ଭୁବନେଶ୍ବର:ବିଜେଡି ବିଜେପି ବିବାହ ପରେ ଅନ୍ନପ୍ରାସନ୍ନ କଲା କଂଗ୍ରେସ । ଦୁଇ ଦଳ ବିରୋଧରେ କଂଗ୍ରେସ ଅଭିନବ ଉପାୟରେ ପ୍ରତିବାଦ କରିଛି । ପ୍ରତୀକାତ୍ମକଭାବେ କୁନିକଣ୍ଢେଇ ନେଇ ଅନ୍ନପ୍ରାସନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି କଂଗ୍ରେସ । ଦଳର କହିବା କଥା, ବିଜେଡି-ବିଜେପି ଠାରୁ ଜନ୍ମ ନେଇଛନ୍ତି 10ଟି ସନ୍ତାନ । ପ୍ରଥମ ପିଲାଟି ଚିଟ୍ ଫଣ୍ଡ ସ୍କାମ ଶିଶୁ, ଦ୍ଵିତୀୟରେ ମାଇନିଂ ସ୍କାମ, ତୃତୀୟରେ ଗୁଣ୍ଡା, ଚତୁର୍ଥରେ ମାସ୍କ ସ୍କାମ, ପଞ୍ଚମରେ ତାମିଲ, ଷଷ୍ଠରେ ଦୁର୍ନୀତି, ସପ୍ତମରେ ନିଯୁକ୍ତି ସ୍କାମ, ଅଷ୍ଟମରେ ବିଦ୍ୟୁତ ସ୍କାମ,ନବମରେ ଦରଦାମ ବୃଦ୍ଧି ଏବଂ 10 ନମ୍ବର ହେଲା ସରକାରୀ ଚାକିରି ବିକ୍ରି ।
ଏଭଳି 10ଟି ଘୋଟଲା ଶିଶୁ ବିଜେପି ଓ ବିଜେଡି ଔରସରୁ ଜନ୍ମ ନେଇଥିବା ଅଭିଯୋଗ ନେଇ ସାମ୍ବାଦିକ ସମ୍ମିଳନୀରେ କଟାକ୍ଷ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ସେ କହିଛନ୍ତି, "ଏ ଦୁର୍ନୀତି ଟିମର କ୍ୟାପଟେନ ହେଲେ ମୋଦି ଆଉ ଭାଇସ କ୍ୟାପଟେନ ହେଲେ ନବୀନ । ନବୀନଙ୍କ ଉପରେ ମାଇନିଂ ଅର୍ଥ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ବିଜେଡ଼ିକୁ ଆସିଛି । ଦେଶର ସବୁଠୁ ବଡ ଦୁର୍ନୀତି ଓଡ଼ିଶାରେ ହୋଇଛି । ଏହି ୧୦ଟି ଦୁର୍ନୀତିକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଘରକୁ ଘର ଯାଇ ସେମାନଙ୍କର କର୍ମର ବିଷୟରେ ଅବଗତ କରାଇବ । ଓଡି଼ଶାବାସୀଙ୍କ ସାମ୍ନାରେ ବିଜେଡି ବିଜେପିର ମୁଖା ଖୋଲିବ କଂଗ୍ରେସ । ଓଡ଼ିଶା ଜନତା ଉଠିଲେଣି । ନବୀନ ଓ ମୋଦିଙ୍କ ପୋଲ୍ ଖୋଲିବ।"
ଏହା ବି ପଢନ୍ତୁ...ବାଲେଶ୍ୱରରେ ବିଜେଡି-ବିଜେପିର ପଡ଼ିଲା ହାତଗଣ୍ଠି, ନିଆରା ଢଙ୍ଗରେ କଂଗ୍ରେସର କଟାକ୍ଷ