ଓଡିଶା

odisha

ETV Bharat / politics

ବିଜେଡି ନେତା ସୁଶାନ୍ତଙ୍କ ବିସ୍ଫୋରକ ବୟାନ: 'ପରାଜୟର କାରଣ ନବୀନଙ୍କ ଅଣଦେଖା ଓ ପରିଚାଳନା ତ୍ରୁଟି' - BJD LEADER ON PARTY PERFORMANCE

ବିଜେଡି ପରାଜୟ ନେଇ ମୁହଁ ଖୋଲୁଛନ୍ତି ଜଣକ ପରେ ଜଣେ ନେତା । ଏହାରି ଭିତରେ ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ଦଳର ପରିଚାଳନା ତ୍ରୁଟି କଥା ଉଠାଇଛନ୍ତି ।

BJD Leader On Party Performance
BJD Leader On Party Performance (ETV Bharat Odisha)

By ETV Bharat Odisha Team

Published : Nov 8, 2024, 10:44 PM IST

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ 4 ମାସ ବିତିଛି । ଶାସନ କ୍ଷମତାରୁ ନବୀନ ସରକାର ଅପସରିଥିବାବେଳେ ଦାୟିତ୍ବ ନେଇଛି ମୋହନ ମାଝୀ ସରକାର । 24 ବର୍ଷର ବିଜେଡି ସରକାର ପରାଜୟର ବିଭିନ୍ନ କାରଣ ସାମ୍ନାକୁ ଆସୁଛି । ଦଳୀୟ ନେତା ଓ ଦଳ ଛାଡୁଥିବା ନେତା ପରାଜୟ ନେଇ ବିଭିନ୍ନ କାରଣ କହୁଛନ୍ତି । ଏବେ ଆଉ ଜଣେ ବିଜେଡି ନେତା ଦଳର ପରାଜୟର କାରଣ କହିଛନ୍ତି । ସଭାପତି ନବୀନ ପଟ୍ଟନାୟକଙ୍କ ଅଣଦେଖା ଓ ପରିଚାଳନା ତ୍ରୁଟି ପାଇଁ ଦଳ ପରାସ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ବିଜେଡି ବିଧାୟକ ସୁଶାନ୍ତ ବେହେରା ।

ବିଜେଡି ନେତାଙ୍କ ବିସ୍ଫୋରକ ବୟାନ:

BJD Leader On Party Performance (ETV Bharat Odisha)

ପୂର୍ବତନ ବିଜେଡି ବିଧାୟକ ସୁଶାନ୍ତ ବେହେରାଙ୍କ ବିସ୍ଫୋରକ ବୟାନ । ବିଜେଡି ହାରିବା ପଛରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି ସୁଶାନ୍ତ । ସୁଶାନ୍ତ କହିଛନ୍ତି, "ଦଳର ପରାଜୟର ବିଭିନ୍ନ କାରଣ ରହିଛି । ବିଜେପିର ମିଥ୍ୟା ପ୍ରତିଶ୍ରୁତିକୁ ଲୋକଙ୍କ ପାଖକୁ ବିଜେଡି ନେଇପାରିନାହିଁ । ଏଥିପାଇଁ ଦଳ ନିର୍ବାଚନ ପରାସ୍ତ ହୋଇଛି । ପରିତ୍ୟକ୍ତ ନେତୃତ୍ୱ ମଣ୍ଡଳୀ ବିଜେଡି ଛାଡୁଛନ୍ତି । ବିଜେଡି ସହ ଓତପ୍ରୋତଃ ଭାବେ ଜଡ଼ିତ ବା ଦଳର ସକ୍ରିୟ ସଦସ୍ୟ ନିର୍ବାଚନ ମଣ୍ଡଳୀ କିମ୍ବା ନେତୃତ୍ୱ ପରିବର୍ତ୍ତନ କରିବାର ପ୍ରଶ୍ନ ଉଠୁନାହିଁ । ବିଜେଡି ସହିତ ଜଡିତ ନେତା ଦଳ ପରିବର୍ତ୍ତନ କରିବେ ନାହିଁ ।"

'ଅସନ୍ତୁଷ୍ଟ ଅମର'
ସୁଶାନ୍ତ ଆହୁରି ମଧ୍ୟ କହିଛନ୍ତି, "ବରିଷ୍ଠ ନେତା ଅମର ଶତପଥି ଟିକେ ଅସନ୍ତୁଷ୍ଟ ଅଛନ୍ତି । ଅମରଙ୍କୁ ପ୍ରାର୍ଥୀ ନକରି ଅନ୍ୟ ଜଣେ ବ୍ୟକ୍ତିତ୍ୱକୁ ପ୍ରାର୍ଥୀ କରିବାରୁ ତାଙ୍କ ମନରେ ଟିକେ କ୍ଷୋଭ ସୃଷ୍ଟି ହୋଇଛି । ତେଣୁ ସେ ଏମିତି କହୁଛନ୍ତି । ଅମର ବାବୁ ଆମ ସାଥିରେ ଅଛନ୍ତି । ସେ ବିଜେଡି ଛାଡି ଅନ୍ୟ କୌଣସି ଦଳକୁ ଯାଇନାହାନ୍ତି । ଦଳ ବରିଷ୍ଠ ନେତାଙ୍କୁ ଉପେକ୍ଷା କରିଛି ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ସେମିତି କିଛି ହୋଇନାହିଁ । ବରିଷ୍ଠ ନେତା ବିଜେଡି ସହିତ ଅଛନ୍ତି । ଦଳର ପରାଜୟ ପରେ ସମସ୍ତେ କ୍ଷୋଭ ପ୍ରକାଶ କରୁଛନ୍ତି । ଏହା ଆଉ ବେଶୀ ଦିନ ରହିବ ନାହିଁ । ବିଜେଡି ସହିତ ସମସ୍ତେ ସଂଗଠିତ ହୋଇଅଛନ୍ତି । ଆଗକୁ ମଧ୍ୟ ରହିବେ । ବିଜେଡି ପୁନର୍ବାର 2029ରେ କ୍ଷମତାକୁ ଫେରିବ ।"ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା ଅଭିଯୋଗ ନେଇ ସୁଶାନ୍ତ କହିଛନ୍ତି, "ବରିଷ୍ଠ ନେତାଙ୍କୁ ନେଇ ଉପଦେଷ୍ଟା କମିଟି ରହିଛି । ଦଳକୁ ଦିଗଦର୍ଶନ ଦେବାକୁ ନିର୍ଦ୍ଦେଶ ରହିଛି । ଦଳର ଭଲ ମନ୍ଦ ବାବଦରେ ଆଲୋଚନା କରିବାର ସେମାନଙ୍କର ଅଧିକାର ରହିଛି । କ୍ଷମତାରେ ରହିବା ଲାଗି ବିଜେଡିକୁ 24 ବର୍ଷ ଓଡ଼ିଶାବାସୀ ଦାୟିତ୍ୱ ଦେଇଥିଲେ । ପ୍ରତ୍ୟେକ ଭୋଟ ଦେଇ ବିଜେଡିକୁ ସରକାର କରିବା ଲାଗି ସୁଯୋଗ ଦେଇଛନ୍ତି । ନୂଆ ସରକାର ଦେଖିବା ଲାଗି କିଛି ଲୋକଙ୍କ ମନରେ ଥିଲା । ଲୋକଙ୍କର ଏହି ଉଦ୍ଦେଶ୍ୟରେ ଦଳର କ୍ଷତି ହୋଇଛି ।"

ଏହା ବି ପଢନ୍ତୁ...ବିଜେପି କ୍ୟାମ୍ପରେ ସୁନନ୍ଦା, ମନମୋହନଙ୍କ ବୟାନ ‘ଯାଜପୁରରୁ ଆରମ୍ଭ, ଖାଲି ହୋଇଯିବ ବିଜେଡି’

ଏହା ବି ପଢନ୍ତୁ...ପଦାରେ ପଡୁଛି BJD କଳି; ‘ବାସ୍ତବତା ନବୁଝି ଅପରିପକ୍ୱ ନେତା ଦେଉଛନ୍ତି ଅରୁଚିକର ମନ୍ତବ୍ୟ’

ଦଳ ପରିଚାଳନାରେ ତ୍ରୁଟି:
ସେ ଏହା ମଧ୍ୟ କହିଛନ୍ତି, "ଦଳ ନିର୍ବାଚନ ପୂର୍ବରୁ ଟିକେ ଭୁଲ ବାଟରେ ପରିଚାଳିତ ହୋଇଥିଲା । ଏବେ ଆଉ ଦଳ ସେ ଭୁଲ ବାଟରେ ନାହିଁ । ଏବେ ଦଳ ଠିକ ରାସ୍ତାକୁ ଆସିସାରିଲାଣି । ଦଳକୁ ଦଳର ସଭାପତି ଟିକେ ଅଣଦେଖା କରିଛନ୍ତି । ଯାହା ଦ୍ୱାରା ଦଳର ଏହି ପରାଜୟ ହୋଇଛି । ବିଜେଡି ସଭାପତି ସିଧାସଳଖ ଯାଇ ସଭା ସମିତି କରିବାର ଥିଲା । ଏହା ବଦଳରେ ନବୀନଙ୍କ ପ୍ରତିନିଧି ସେଠାରେ ସଭା ସମିତିରେ ସାମିଲ ହେଲେ । ଦଳର କର୍ମୀ ଓ କିଛି ନେତୃତ୍ବ ଅସନ୍ତୋଷ ପ୍ରକାଶ କଲେ । ସେହି ଅସନ୍ତୋଷ ପାଇଁ ଦଳ ପରାଜୟର କାରଣ ହେଲା । ସେହିପରି ଦଳର ପରିଚାଳନା ତ୍ରୁଟି ଥିଲା । ପରିଚାଳନା ତ୍ରୁଟି ପାଇଁ ଦଳ ପରାସ୍ତ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details