ETV Bharat / state

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପରେ ଆବର୍ଜନାମୟ ମହାନଦୀ - KARTIK PURNIMA POLLUTION

ପାର୍ବଣ ପ୍ରଦୂଷଣ । ସମ୍ବଲପୁରରେ ମହାନଦୀର ଏକାଧିକ ଘାଟରେ କୁଢ କୁଢ ଆବର୍ଜନା । ଅତିରିକ୍ତ ଜିଲ୍ଲାପାଳ କହିଲେ, ସଫେଇ ହେବ ।

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପରେ ଆବର୍ଜନାମୟ ମହାନଦୀ
କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପରେ ଆବର୍ଜନାମୟ ମହାନଦୀ (ETV Bharat Odisha)
author img

By ETV Bharat Odisha Team

Published : Nov 17, 2024, 10:42 AM IST

ସମ୍ବଲପୁର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମ୍ବଲପୁର ସହରର ରିଂରୋଡ଼ରେ ମହାନଦୀରେ ହଜାର ହଜାର ଲୋକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପରମ୍ପରା ଅନୁସାରେ ଡଙ୍ଗା ଭସାଇଛନ୍ତି । ଫଳରେ ମହାନଦୀ ଜଳରାଶି ଓ ନଦୀପଠାରେ ବହଳୁ ମାତ୍ରାରେ ପ୍ରଦୂଷଣ ଦେଖିବାକୁ ମିଳିଛି । ବଭିନ୍ନ ନଦୀଘାଟରେ ସୋଲ ନିର୍ମିତ ଡଙ୍ଗା ଓ ଅନ୍ୟାନ୍ୟ ସାମଗ୍ରୀଜନିତ ବର୍ଜ୍ୟବସ୍ତୁ କୁଢ କୁଢ ପରିମାଣରେ ଗଦା ହୋଇଛି । ଫଳରେ ଏହାର ସଫେଇ ପ୍ରତି ପ୍ରଶାସନ ଧ୍ୟାନ ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

  • ବିଭିନ୍ନ ନଦୀଘାଟରେ କୁଢ କୁଢ ଆବର୍ଜନା:-

ସମ୍ବଲପୁର ସହରର ରିଂରୋଡ଼ ସ୍ଥିତ ମହାନଦୀର ସଡ଼କଘାଟ, ମଛିନ୍ଦ୍ର ଘାଟ, ସମଲେଇ ଘାଟ, ବାଲିବନ୍ଧା ଘାଟ, କୁଞ୍ଜେଲପଡା ଘାଟ, ହାଟପଡା ଘାଟ ଅଯୋଧ୍ୟା ସରୋବର ଆଦି ଘାଟରେ ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରି ଡଙ୍ଗା ମଧ୍ୟ ଭସାଇଥିଲେ । ପରେ ଏବେ ସେହି ଘାଟ ନିକଟବର୍ତ୍ତୀ ମହାନଦୀ ଜଳରାଶିରେ ବହୁ ମାତ୍ରାରେ ସୋଲ ତିଆରି ଡଙ୍ଗା, କଦଳୀ ଗଛ, ଫୁଲ, ପୁରୁଣା କପଡା ଆଦି ଆବର୍ଜନା ପଡି ରହିଛି । ଏଭଳି ସ୍ଥିତି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହ ନଦୀର ପାଣିକୁ ମଧ୍ୟ ପ୍ରଦୂଷିତ କରୁଛି । ଗତ ଦଶହରା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଦୀରେ ମୂର୍ତ୍ତି ବିସର୍ଜନକୁ ବାରଣ କରାଯାଇଥିବା ବେଳେ ଏବେ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପରେ ଆବର୍ଜନାମୟ ମହାନଦୀ
କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପରେ ଆବର୍ଜନାମୟ ମହାନଦୀ (ETV Bharat Odisha)
କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପରେ ଆବର୍ଜନାମୟ ମହାନଦୀ (ETV Bharat Odisha)
  • ସଫେଇ ହେବ: ଅତିରିକ୍ତ ଜିଲ୍ଲାପାଳ

ଏନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି, ‘‘କାର୍ତ୍ତିକ ପୂର୍ଣ୍ଣିମା ଆମର ପରମ୍ପରା ଓ ଐତିହ୍ୟର ପ୍ରତୀକ । ଏହି ଅବସରରେ ଲୋକମାନେ ସାଧରଣତଃ ଯେଉଁ ନଦୀ ନାଳରେ ଡ଼ଙ୍ଗା ଭସାଇଥାନ୍ତି । ତାହା ଏକ ସ୍ୱାଭାବିକ ପ୍ରକ୍ରିୟା । ସେଥିରେ କଟକଣା ଜାରି କରାଯାଇ ପାରିବନାହିଁ । କିନ୍ତୁ ଯେଉଁ ପ୍ରଦୂଷଣ ହୋଇଛି, ତାହାକୁ ସଫେଇ କରାଯିବ । ଏସମ୍ପର୍କରେ ପୌରପାଳିକା (ଏସଏମସି)ର କମିଶନର ସହ କଥା ହେବୁ । କେମିତି ସବୁ ନଦୀ ଘାଟଗୁଡିକ ସଫା ହେବ ସେନେଇ ଚେଷ୍ଟା କରିବୁ ।’’

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.