ଓଡିଶା

odisha

ETV Bharat / politics

ପ୍ରଧାନମନ୍ତ୍ରୀଙ୍କ ମୁସଲିମ୍‌ ଲିଗ୍‌ ମନ୍ତବ୍ୟ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ - CONGRESS MOVES ECI AGAINST PM MODI - CONGRESS MOVES ECI AGAINST PM MODI

Congress moves Election Commission against PM Modi's 'Muslim League' remark: ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁସଲିମ ମନ୍ତବ୍ୟ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ମୁସଲିମ ମନ୍ତବ୍ୟ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ
ପ୍ରଧାନମନ୍ତ୍ରୀଙ୍କ ମୁସଲିମ ମନ୍ତବ୍ୟ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ

By ETV Bharat Odisha Team

Published : Apr 8, 2024, 9:22 PM IST

ନୂଆଦିଲ୍ଲୀ:କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ‘ମୁସଲିମ ଲିଗ’ର ବିଚାରଧାରା ସହ ତୂଳନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଟିପ୍ପଣୀକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି କଂଗ୍ରେସ । ଆଜି କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ଟିମ ଆୟୋଗଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଜିର ଏହି ଅଭିଯୋଗ ସମ୍ପର୍କରେ ଦଳର ଯୋଗାଯୋଗ ବ୍ୟାପାର ମୁଖ୍ୟ ଜୟରାମ ରମେଶ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ଜୟରାମ ରମେଶ କହିଛନ୍ତି, ‘‘ଆଜି ସଲମାନ ଖୁର୍ସିଦ୍ଦ, ମୁକୁଲ ଓ୍ବାସନିକ, ପବନ ଖେଡା ପ୍ରମୁଖ ନିର୍ବାଚନ ଆୟଗଙ୍କ ନିକଟରେ ବିଭିନ୍ନ ପ୍ରସଙ୍ଗରେ 6ଟି ଅଭିଯାଗ କରିଛନ୍ତି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦୁଇଟି ଅଭିଯୋଗ ରହିଛି । ନିର୍ବାଚନ ପ୍ରକ୍ରିୟାରେ ସମସ୍ତ ରାଜନୈତିକ ଦଳମାନଙ୍କୁ ସମାନ ସୁଯୋଗ ଦେବା କ୍ଷେତ୍ରରେ ନିର୍ବାଚନ ଆୟୋଗ ନିଜ ସ୍ବାଧୀନତା ପ୍ରଦର୍ଶନ କରିବା ଉଚିତ ।’’

ନିକଟରେ କଂଗ୍ରେସ 5 ଗ୍ୟାରେଣ୍ଟି ଓ 25 ନ୍ୟାୟ ସମ୍ବଳିତ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । 6 ତାରିଖରେ ରାଜସ୍ଥାନର ଆଜମେରରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଟିପ୍ପଣୀ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଦଳର ଏହି ନିର୍ବାଚନୀ ଇସ୍ତାହାର ମୁସଲିମ ଲିଗର ବିଚାରଧାରାକୁ ପ୍ରତିଫଳିତ କରୁଛି ବୋଲି ମୋଦି ନିଜ ସମ୍ବୋଧନରେ କହିଥିଲେ । ଏହା କେବଳ ଇସ୍ତାହାର ନାମରେ ଏକ ମିଛ ପ୍ରତିଶୃତିର ବଣ୍ଡଲ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ପରେ ପରେ ତମାମ ବିଜେପି ନେତାମାନେ କଂଗ୍ରେସର ଇସ୍ତାହାର ସମ୍ପର୍କରେ ମଧ୍ୟ ଚିପ୍ପଣୀ କରିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ECI କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା TMC ନେତାଙ୍କୁ ଉଠାଇନେଲା ପୋଲିସ - TMC Leaders Protesting at EC Office

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଏହି ଇସ୍ତାହାରକୁ ଭାରତ ନୁହେଁ ବରଂ ପାକିସ୍ତାନ ନିର୍ବାଚନ ପାଇଁ ପ୍ରଜୁଜ୍ୟ ବୋଲି କହିଥିଲେ । ଆଜି କଂଗ୍ରେସ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜ ଘୋଷଣାପତ୍ର ଜାରି କରିସାରିଥିବା ବେଳେ ଭାରତୀୟ ଜନତା ପାର୍ଟି ଏପର୍ଯ୍ୟନ୍ତ ନିର୍ବାଚନ ଘୋଷଣାପତ୍ର ଜାରି କରିନି । ବିଜେପି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଦଳ ଇସ୍ତାହାର କମିଟି ଗଠନ କରି ବିଚାର ବିମର୍ଶ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details