ଓଡିଶା

odisha

By ETV Bharat Odisha Team

Published : May 30, 2024, 9:51 PM IST

ETV Bharat / politics

ବାପା ବିଜେଡି ନେତା, ପୁଅ କଂଗ୍ରେସ ପ୍ରାର୍ଥୀ: ପୁଅ ପାଇଁ ପରୋକ୍ଷରେ ଭୋଟ ଭିକ୍ଷା - Bhadrak Assembly Constituency

BJD Leader Appeals Vote For Congress: ଆଜି ଶେଷ ହୋଇଛି ପ୍ରଚାର । ପ୍ରତ୍ୟକ୍ଷ ନହେଲେ ମଧ୍ୟ ପରୋକ୍ଷରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅସିତଙ୍କ ପାଇଁ ଭୋଟ ମାଗିଛନ୍ତି ବାପା ଯୁଗଳ ପଟ୍ଟନାୟକ । ଅଧିକ ପଢନ୍ତୁ

Bhadrak Assembly Constituency
Bhadrak Assembly Constituency (ETV Bharat Odisha)

ଭଦ୍ରକ:ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଆଜି ଶେଷ ହୋଇଛି ପ୍ରଚାର । ପ୍ରତ୍ୟକ୍ଷ ନହେଲେ ମଧ୍ୟ ପରୋକ୍ଷରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପୁଅକୁ ଭୋଟ ଦେବାକୁ ଅପିଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଯୁଗଳ ପଟ୍ଟନାୟକ । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଅସିତ ପଟ୍ଟନାୟକ ପୂର୍ବରୁ ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, "ଭଦ୍ରକ ଏକ ସଚେତନ ସ୍ଥାନ ଏବଂ ଏଠାକାର ଭୋଟରମାନେ ମଧ୍ୟ ଯଥେଷ୍ଟ ସଚେତନ । ତେଣୁ ଏଠାରେ ସମସ୍ତ ଭୋଟର ଜାଣିଛନ୍ତି କେଉଁ ପ୍ରାର୍ଥୀ କିପରି । ତେଣୁ ସେମାନେ ନିଶ୍ଚୟ ଜଣେ ଦକ୍ଷ ଲୋକ ପ୍ରତିନିଧିକୁ ନିର୍ଣ୍ଣୟ କରିବେ ।"

Bhadrak Assembly Constituency (ETV Bharat Odisha)

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଯୁଗଳ ପଟ୍ଟନାୟକ ଆହୁରି କହିଛନ୍ତି, "କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ଅସିତ ପଟ୍ଟନାୟକଙ୍କ ନିକଟରେ ତାଙ୍କ ଉତ୍ତରାଧିକାରୀ ହେବା ପାଇଁ ଯଦି ଦକ୍ଷତା ଅଛି, ତେବେ ତାଙ୍କୁ ଜନସେବା କରିବା ପାଇଁ ସୁଯୋଗ ଦିଅନ୍ତୁ ।" ଏହାସହ ସେ ଭଦ୍ରକ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ପ୍ରକାଶଥାଉ କି, ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ 5 ଥର ବିଧାୟକ ହୋଇଥିବା ଯୁଗଳ ପଟ୍ଟନାୟକ 3 ଥର କଂଗ୍ରେସରୁ ଏବଂ 2 ଥର ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଏହା ବି ପଢନ୍ତୁ...ପ୍ରଚାରରେ ଲାଗିଲା ବିରାମ; ଦିନକ ପରେ ଶେଷ ପର୍ଯ୍ୟାୟ ଲଢେଇ - Odisha Phase 4 Campaigning Ends

ଏହା ବି ପଢନ୍ତୁ...ଜୁନ 1ରେ ଶେଷ ପର୍ଯ୍ୟାୟ ନିର୍ବାଚନ, ନିମାପଡ଼ାରେ ଥମିଲା ପ୍ରଚାର - Campaign Ends In Nimapara

ଏହା ବି ପଢନ୍ତୁ...ପ୍ରଚାରର ଶେଷ ଦିନ, ମୈଦାନରେ ଜୋରଦାର ପ୍ରଚାର କଲେ ବିଜେପି ପ୍ରାର୍ଥୀ ଅରିନ୍ଦମ - Arindam Roy Election Campaign

ଶେଷ ଥର ପାଇଁ ଯୁଗଳ 2014ରେ ବିଜେଡି ଟିକଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଆଉ ସକ୍ରିୟ ରାଜନୀତିରେ ନାହାନ୍ତି । ତଥାପି ଏବେ ମଧ୍ୟ ଯୁଗଳ ବିଜେଡିରେ ଅଛନ୍ତି । ବିଜେଡି ଟିକଟ ଲବିରେ ଥିବା ଅସିତ ଦଳୀୟ ଟିକଟ ପାଇବାରୁ ବଞ୍ଚିତ ହେବା ପରେ ଦଳ ଛାଡି କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବାପା ଯୁଗଳ ଏଯାଏ ବିଜେଡି ଛାଡି ନାହାନ୍ତି । ଏନେଇ ଯୁଗଳ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ପୁଅ କଂଗ୍ରେସ ପ୍ରାର୍ଥୀ ବାପା ଯୁଗଳ ପଟ୍ଟନାୟକଙ୍କ ଏହିପରି ଅପିଲ ତାଙ୍କୁ କେତେ ବଳ ଯୋଗାଇବ, ଦେଖିବାକୁ ବାକି ରହିଲା।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details