ଓଡିଶା

odisha

ETV Bharat / politics

ବିଜେପିରେ ମିଶିଲେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ - ବିଜେପିରେ ମିଶିଲେ ତପନ ଚାନ୍ଦ

Tapan Chand Joins BJP: ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ ଆଜି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ତପନଙ୍କ ସମେତ ବିଜୁ ଜନତା ଦଳ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଋଷି କୁମାର ପଟେଲ ଓ ବହୁ ଅବସରପ୍ରାପ୍ତ ସେନା ଅଧିକାରୀ ଆଜି ବିଜେପିରେ ମିଶିଛନ୍ତି । ଅଧିକ ପଢ଼ନ୍ତୁ

Tapan Chand Joins BJP
Tapan Chand Joins BJP

By ETV Bharat Odisha Team

Published : Mar 6, 2024, 10:21 PM IST

Tapan Chand Joins BJP

ଭୁବନେଶ୍ବର: ରାଜ୍ୟ ବିଜେପିର ମିଶ୍ରଣ ପର୍ବ । ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ ଆଜି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ତପନ ଚାନ୍ଦ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ବାଗତ କରିଥିଲେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ।

ତପନ ଚାନ୍ଦ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହ ଛାତ୍ର ଜୀବନରେ ଜଡ଼ିତ ଥିଲେ । ସେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ଏହା ବ୍ୟତୀତ ସିଆଇଆଇ ଏବଂ ଆଲୁମିନିୟମ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ନେତୃତ୍ବ ନେଇଥିଲେ । ବର୍ତ୍ତମାନ ସେ ବେଦାନ୍ତ ଭଳି ବହୁରାଷ୍ଟ୍ରୀୟ କମ୍ପାନୀର ଉପଦ୍ଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି । ଜଣେ ଶିଳ୍ପ ଉଦ୍ୟୋଗୀ ଭାବରେ ସରକାରୀ ଓ ଘରୋଇ ଉଦ୍ୟୋଗ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ବହୁ ସମ୍ମାନଜନକ ପୁରସ୍କାର ସହ ସମ୍ମାନିତ ହେବା ସହିତ ଭାରତର ରାଷ୍ଟ୍ରପତିଙ୍କ ପକ୍ଷରୁ ମଧ୍ୟ ସେ ସମ୍ମାନିତ ହୋଇସାରିଛନ୍ତି । ଟାଇମ୍ସ ଅଫ୍‌ ଇଣ୍ଡିଆ ପକ୍ଷରୁ ଓଡ଼ିଶା ଆଚିଭର୍ସ ଆୱାର୍ଡ ଏବଂ ଏନ୍‌ଆଇପିଏମ୍‌ ପୁରସ୍କାର ମଧ୍ୟ ସେ ହାସଲ କରିଛନ୍ତି । ସେହିପରି ତାଙ୍କ ସହିତ ବହୁ ଅବସରପ୍ରାପ୍ତ ସେନା ଅଧିକାରୀ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ବୈଠକ; ମେଣ୍ଟ ନେଇ ଟିକେ କହିଲେ, ବେଶୀ ଚାପିଲେ

ଆଜିର ମିଶ୍ରଣ ପର୍ବରେ ତପନ ଚାନ୍ଦ କହିଛନ୍ତି, "ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କର କାର୍ଯ୍ୟଶୈଳୀ ଏବଂ ତାଙ୍କର ଦକ୍ଷତାରୁ ପ୍ରେରିତ ହୋଇ ବିଜେପିରେ ସାମିଲ ହେଲି ।" ସେହିଭଳି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ଗରିବ କଲ୍ୟାଣ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଦିନ ବିଭିନ୍ନ ରାଜନୈତିକ ଦଳର ଶହ ଶହ ନେତା, ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଓ ସମାଜସେବୀ ବିଜେପିକୁ ଆସୁଛନ୍ତି । ମୋଦି ଗ୍ୟାରେଣ୍ଟିକୁ ଆପଣାଇଥିବା ଓଡିଶାବାସୀ ଆଗାମୀ ଦିନରେ ଓଡିଶାରେ ବିଜେପିର ଡବଲ୍‌ ଇଞ୍ଜିନ ସରକାର ଗଠନ କରିବା ପାଇଁ ସଂକଳ୍ପ ନେଇଛନ୍ତି ।"

ସେହିପରି ଯୁବନେତା ତଥା ବିଜୁ ଜନତା ଦଳ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଋଷି କୁମାର ପଟେଲ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି । ମୋଦି ଗ୍ୟାରେଣ୍ଟି ଓ ବିକଶିତ ଭାରତ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ରାଜ୍ୟରେ ଶାସନ ପରିବର୍ତ୍ତନ କରିବାରେ ସମର୍ପିତ ଭାବେ କାର୍ଯ୍ୟ କରିବା ପାଇଁ ଆଜି ମିଶ୍ରଣ ପର୍ବ ଅବସରରେ ସମସ୍ତେ ଶପଥ ନେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details