ଓଡିଶା

odisha

ETV Bharat / politics

ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ଜୟ ନାରାୟଣ, ଟିକଟ ଫେରାଇଥିଲେ ସୁଚରିତା - Lok Sabha Election 2024 - LOK SABHA ELECTION 2024

Congress Puri MP Candidate: ପୁରୀ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ସୁଚରିତା ମହାନ୍ତି ଟିକଟ ଫେରାଇବା ପରେ ଏହି ଆସନରୁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଅଧିକ ପଢ଼ନ୍ତୁ

Congress Puri MP Candidate
Congress Puri MP Candidate (ETV BHARAT ODISHA)

By ETV Bharat Odisha Team

Published : May 5, 2024, 1:47 PM IST

ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ଜୟ ନାରାୟଣ (ETV Bharat Odisha)

ପୁରୀ: ବହୁ ଚର୍ଚ୍ଚା ଆଲୋଚନା ଭିତରେ ଶନିବାର ପୁରୀ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସୁଚରିତା ମହାନ୍ତି ଟିକଟ ଫେରାଇବା ପରେ ଏହି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବଦଳାଇଛି । ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ନିର୍ବାଚନ ଲଢ଼ିବାକୁ କଂଗ୍ରେସ ଦଳ ଆର୍ଥିକ ସହାୟତା ନଦେବା ଅଭିଯୋଗରେ ଗତକାଲି ଟିକଟ ଫେରାଇଥିଲେ ସୁଚରିତା । ଏବେ ପ୍ରାର୍ଥୀ ପରିବର୍ତ୍ତନ ପରେ ପାର୍ଟିର ଶୀର୍ଷ ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଟିକଟ ପାଇଥିବା ଜୟ ନାରାୟଣ । ଲୋକଙ୍କ ମୌଳିକ ସମସ୍ୟା, ବିଜେଡି ଓ ବିଜେପିର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ସେ ଲଢେଇ କରିବେ ବୋଲି କହିଛନ୍ତି ।

ଜୟ ନାରାୟଣଙ୍କ ପୂର୍ବରୁ ପୁରୀ ଲୋକସଭା ଆସନରୁ କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ନିର୍ବାଚନ ଲଢ଼ିବାକୁ କଂଗ୍ରେସ ଦଳ ଆର୍ଥିକ ସହାୟତା ନଦେବା, ପୁରୀ ସଂସଦୀୟ କ୍ଷେତ୍ରରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ପ୍ରାର୍ଥୀ ଦିଆଯିବା ଭଳି ଅଭିଯୋଗ ଆଣି ସୁଚରିତା ମହାନ୍ତି ଗତକାଲି (ଶନିବାର) ଦଳକୁ ଟିକଟ ଫେରାଇ ଦେଇଥିଲେ । ଯାହା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାରି ଭିତରେ ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସ ନୂଆ ପ୍ରାର୍ଥୀ ଭାବେ ଜୟ ନାରାୟଣ ପଟ୍ଟନାୟକଙ୍କ ନାଁ ଘୋଷଣା କରିଛି । ଏହାପରେ ଜୟ ନାରାୟଣ ଦଳର ଶୀର୍ଷ ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି । କଂଗ୍ରେସ ଗ୍ୟାରେଣ୍ଟି, ପୁରୀ ଲୋକସଭା ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀର ମୌଳିକ ସମସ୍ୟା, ବିଜେଡି ଓ ବିଜେପିର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧ ସେ ଲଢେଇ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...6 ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: 5 ଆସନରେ ପରିବର୍ତ୍ତନ, ବରୀରୁ ଦେବାଶିଷ - congress candidates

ସେପଟେ ଦଳକୁ ସୁଚରିତା ଟିକଟ ଫେରାଇବା ପ୍ରସଙ୍ଗରେ ସୁଚରିତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ନୂଆ ପ୍ରାର୍ଥୀ ତଥା ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ । ସେ କହିଛନ୍ତି, "ନିର୍ବାଚନ ପ୍ରଚାର କାର୍ଯ୍ୟ ନକରି, ଦଳର କର୍ମୀଙ୍କୁ ଏକଜୁଟ ନକରି ସୁଚରିତା ଯେଭଳି ଅର୍ଥ ଆଶାରେ ଥିଲେ ତାହା ଦୁଃଖଦାୟକ । କାର୍ଯ୍ୟ ଆରମ୍ଭ ହୋଇଥିଲେ ଦଳ ନିଶ୍ଚିତ ଆର୍ଥିକ ସାହାଯ୍ୟ ଦେଇଥାନ୍ତା । ହେଲେ କାମ ନକରି ଟଙ୍କା ଆଶାରେ ରହିବା ନିନ୍ଦନୀୟ ।" ତେବେ ହାତରେ ବହୁତ କମ ସମୟ ଥିବାବେଳେ ସେ କିଭଳି ଲଢେଇ କରିବେ ପ୍ରଶ୍ନର ଉତ୍ତର ରଖି ଜୟ ନାରାୟଣ କହିଛନ୍ତି, "କଂଗ୍ରେସ ଦଳର ସଂଗଠନ ରହିଛି । ତେଣୁ ଦଳ ସବୁବେଳେ ପ୍ରସ୍ତୁତ ହୋଇରହିଛି । ନିର୍ବାଚନରେ ମଧ୍ୟ ବେଶ୍ ରୋଚକ ଲଢେଇ ହେବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details