ଭୁବନେଶ୍ବର: ଓଡ଼ିଶା ପାଇଁ ଘୋଷଣା ହେଲା କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା । ତାଲିକାରେ ୪୦ ଜଣଙ୍କ ନାଁ ରହିଛି । ପ୍ରଥମରେ ରହିଛି AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ । ଦ୍ବିତୀୟରେ ସୋନିଆ ଗାନ୍ଧୀ, ତୃତୀୟରେ ରାହୁଲ ଗାନ୍ଧୀ, ଚତୁର୍ଥରେ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ରହିଛି । ସେହିପରି ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ନରସିଂହ ମିଶ୍ର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ନାଁ ସାମିଲ ରହିଛି । ସେହିପରି ଭୂପେଶ ବଘେଲ, ସଚିନ ପାଇଲଟ, ମଲ୍ଲୁ ଭାଟି ଭିକ୍ରମାକା, ଅଳକା ଲାମ୍ବା, କହ୍ନେୟା କୁମାର, ମୀନାକ୍ଷି ନଟରାଜନ, ହର୍ଶବର୍ଦ୍ଧନ ସପକାଲ ଓ ଗିରିଧାରୀ ଗମାଙ୍ଗଙ୍କ ନାଁ ସାମିଲ ରହିଛି ।
Star Campaigner (Congress) ସେହିପରି କିଶୋର ପଟେଲ, ନିରଞ୍ଜନ, ପଟ୍ଟନାୟକ, ଜୟଦେବ ଜେନା, ଆର ସି ଖୁଣ୍ଟିଆ, ଭକ୍ତ ଚରଣ ଦାସ, ସୁଶୀଳା ତିରିୟା, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ବିଜୟ କୁମାର ପଟ୍ଟନାୟକ, କୱାସି ଲକ୍ଷ୍ମା, ମୋହନ ମାରକମ, ଲକ୍ଷେଶ୍ବର ବଘେଲ, ସନ୍ଦୀପ ସାହୁ, ଦନାସରୀ ଅନୁସୂୟା, ଶିବାନନ୍ଦ ରାୟ, ବିଶ୍ବରଞ୍ଜନ ମହାନ୍ତି, ମୀନାକ୍ଷି ବାହିନୀପତି, ରଣଜିତ ପାତ୍ର, ଜୟରାମ ପାଙ୍ଗି, କ୍ରିଷ୍ଟୋଫର ତିଲକ ଓ ମହମ୍ମଦ ଶେହନୱାଜ ଚୌଧୁରୀଙ୍କ ନାଁ ସାମିଲ ରହିଛି ।
ଏହା ବି ପଢନ୍ତୁ...ନବୀନଙ୍କ ସମେତ 40 ଷ୍ଟାର ପ୍ରଚାରକ ତାଲିକା; ପାଣ୍ଡିଆନଙ୍କ ଏଣ୍ଟ୍ରି ଓ ସଞ୍ଜୟଙ୍କ ରି-ଏଣ୍ଟ୍ରି - BJD Star Campaigners List
ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ରାଜ୍ୟରେ ଡେରା ପକାଉଛନ୍ତି କେନ୍ଦ୍ରୀୟ ନେତା । ଏହାରି ଭିତରେ ବିଜେପି ତା'ର ପ୍ରଚାର ଅଭିଯାନକୁ ଜୋରଦାର ଚଳାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ପରେ ଜେପି ନଡ୍ଡା ଓ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଜେପି ଓଡ଼ିଶା ଦଖଲ ଲକ୍ଷ୍ୟରେ ରହିଥିବାବେଳେ ପ୍ରଚାର ଅଭିଯାନକୁ ଜୋରଦାର ଚଳାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦୁଇ ଥର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ପଛରେ ରହିନି । ନିକଟରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ସାଲେପୁରର ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ପୁନର୍ବାର ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ନାମାଙ୍କନ କାରଣରୁ ଆସିପାରିନଥିଲେ ରାହୁଲ । ଏହାରି ଭିତରେ ଆଜି କଂଗ୍ରେସ ଜାରି କରିଛି ଷ୍ଟାର ପ୍ରଚାରକ ତାଲିକା । ଯେଉଁଥିରେ ହେଭିୱେଟ୍ ନେତାଙ୍କ ନାଁ ସାମିଲ ରହିଛି । ରାଜ୍ୟରେ ଖୁବଶୀଘ୍ର ଜମିବ କଂଗ୍ରେସର ପ୍ରଚାର କାର୍ଯ୍ୟକ୍ରମ ।
ଇଟିଭି ଭାରତ, ଭୁବନେଶ୍ବର