ଓଡିଶା

odisha

ETV Bharat / politics

ବଣାଇରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ - Odisha Assembly Election 2024

Congress and CPIM Joint Rally: ବଣାଇ ନିର୍ବାଚନ ମଣ୍ଡଳୀରେ ମେଣ୍ଟରେ ଥିବା ସିପିଆଇଏମ ଓ ଭାରତୀୟ ଜାତୀୟ କଂଗ୍ରେସର ମିଳିତ ସମାବେଶ । ବଣାଇ ଆସନ ପାଇଁ ସିପିଆଇଏମର ଲକ୍ଷ୍ମଣ ମୁଣ୍ଡା ବିଧାୟକ ପ୍ରାର୍ଥୀ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଅଧିକ ପଢନ୍ତୁ

ବଣାଇରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ, ମେଣ୍ଟ ପ୍ରାର୍ଥୀଙ୍କ ପ୍ରଚାର ଶୋଭାଯାତ୍ରା
ବଣାଇରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ, ମେଣ୍ଟ ପ୍ରାର୍ଥୀଙ୍କ ପ୍ରଚାର ଶୋଭାଯାତ୍ରା

By ETV Bharat Odisha Team

Published : Apr 20, 2024, 9:30 PM IST

ବଣାଇରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ, ମେଣ୍ଟ ପ୍ରାର୍ଥୀଙ୍କ ପ୍ରଚାର ଶୋଭାଯାତ୍ରା

ରାଉରକେଲା: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଆହୁରି ଜୋରସୋରରେ ହେବାରେ ଲାଗିଛି । ଏହି କ୍ରମରେ ଆଜି ବଣାଇ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛି ଇଣ୍ଡିଆ ମେଣ୍ଟ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରସୁଆଁ ଠାରେ ସିପିଆଇଏମ ଓ ଭାରତୀୟ ଜାତୀୟ କଂଗ୍ରେସର ମିଳିତ ଭାବରେ ଆଗାମୀ ବିଧାନସଭା ଓ ସଂସଦୀୟ ନିର୍ବାଚନ ପାଇଁ ଉଭୟ ଦଳ ପ୍ରସ୍ତୁତ ହେଉଥିବା ବେଳେ ପ୍ରଚାର କରି ଶକ୍ତି ପ୍ରଦର୍ଶନ କରିଛି । ଏହି କାର୍ଯ୍ୟକ୍ରମ ଏକ ବିଶାଳ ଶୋଭାଯାତ୍ରା ସହିତ ଆରମ୍ଭ ହୋଇଥିଲା ଯାହା ବାରସୁଆଁ ଫାଟକରୁ ବାହାରି ବସଷ୍ଟାଣ୍ଡରେ ଶେଷ ହୋଇଥିଲା । ଶୋଭାଯାତ୍ରା ଶେଷରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ ।

ବଣାଇ ଆସନ ପାଇଁ ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଧାନସଭାରେ ବିଜୟ ହାସଲ କରିବା ଲକ୍ଷ୍ୟରେ ଏହି ଶକ୍ତି ପ୍ରଦର୍ଶନ କରାଯାଇଥିଲା । ଦୀର୍ଘଦିନ ଧରି ସିପିଆଇଏମର ଏକ ଶକ୍ତିଶାଳୀ ଗଡ଼ ଭାବେ ପରିଗଣିତ ଏହି ବଣାଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହ ମେଣ୍ଟ କରି ଲଢ଼ିବ ସିପିଆଇଏମ । ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଜନାର୍ଦ୍ଦନ ଦେହୁରୀଙ୍କ ଉପସ୍ଥିତି ତୃଣମୂଳ ସ୍ତରରୁ ସମର୍ଥନ ହାସଲ କରିବା ସହ ସଂଗଠନକୁ ମଜବୁତ କରିଛି । ଏହି ସମାବେଶରେ ଉଭୟ ସିପିଆଇଏମ ଓ କଂଗ୍ରେସର ଅଭିଜ୍ଞ ନେତାଙ୍କ ସହ ପ୍ରମୁଖ ପଞ୍ଚାୟତର ଶତାଧିକ କର୍ମୀ ଯୋଗ ଦେଇଥିଲେ । ସମାବେଶକୁ ସମ୍ବୋଧିତ କରି ଉଭୟ ଦଳର ନେତା ଏହି ଜଟିଳ ରାଜନୈତିକ କ୍ଷେତ୍ରକୁ ଗତିଶୀଳ କରିବା ପାଇଁ ଏକତା ଏବଂ ସହଯୋଗର ଗୁରୁତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ହଟହଟା ହେଲେ ବଣାଇ ବିଧାୟକ, ଗାଁ ମଝିରେ ଅଟକାଇ ଜବାବ ମାଗିଲେ ଜନତା - Bonai MLA Face Public Anger

ସମାବେଶୀ ଶାସନ, ତୃଣମୂଳ ସ୍ତରର ସଶକ୍ତିକରଣ ଏବଂ ସାମାଜିକ-ଆର୍ଥିକ ବିକାଶ ଉପରେ ଗୁରୁତ୍ବାରୋପ କରି ସେମାନେ ଏକ ପରିକଳ୍ପନା ବ୍ୟକ୍ତ କରିଥିଲେ । ଏହା ସହ ସେ କେନ୍ଦ୍ର ଓ ରାଜ୍ୟ ସରକାରହଅକ ବିଫଳତାକୁ ଭାଷଣ ଦ୍ବାରା ଉପସ୍ଥାପିତ କରିଥିଲେ ଏବଂ ଏଥର ବଣାଇରେ ସିପିଆଇଏମର ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କୁ ବିପୁଳ ଭୋଟ ଦେଇ ବିଜୟ କରିବାକୁ ଅନୁରୋଧ କରିବା ସହ ଏଥର ଲୋକସଭା ପ୍ରାର୍ଥୀ କଂଗ୍ରେସର ଜନାର୍ଦ୍ଦନ ଦେହୁରୀଙ୍କୁ CPIMର ଭୋଟ ସହ କଂଗ୍ରେସର ଭୋଟ ଦେଇ ବିପୁଳ ମାତ୍ରାରେ ବିଜୟ କରିବାକୁ ଭୋଟ ଭିକ୍ଷା କରିଥିଲେ । ସୂଚନାଯୋଗ୍ୟ ଯେ ୨୦୧୪ ଓ ୨୦୧୯ ରେ ଲଗାତାର ଭାବେ ବଣାଇରେ ଲକ୍ଷ୍ମଣ ମୁଣ୍ଡା ବିଜୟ ଲାଭ କରି ଆସିଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details