ଓଡିଶା

odisha

ETV Bharat / politics

ନିର୍ବାଚନ ପାଇଁ କଂଗ୍ରେସର ରଣନୀତି, ସୁବର୍ଣ୍ଣପୁରରେ ବସିଲା ବୈଠକ - Election 2024 Preparation

Election 2024 Preparation: ସୁବର୍ଣ୍ଣପୁର ଗ୍ରୀନ ପାର୍କ ସମ୍ମିଳନୀ କକ୍ଷରେ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ । ଅଧିକ ପଢନ୍ତୁ

କଂଗ୍ରେସର ରଣନୀତି
କଂଗ୍ରେସର ରଣନୀତି

By ETV Bharat Odisha Team

Published : Mar 7, 2024, 1:05 PM IST

କଂଗ୍ରେସର ରଣନୀତି

ସୁବର୍ଣ୍ଣପୁର: ସହରର ଗ୍ରୀନ ପାର୍କ ସମ୍ମିଳନୀ କକ୍ଷରେ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟଙ୍କ ସମେତ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ସେହେନେୱାଜ ହୁସେନ ଚୌଧୁରୀ ଯୋଗ ଦେଇଥିଲେ । ଆଗାମୀ ଲୋକସଭା ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସ କମିଟି ପ୍ରସ୍ତୁତ କରିଥିବା ରଣନୀତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ତୃଣମୂଳ ସ୍ତରରୁ କଂଗ୍ରେସ କର୍ମୀଙ୍କୁ ସକ୍ରିୟ କରିବା ସହିତ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ବ ବଣ୍ଟନ କରିବା ପାଇଁ ସହ ପ୍ରଭାରୀ ଚୌଧୁରୀ ଜିଲ୍ଲା କଂଗ୍ରେସ କମିଟିକୁ ପରାମର୍ଶ ଦେଇଥିଲେ । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ଜନସାଧାରଣଙ୍କୁ ଜଣାଇବା ସହିତ ଭୋଟରମାନଙ୍କୁ କଂଗ୍ରେସ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ କଂଗ୍ରେସ କମିଟିକୁ ଆହ୍ବାନ ଦେଇଥିଲେ । ଏନେଇ ପ୍ରଦେଶ କଂଗ୍ରେସ ସହପ୍ରଭାରୀ ସେହେନୱାଜ ହୁସେନ ଚୌଧୁରୀ କହିଛନ୍ତି, "ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଗମ୍ଭୀର ହେଉଛି । ମହିଳାମାନଙ୍କ ଉପରେ ପାରିବାରିକ ହିଂସା ଓ ଅତ୍ୟାଚାର ବଢିଚାଲିଛି । ଦିନକୁ ଦିନ ଚାଷୀ ଜୀବନ ହାରିବା ଘଟଣା ବଢିବାରେ ଲାଗିଥିବାବେଳେ ଚାଷୀ ଲହୁଲୁହାଣ ହୋଇ ଅକ୍ଲାନ୍ତ ପରିଶ୍ରମ କରି ଉତ୍ପାଦିତ କରୁଥିବା ଶସ୍ୟକୁ ସରକାରୀ ଦରରେ ବିକ୍ରି କରିପାରୁନାହିଁ।"

ଏହା ବି ପଢନ୍ତୁ...ସୋନପୁରରେ ବିଜେପି ଆଶାୟୀଙ୍କ ଲମ୍ବା ତାଲିକା, ବିଜୟ ନିଶ୍ଚିତ କହିଲେ ବଳଦେବ

ଏହା ବି ପଢନ୍ତୁ...ରେଙ୍ଗାଲିରେ ହେବ ତ୍ରିମୁଖୀ ଲଢେଇ, ରିପିଟ୍‌ କରିବ ବିଜେପି ନା ବଜାୟ ରହିବ ପରମ୍ପରା !

"ଚାଷୀର ଋଣ ବୋଝ ବଢିଚାଲିଥିବାବେଳେ ଆର୍ଥିକ ମେରୁଦଣ୍ଡ ଦିନକୁ ଦିନ ଦୁର୍ବଳ ହେଉଛି । ଚାଷୀର ଆୟ କମିବାରେ ଲାଗିଛି । ବେକାର ଯୁବକ ଯୁବତୀମାନେ ରୋଜଗାର ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏବେ ବି ସରକାରୀ ପଦ ପଦବୀ ଖାଲି ପଡିଥିବାବେଳେ ରାଜ୍ୟ ସରକାର ନିଯୁକ୍ତି ଦେଉନାହାନ୍ତି" ବୋଲି କହି ବର୍ଷିଛି କଂଗ୍ରେସ । ଏସବୁ ବିଫଳତାକୁ ଆଧାର କରି ଏଥର କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଥିବାବେଳେ ବଲାଙ୍ଗୀର ଲୋକସଭା ଆସନ , ବିଧାନସଭା ଆସନ ସହିତ ସୁବର୍ଣ୍ଣପୁର ଜିଲ୍ଲାର ଉଭୟ ସଦର ସୋନପୁର ବିଧାନସଭା ଆସନ ଓ ବୀରମହାରାଜପୁର ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହେବ ବୋଲି ଦମ୍ଭୋକ୍ତି ଦେଖାଇଛି ଦଳ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details