ଓଡିଶା

odisha

ETV Bharat / politics

ସଙ୍କଟରେ କଂଗ୍ରେସ ! ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ - ODISHA CONGRESS - ODISHA CONGRESS

Congress Charges Money From Poll Aspirants:ନିର୍ବାଚନୀ ପାଇଁ ପାଣ୍ଠି ଚିନ୍ତାରେ କଂଗ୍ରେସ । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

କଂଗ୍ରେସ
କଂଗ୍ରେସ

By ETV Bharat Odisha Team

Published : Mar 29, 2024, 10:56 PM IST

କଂଗ୍ରେସ

ଭୁବନେଶ୍ବର: 100 ବର୍ଷର କଂଗ୍ରେସକୁ ଘାରିଛି ନିର୍ବାଚନୀ ପାଣ୍ଠି ଚିନ୍ତା । 2024 ସାଧାରଣ ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ସଂଗ୍ରହ କରିବା ପାଇଁ aicc ଆରମ୍ଭ କରିଛି ପାଣ୍ଠି ସଂଗ୍ରହ ଅଭିଯାନ । ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କୁ 50 ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀମାନଙ୍କୁ ଚିଠି ଲେଖିଛନ୍ତି । ତେବେ ପ୍ରାର୍ଥୀଙ୍କ ଠାରୁ 50 ହଜାର ଟଙ୍କା ବଦଳରେ ଦଳ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ।

ଅଡୁଆରେ ଜାତୀୟ ଦଳ କଂଗ୍ରେସ । ଦଳ ଉପରେ ପଡିଛି ଆୟକର ଛାଟ । ଏପରି ପରିସ୍ଥିତିରେ କଂଗ୍ରେସ ପାଇଁ ଟଙ୍କା ଯୋଗାଡ଼ କରିବା କାଠିକର ପାଠ ହୋଇଛି । 2024 ସାଧାରଣ ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ସଂଗ୍ରହ କରିବା ପାଇଁ aicc ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କୁ 50 ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପିସିସି ସଭାପତି ଶରତ ପଟନାୟକ ପ୍ରାର୍ଥୀ ମାନଙ୍କୁ ଚିଠି ଲେଖିଛନ୍ତି । ତେବେ ପ୍ରାର୍ଥୀଙ୍କ ଠାରୁ 50 ହଜାର ଟଙ୍କା ବଦଳରେ ଦଳ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ । ଏପରିକି ପ୍ରଚାର ପାଇଁ ଆବଶ୍ୟକୀୟ ସାମଗ୍ରୀ ଦଳ ମଧ୍ୟ ଯୋଗାଇଦେଵ । ଟିଜେଟ ପାଇଁ ଆବେଦନ କରୁଥିବା ସବୁ ପ୍ରାର୍ଥୀମାନେ 50 ହଜାର ଟଙ୍କା ଡିପୋଜିଟ କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି ।


ତେବେ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସକୁ ଧରାଶାୟୀ କରିବା ପାଇଁ ରାଜନୈତିକ ଗୋଟି ଚାଳନା କରିଛି ବିଜେପି । ହାତରେ ନମାରି ଭାତରେ ମାରିବା ରଣନୀତି ପ୍ରସ୍ତୁତ କରିଛି ବିଜେପି । ଏହି କ୍ରମରେ କଂଗ୍ରେସର ଦଳୀୟ ଆକାଉଣ୍ଟଜୁ ଫ୍ରିଜ କରିବା ସହିତ ଆୟକର ଜମା କରିବା ପାଇଁ ତାଗିଦ କରିଛି । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ନିର୍ବାଚନ ଗୁଡିକ ଯେତେବେଳେ ବ୍ୟୟ ବହୁଳ ହେଉଛି ସେତେବେଳେ ଆକାଉଣ୍ଟ ସିଜ ହେବା କଂଗ୍ରେସକୁ ପାଣ୍ଠି ଯୋଗାଡ଼ କରିବାରେ ବାଟ ଓଗାଳିଛି । ତେଣୁ କଂଗ୍ରେସ ନିଜ ନେତାଙ୍କ ଅର୍ଥରେ ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରୁଛି । ଓଡ଼ିଶାରେ କଂଗ୍ରେସ ନିର୍ବାଚନୀ ପରିଚାଳନାରେ ଅର୍ଥ କେଉଁଠୁ ଆଣିବ, ତାକୁ ନେଇ ମଧ୍ୟ OPCCର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।



ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଦଳୀୟ ପାଣ୍ଠି ଆଦାୟ କରିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଅଛି । ଯେଉଁମାନଙ୍କ ନାଁ ସର୍ଟ ଲିଷ୍ଟ ହୋଇଛି ସେମାନେ 50 ହଜାର ଟଙ୍କା ପୈଠ କରିବେ । ଦଳ ପାଇଁ କିଛି କରିବାକୁ ପଡିବ ।" ସେପଟେ ନିର୍ବାଚନ ପାଇଁ ତାରା ପ୍ରସ୍ତୁତ ଥିବା କହିବା ସହ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ଏବଂ କଂଗ୍ରେସ ଆଗାମୀ ଦିନରେ ଜନସମର୍ଥନ ହାସଲ କରିବ ଦୃଢୋକ୍ତି ପ୍ରକାଶ କରିଛନ୍ତି ତାରା ।



ଏହା ମଧ୍ୟ ପଢ଼ନ୍ତୁ...ରାହୁଲଙ୍କ ଗ୍ୟାରେଣ୍ଟି; 'ସରକାର ବଦଳିଲେ ଏପରି କାର୍ଯ୍ୟାନୁଷ୍ଠାନ ହେବ, ଦ୍ବିତୀୟ ଥର ସାହାସ କରିବେନି' - Rahul Gandhi


ସୂଚନା ଅନୁସାରେ, କଂଗ୍ରେସକୁ ୧୮୨୩ କୋଟିର ଆୟକର ନୋଟିସ୍‌ ଆସିଛି । ୨୦୧୭-୧୮ ଓ ୨୦୨୦-୨୧ ବର୍ଷର ଟିକସ ପାଇଁ ଆୟକର ବିଭାଗ ଜରିମନା ଓ ସୁଧକୁ ମିଶାଇ ମୋଟ ୧୮୨୩ କୋଟି ଟଙ୍କାର ନୋଟିସ କରିଛି । ଟିକସ ନଦେବା ଅଭିଯୋଗରେ କଂଗ୍ରେସର ଆକାଉଣ୍ଟକୁ ଆୟକର ବିଭାଗ ଫ୍ରିଜ୍‌ କରିଛି । ଆୟକର ବିଭାଗର ଟିକସ ଉପରେ ରୋକ ଲଗାଇବା ପାଇଁ ଦଳ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ସେଠାରୁ ନିରାଶ ହେବା ପରେ ଆଜି ଦଳ ପାଖକୁ ପୁଣି ଗୋଟିଏ ନୋଟିସ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details