ଓଡିଶା

odisha

ETV Bharat / politics

ଖୋର୍ଦ୍ଧା ବେଗୁନିଆରୁ ଲଢିବେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ, ଭରିଲେ ନାମାଙ୍କନ - BEGUNIA ASSEMBLY CONSTITUENCY - BEGUNIA ASSEMBLY CONSTITUENCY

Manas Das File Nomination: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଆଜି ବେଗୁନିଆ ଆସନରୁ ଲଢିବା ପାଇଁ ନାମାଙ୍କନ ଭରିଛନ୍ତି । ପୂର୍ବରୁ କରଡଗାଡ଼ିଆ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ମାନସ ବେଲରେ ଅଛନ୍ତି । ଅଧିକ ପଢନ୍ତୁ

Manas Das File Nomination
Manas Das File Nomination (Etv Bharat)

By ETV Bharat Odisha Team

Published : May 4, 2024, 9:23 PM IST

Manas Das File Nomination (ETV BHARAT ODISHA)

ଖୋର୍ଦ୍ଧା: ରାଜ୍ୟରେ ସବୁଠି ଚାଲିଛି ଷଷ୍ଠ ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମାନଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି । ଆଜି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମାନବବାଦ ସଂଗଠନ ନିର୍ବାଚନ ଲଢିବାକୁ ମନସ୍ଥ କରିବା ସହ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ଏହି ସଙ୍ଗଠନର ମୁଖ୍ୟ ମାନସ ଦାସ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଟିକଟ ନମିଳିବାରୁ କଂଗ୍ରେସରେ ମିଶିଲେ ଦେବାଶିଷ, ବିଜେଡି ଛାଡି ବିଜେପିରେ ମିଶିଥିଲେ - Debasis Nayak Joins Congress

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବିଧାନସଭା ଆସନ ପାଇଁ ମାନସ ଆଜି ସେ ରିଟଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରାଯାଉଛି । ସମାଜର ଅବହେଳିତ ନିଷ୍ପେସିତ ଆଦିବାସୀ ମାନଙ୍କ ପାଇଁ ମାନସଙ୍କ ନୂଆ ସ୍ବୀକୃତିପ୍ରାପ୍ତ ଦଳ ଲୋକଶକ୍ତି ଦଳ ଲଢେଇ କରିବା ସହ 2024ରେ ପ୍ରତିଦ୍ବନ୍ଦ୍ବିତା କରି ସଫଳତା ପାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି,' ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପାଇଁ ସେ ନିର୍ବାଚନ ଲଢୁଛନ୍ତି । ଲୋକ ପରିବର୍ତ୍ତନ ଚାହିଁଲେ ନିଜର ଜନ ପ୍ରତିନିଧି ମଧ୍ୟ ବଦଳାଇ ପାରିବେ । ଦଳ ପକ୍ଷରୁ ଗଞ୍ଜାମ, କେନ୍ଦୁଝର ଭଳି ସ୍ଥାନରେ ପ୍ରାର୍ଥୀ ଦିଆଯିବ । ପ୍ରାର୍ଥୀ ମାନଙ୍କୁ ଟିକଟ ପ୍ରଦାନ କରାଯାଇଛି, ସେମାନେ ତାଙ୍କର ନାମାଙ୍କନ ଦାଖଲ କରିବେ ।' ଏଠାରେ ସୂଚନା ଯୋଗ୍ୟ ମାନବବାଦ ସଙ୍ଗଠନ ନାମରେ ଖୋର୍ଦ୍ଧା ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ସଙ୍ଗଠନ ଚଳାଇ ବିବାଦ ଘେରକୁ ଆସିଥିବା ସଂଗଠନର ମୁଖ୍ୟ ମାନସ ଦାସ ଖୋର୍ଦ୍ଧା ସଦର ଥାନା କରଡଗାଡ଼ିଆ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଜେଲ ଯାଇ ଏଵେ ବେଲରେ ଅଛନ୍ତି ।

ଆଜି ଶନିବାର ଥିବାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଆଶାୟୀ ମାନେ ନାମାଙ୍କନ ଭରିବା ପାଇଁ ସେତେଟା ଆଗ୍ରହ ପ୍ରକାଶ କରିନଥିବା ଦେଖିବାକୁ ମିଳିଥିଲା । ସେହିପରି ଆଜିର ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ସୁଧାଂଶୁ ଶେଖର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଚିଲିକା ବିଧାନସଭା କ୍ଷେତ୍ର ପାଇଁ ଆମ ଆଦମୀ ପାର୍ଟିରୁ ସଂଗ୍ରାମ କେଶରୀ ପରିଡା ଆଜିର ନାମାଙ୍କନ ଭରିଛନ୍ତି । ତେବେ ଆସନ୍ତାକାଲି ରବିବାର ଛୁଟିଦିନ ରହିଥିବା ବେଳେ ସୋମବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଏବଂ ଖୋର୍ଦ୍ଧା ଜିଲ୍ଲାର କୌଣସି ବି କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିନଥିବା ବେଳେ ସେହିଦିନ ଅନେକ ଆଶାୟୀ ମାନେ ନାମାଙ୍କନ ଭରିବେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details