ETV Bharat / state

ଦେଶର ସର୍ବଶ୍ରେଷ୍ଠ ତିନି ଥାନା ମଧ୍ୟରେ ଗଞ୍ଜାମର ପାଟପୁର ଥାନା - PATAPUR POLICE STATION

ପୁଣି ଥରେ ଦେଶର ସର୍ବଶ୍ରେଷ୍ଠ ତିନି ଥାନା ମଧ୍ୟରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଏସପି ସୁଭେନ୍ଦୁ ପାତ୍ର ।

PATAPUR POLICE STATION
PATAPUR POLICE STATION (ETV Bharat Odisha)
author img

By ETV Bharat Odisha Team

Published : Nov 17, 2024, 10:52 AM IST

ବ୍ରହ୍ମପୁର: ଚଳିତବର୍ଷ ପୁଣି ଥରେ ଦେଶର ସର୍ବଶ୍ରେଷ୍ଠ ତିନି ଥାନା ମଧ୍ୟରେ ସ୍ଥାନ ପାଇଲା ଗଞ୍ଜାମ ଜିଲ୍ଲାର ପାଟପୁର ଥାନା । ପୂର୍ବରୁ ଗଞ୍ଜାମର ଗାଙ୍ଗପୁର ଓ ଆସିକା ଥାନା ସର୍ବଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ବିଷୟକୁ ନେଇ ସର୍ଭେ କରାଯାଇଥିଲା । ଯେଉଁଥିରେ ପାଟପୁର ଥାନାର ପ୍ରଦର୍ଶନ ଭଲ ରହିଥିଲା ।ଏନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ରହିଥିବାବେଳେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଗୃହମନ୍ତ୍ରୀ ଏବଂ ରାଜ୍ୟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

PATAPUR POLICE STATION (ETV Bharat Odisha)

ଦେଶର ସର୍ବଶ୍ରେଷ୍ଠ ଥାନା ପାଟପୁର:

କେନ୍ଦ୍ର ଗୃହ ମନ୍ତ୍ରାଳୟର‌ (ସିସିଟିଏନ୍‌ଏସ୍)ରେ କାର୍ଯ୍ୟ ଦକ୍ଷତା ଅନୁସାରେ ଏହା ଚୟନ ହୋଇଥାଏ ।ତେବେ ଏହି ଚୟନ ତାଲିକାରେ ଗଞ୍ଜାମର ଧରାକୋଟ ଓ ପାଟପୁର ଥାନା ନାଁ ରହିଥିଲା । ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ରଗୃହ ବିଭାଗର ଏକ ଟିମ୍ ଆସି ତଦାରଖ କରିଥିଲେ । ଏହାପରେ ଧରାକୋଟ ଥାନା ତାଲିକାରୁ ବାଦ୍ ପଡ଼ିଥିବାବେଳେ ପାଟପୁର ଥାନା ଦେଶର ସର୍ବଶ୍ରେଷ୍ଠ ତିନି ଥାନା ମଧ୍ୟରେ ସ୍ଥାନ ପାଇଛି ।

ତେବେ ପାଟପୁର ପୂର୍ବତନ ଆଇଆଇସି ତଥା ବର୍ତ୍ତମାନ ଆର୍.ଉଦୟଗିରି ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଥାନାକୁ ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବା ପାଇଁ ବହୁ ଉଦ୍ୟମ କରିଥିଲେ । ଯାହାଫଳରେ କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ ସମୟରେ ତାଙ୍କୁ ମଧ୍ୟ ଏଠାକୁ ଅଣାଯାଇଥିଲା । ସବୁ କାର୍ଯ୍ୟ ସେ ତଦାରଖ କରିଥିଲେ । ତେବେ ପୁଣି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ଗଞ୍ଜାମ ପାଟପୁର ଥାନାକୁ ବଦଳି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... India's Best Police Station: ଦେଶର ସର୍ବଶ୍ରେଷ୍ଠ ଥାନା ଭାବେ ଆସିକା ଥାନା ପୁରସ୍କୃତ

ଏହା ମଧ୍ୟ ପଢନ୍ତୁ...ଦେଶର ଦ୍ବିତୀୟ ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗାଙ୍ଗପୁର ଥାନା

ଏମିତି କହିଲେ ଗଞ୍ଜାମ SP:
ଏନେଇ ଗଞ୍ଜାମ ଏସପି ସୁଭେନ୍ଦୁ ପାତ୍ର କହିଛନ୍ତି,"ମୁଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ସେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ୩ ଥାନା ମଧ୍ୟରେ ସ୍ଥନ ଦେଇଛନ୍ତି । ଆଗରୁ ମଧ୍ୟ ଆସିକା ଏବଂ ଗାଙ୍ଗପୁର ଥାନା ଶ୍ରେଷ୍ଠ ୩ ଥାନା ମଧ୍ୟରେ ସ୍ଥାନ ପାଇଥିଲା । ତେବେ ପାଟପୁର ଥାନାର ଆଇଆଇସି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବେ ।ଏହା ଆମ ଜିଲ୍ଲା ପୋଲିସ ଏବଂ ରାଜ୍ୟ ପୋଲିସ ପାଇଁ ଏକ ଗୌରବର ବିଷୟ । "

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.