ଓଡିଶା

odisha

By ETV Bharat Odisha Team

Published : Mar 11, 2024, 10:42 PM IST

ETV Bharat / politics

ଟାଣ ହେଉଛି କଂଗ୍ରେସ ହାତମୁଠା ! ସାମିଲ ହେଲେ ପୂର୍ବତନ ରେମୁଣା ବିଧାୟକ ଓ ବରିଷ୍ଠ ସାମ୍ବାଦିକ

Former Remuna MLA Sudarshan Jena joins Congress: ରାଜ୍ୟ କଂଗ୍ରେସରେ ମିଶ୍ରଣ ପର୍ବ । ସାମିଲ ହେଲେ ପୂର୍ବତନ ବିଧାୟକ ଓ ବରିଷ୍ଠ ସାମ୍ବାଦିକ । ପ୍ରଭାରୀ ଓ ପିସିସି ସଭାପତି କଲେ ସ୍ବାଗତ । ଅଧିକ ପଢନ୍ତୁ

କଂଗ୍ରେସରେ ମିଶ୍ରଣ ପର୍ବ: ସାମିଲ ହେଲେ ପୂର୍ବତନ ବିଧାୟକ ଓ ବରିଷ୍ଠ ସାମ୍ବାଦିକ
କଂଗ୍ରେସରେ ମିଶ୍ରଣ ପର୍ବ: ସାମିଲ ହେଲେ ପୂର୍ବତନ ବିଧାୟକ ଓ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଜାରି ରହିଛି ଦଳବଦଳ ପ୍ରକ୍ରିୟା । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବିଜେଡ଼ି ଓ ବିଜେପିର ମେଣ୍ଟ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଥିବା ବେଳେ ରାଜ୍ୟରେ କଂଗ୍ରେସର ହାତମୁଠା ଟାଣ ହେବାରେ ଲାଗିଛି । ଆଜି ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଓ ବରିଷ୍ଠ ସାମ୍ବାଦିକ ଜଗଦାନନ୍ଦ ପ୍ରଧାନ ଦଳରେ ସାମିଲ ହୋଇଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ।


ପୂର୍ବତନ ବିଧାୟକ ସୁଦର୍ଶନ ଜେନା ,କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହେବାସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ରେ ପ୍ରଭାବିତ ହୋଇ ଦେଶର ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଲଢ଼େଇକୁ ଶାଣିତ କରିବାପାଇଁ କଂଗ୍ରେସ ଦଳରେ ଯୋଗଦେଇଥିବା ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

ସେହିପରି ଓଡ଼ିଶା ଓ ଜାତୀୟ ଗଣମାଧ୍ୟମରେ ଦୀର୍ଘ ୩୦ବର୍ଷ ଧରି କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଜଗଦାନନ୍ଦ ପ୍ରଧାନ ମଧ୍ୟ ଆଜି କଂଗ୍ରେସରେ ବିଧ୍ଵବଦ୍ଧ ଭାବେ ଯୋଗଦେଲେ । ସାମ୍ବାଦିକ ଜଗଦାନନ୍ଦ ପ୍ରଧାନ ନକ୍ଷତ୍ର ନ୍ୟୁଜରେ ଡେପୁଟି ଏଡିଟର, ଇଟିଭି ଓଡ଼ିଆ, ପିଟିଆଇ, ଟାଇମ୍ସ ଅଫ ଇଣ୍ଡିଆ ଆଦି ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ଗୁରୁଦାୟିତ୍ଵ ସମ୍ପାଦନ କରି ମିଡିଆ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅନୁଗୋଳ ଜିଲ୍ଲାର ଲୋକମାନଙ୍କ ସମସ୍ୟାକୁ ସାମନାକୁ ଆଣିବା ସହ ନିଜକୁ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ ପ୍ରଧାନ ।


ସୁଦର୍ଶନ ଜେନାଙ୍କ ସମର୍ଥକ ରେମୁଣା ବ୍ଲକ ବିଜେଡ଼ି କମିଟି ସଦସ୍ୟ କମଳଲୋଚନ ଆଚାର୍ଯ୍ୟ, ସେକ ରାଜୁ, ଅର୍ନ୍ତଜ୍ୟାମୀ ପାଲ, ବିରେନ୍ଦ୍ର ପଣ୍ଡା, ପୂର୍ବତନ ୱାର୍ଡସଭ୍ୟ ସେକ କଲିମ, ସେକ ମୁସଲିମ, ମଲ୍ଲିକ ଜଲ୍ଲାର, ରଫିକ ଖାନ, ଆଶିଷ ଦିପଙ୍କର ମିଶ୍ର, ପ୍ରଶାନ୍ତ କର, ଅଜିତ କୁମାର ଦାସ, ସେକ ମୁନା, ପ୍ରମୋଦ ତ୍ରିପାଠୀ, ସେକ ମନାନ, ମୁସଲିମ ଖାନ, ଶେଖ ଆଲ୍ଲା ଉଦ୍ଦିନ, ହରିଣମୟ ମିଶ୍ର, ଅସିତ ବାରିକ, ମହେନ୍ଦ୍ର ମହାନ୍ତିଙ୍କ ସମେତ ଶତାଧୀକ ବିଜେଡ଼ି କର୍ମୀ ମଧ୍ୟ କଂଗ୍ରେସରେ ଯୋଗଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: -ଗାଦିମଡା ଅଧିକାରୀଙ୍କୁ ହଟାଓ: CEOଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେପି
ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପିସିସି ଇସ୍ତାହାର କମିଟିର ମୁଖ୍ୟ ପଞ୍ଚାନନ କାନୁନଗୋ, ପିସିସି ଗଣମାଧମ ବିଭାଗର ଅଧ୍ୟକ୍ଷ ଡ.ବିଶ୍ଵରଞ୍ଜନ ମହାନ୍ତି, ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ଵଜିତ ଦାଶ, ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details