ଓଡିଶା

odisha

ETV Bharat / politics

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସର୍ଭେ, ବାତ୍ୟା କ୍ଷୟକ୍ଷତିର ତୁରନ୍ତ ଆକଳନ ପାଇଁ ସଚିବଙ୍କୁ ନିର୍ଦ୍ଦେଶ

ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ଅଞ୍ଚଳ ପରିଦର୍ଶନ ପରେ କ୍ଷୟକ୍ଷତି ତୁରନ୍ତ ଆକଳନ ପାଇଁ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

cm mohan majhi conducts  aerial survey
cm mohan majhi conducts aerial survey (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 2 hours ago

ଭୁବନେଶ୍ୱର:ବର୍ତ୍ତମାନ ବାତ୍ୟା ଅଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ କରୁଛନ୍ତି ବାତ୍ୟା ଅଞ୍ଚଳ ପରିଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରତିକୂଳ ପାଗ ଯୋଗୁଁ ଗତକାଲି (ଶୁକ୍ରବାର) ବାତିଲ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବିତ ଜିଲ୍ଲା ଆକାଶମାର୍ଗରୁ ପରିଦର୍ଶନ କାର୍ଯ୍ୟକ୍ରମ । ବାତ୍ୟା ଅଞ୍ଚଳ ପରିଦର୍ଶନ ପରେ ସନ୍ଧ୍ୟାରେ ଲୋକସେବା ଭବନରେ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ରହିଥିଲା ।

cm mohan majhi conducts aerial survey (ETV Bharat Odisha)

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଏବଂ ବନ୍ୟାଞ୍ଚଳ ପରିଦର୍ଶନ:

ବାତ୍ୟା ଏବଂ ବନ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆକାଶ ମାର୍ଗରୁ ବାତ୍ୟା ପରର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ । ବାତ୍ୟାରେ ପ୍ରଭାବିତ ସବୁ ବିଭାଗର କ୍ଷୟକ୍ଷତି ତୁରନ୍ତ ଆକଳନ ପାଇଁ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦ୍ୱୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ । ବାତ୍ୟା ଦାନା ଉଜାଡ଼ି ଦେଇଛି ଲକ୍ଷାଧିକ ଘର ସଂସାର । ୧୪ ଟି ଜିଲ୍ଲାରେ ୧୦୮ ଟି ବ୍ଲକର ୧୬୭୧ ପଞ୍ଚାୟତର ପାଖାପାଖି ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ସୂଚନା ଦେଇଥିଲେ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ।

ଏହା ବି ପଢନ୍ତୁ- ପାଗ ଖରାପ, ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ବାତିଲ୍‌

ଏହା ବି ପଢନ୍ତୁ- ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୋହନ ମାଝୀଙ୍କ କୃତଜ୍ଞତା, ‘ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବିପତ୍ତି ହଟିଗଲା’

cm mohan majhi conducts aerial survey (ETV Bharat Odisha)

ବାତିଲା ହୋଇଥିଲା ଏରିୟଲ୍‌ ସର୍ଭେ-

ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ବାତିଲ ହୋଇଥିଲା । ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ । କିନ୍ତୁ ପ୍ରତିକୂଳ ପାଣିପାଗ ପାଇଁ ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ କାର୍ଯ୍ୟକ୍ରମ । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ବରିଷ୍ଠ ଅଧିକାରୀ ।

ବାତ୍ୟା ଦାନା ଦ୍ୱାରା ଭଦ୍ରକ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । କେନ୍ଦ୍ରାପଡା, ବାଲେଶ୍ଵର, ଯାଜପୁର, ପୁରୀ ଜଗତସିଂହପୁର, କେନ୍ଦୁଝରରେ ହୋଇଛି କ୍ଷୟକ୍ଷତି । 7 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଘର ଭଙ୍ଗା ଆକଳନ ରାଜସ୍ୱ ବିଭାଗ କରିବାକୁ ଥିବାବେଳେ ଅନ୍ୟ କ୍ଷୟକ୍ଷତିର ଆକଳନ କରିବେ କୃଷି, ସମବାୟ ଓ ପରିସଂଖ୍ୟାନ ବିଭାଗ । ସ୍ୱଳ୍ପ ଭାଙ୍ଗିଥିବା ଘର ତୁରନ୍ତ ମରାମତି ସହ ସମ୍ପୂର୍ଣ୍ଣ ଭାଙ୍ଗିଥିବା ପରିବାରକୁ ପକ୍କା ଘର ମିଳିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Last Updated : 2 hours ago

ABOUT THE AUTHOR

...view details