ଓଡିଶା

odisha

ETV Bharat / politics

ସନାତନ ବିରୋଧି ନାରା ଦେଇପାରିବିନି କହି ହାତ ଛାଡିଲେ, କିଛି ଘଣ୍ଟାରେ ବିଜେପିରେ ମିଶିଲେ ଗୌରଭ ବଲ୍ଲଭ - Gourav Vallabh quits Congress - GOURAV VALLABH QUITS CONGRESS

Gourav Vallabh quits Congress: ଲୋକସଭା ନିର୍ବାଚନ ପୂର୍ବରୁ ହାତ ଛାଡିଲେ କଂଗ୍ରେସ ମୁଖପାତ୍ର ଗୌରଭ ବଲ୍ଲଭ । କହିଲେ ମୁଁ ସନାତନ ବିରୋଧି ନାରାବାଜି କରିପାରିବି ନାହିଁ । ସେପଟେ ଦଳ ଛାଡିବାର କିଛି ଘଣ୍ଟା ପରେ ବିଜେପିରେ ମିଶିଲେ । ଅଧିକ ପଢନ୍ତୁ

କଂଗ୍ରେସରୁ ଇସ୍ତଫା ଦେଲେ ଗୌରଭ ବଲ୍ଲଭ, କହିଲେ- ମୁଁ ସନତାନ ବିରୋଧି ନାରା ଦେଇପାରିବି ନାହିଁ
କଂଗ୍ରେସରୁ ଇସ୍ତଫା ଦେଲେ ଗୌରଭ ବଲ୍ଲଭ, କହିଲେ- ମୁଁ ସନତାନ ବିରୋଧି ନାରା ଦେଇପାରିବି ନାହିଁ

By ETV Bharat Odisha Team

Published : Apr 4, 2024, 10:25 AM IST

Updated : Apr 4, 2024, 1:27 PM IST

ନୂଆଦିଲ୍ଲୀ:ଲୋକସଭା ଭୋଟ୍ ପୂର୍ବରୁ ପୁଣି କଂଗ୍ରେସକୁ ଝଟକା । ଇସ୍ତଫା ଦେଲେ ଦଳର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ବଲ୍ଲଭ । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ସହିତ ସବୁ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ସୋସିଆଲ ମିଡିଆରେ ନିଜର ଇସ୍ତଫା ପତ୍ର ପୋଷ୍ଟ କରି କଂଗ୍ରେସ ଛାଡୁଥବା ଘୋଷଣା କରିଛନ୍ତି । ଗୌରବ ବଲ୍ଲଭ ଲେଖିଛନ୍ତି, ''ଆଜି କଂଗ୍ରେସ ପାର୍ଟି ଯେଉଁଭଳି ଭାବେ ଦିଗହରା ହୋଇ ଆଗକୁ ବଢୁଛି, ସେଥିରେ ମୁଁ ଅସହଜ ଅନୁଭବ କରୁଛି । ମୁଁ ସନାତନ ବିରୋଧି ନାରା ଦେଇପାରିବିନି କି ଦେଶର ୱେଲଥ୍‌ କ୍ରିଏଟରଙ୍କୁ ଗାଳି କରିପାରିବିନି । ସେଥିପାଇଁ ମୁଁ କଂଗ୍ରେସର ସବୁ ପଦପଦବୀରୁ ଇସ୍ତଫା ଦେଉଛି ।'' ତେବେ କଂଗ୍ରେସ ଛାଡିବା ପରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।

ସୂଚନା ଥାଉକି, ଗୌରବ ବଲ୍ଲଭ ୨୦୨୩ରେ ରାଜସ୍ଥାନର ଉଦୟପୁର ଏବଂ ଝାଡଖଣ୍ଡର ଜାମସେଦପୁରରୁ ବିଧାନସଭା ନିର୍ବାଚନ ଲଢିଥିଲେ । ହେଲେ ଦୁଇଟି ଯାକ ଆସନରେ ସେ ପରାଜିତ ହୋଇଥିଲେ । ଗୌରବ ବଲ୍ଲଭ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ସହ ଅର୍ଥନୀତି ବିଭାଗର ପ୍ରଫେସର । ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ତାଙ୍କର ଏକ ଡିବେଟ୍ ଖୁବ୍ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ସମ୍ବିତ ପାତ୍ରଙ୍କୁ ଏକ ଟ୍ରିଲିୟନରେ କେତୋଟି ଜିରୋ ଥାଏ ବୋଲି ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଓ୍ବାଇନାଡରୁ ପୁଣି ଲଢ଼େଇ, ରୋଡ ସୋ ପରେ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ - Rahul Gandhi Nomination

ଗୌରବ ବଲ୍ଲଭ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ମୁଁ ଭାବୁକ ଅଛି । ମନ ବ୍ୟଥିତ ହେଉଛି । ଅନେକ କିଛି କହିବାକୁ ଚାହୁଁଛି, କିନ୍ତୁ ମୋ ସଂସ୍କାର ମୋତେ ଏମିତି କରିବାରୁ ଅଟକାଉଛି, ଯାହାଦ୍ବାରା ଅନ୍ୟକୁ କଷ୍ଟ ପହଞ୍ଚିବ । ତଥାପି ଆଜି ମୁଁ ମୋ କଥା ଆପଣଙ୍କ ସାମ୍ନାରେ ରଖୁଛି । କାରଣ ସତକୁ ଲୁଚାଇବା ବି ଅପରାଧ ଅଟେ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦେଶବାସୀଙ୍କ ଆଗରେ ମୁଁ ଦଳର ପକ୍ଷ ରଖିଛି । କିନ୍ତୁ କିଛି ଦିନ ହେଲା ଦଳର ଷ୍ଟାଣ୍ଡରେ ଅସହଜ ଅନୁଭବ କରୁଛି । ତୃଣମୂଳ ସ୍ତରରେ ଦଳର ସଂଗଠନ ପୁରାପୁରି ଭାଙ୍ଗିଯାଇଛି, ଯାହା ନୂଆ ଭାରତର ଆକାଂକ୍ଷାକୁ ଆଦୌରୁ ବୁଝିପାରୁନି । ଏହି କାରଣରୁ ଦଳ ନାଁ ସତ୍ତାକୁ ଆସୁପାରୁଛି ନା ମଜଭୁତ ବିରୋଧ ଦଳର ଭୂମିକା ନିଭାଇପାରୁଛି । ଏଥିରେ ମୋ ଭଳି କାର୍ଯ୍ୟକର୍ତ୍ତାମାନେ ହତୋତ୍ସାହିତ ହୋଇପଡିଛନ୍ତି ।

ଆହୁରି ମଧ୍ୟ ଲେଖିଛନ୍ତି ଯେ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ନେଇ କଂଗ୍ରେସ ଆଭିମୁଖ୍ୟରେ ମୁଁ କ୍ଷୁବ୍ଧ ଅଛି । ମୁଁ ଜନ୍ମରୁ ହିନ୍ଦୁ ଏବଂ କର୍ମରୁ ଶିକ୍ଷକ । ଏମିତିରେ ଦଳର ଏପରି ଆଭିମୁଖ୍ୟ ମୋତେ ଅସହଜ କରିଛି । କଂଗ୍ରେସ ଏବଂ ବିରୋଧୀ ମେଣ୍ଟର ଅନେକ ଲୋକ ସନାତନ ବିରୋଧୀ ଟିପ୍ପଣୀ ଦେଉଛନ୍ତି । ଏହା ଉପରେ କଂଗ୍ରେସ ଚୁପ୍ ରହିବା ତାଙ୍କୁ ସ୍ବୀକୃତି ଦେବାଭଳି ଲାଗୁଛି ।

ଗୌରଭ ବଲ୍ଲଭ କିଏ ?

ଗୌରବ ବଲ୍ଲଭ ଜାମସେଦପୁର ସ୍ଥିତ ଜଭିଅର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରେ ପ୍ରଫେସର ଅଛନ୍ତି । ୨୦୧୯ରୁ ସେ ଝାଡଖଣ୍ଡର ଜାମେସଦପୁର ଇଷ୍ଟରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ୧୮ ହଜାରରୁ ଅଧିକ ପାଇଥିଲେ ସୁଦ୍ଧା ତତ୍କଳୀନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସରୟୁ ରୟଙ୍କ ଠାରୁ ପଛରେ ପଡିଥିଲେ । ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ସେ କଂଗ୍ରେସରୁ ଉଦୟପୁରରେ ନିର୍ବାଚନ ଲଢିଥିଲେ । କିନ୍ତୁ ବିଜେପି ପ୍ରାର୍ଥୀ ତାରାଚାନ୍ଦ ଜୈନଙ୍କ ଠାରୁ ୩୨ ହଜାର ଖଣ୍ଡ ଭୋଟରେ ହାରି ଯାଇଥିଲେ ।

Last Updated : Apr 4, 2024, 1:27 PM IST

ABOUT THE AUTHOR

...view details