବେ ମଧ୍ୟ ଗାଁ ଗାଁ ବୁଲି ସଚେତନ କରୁଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.