ଓଡିଶା

odisha

ETV Bharat / politics

ଭଦ୍ରକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ - BJD Campaign In Bhadrak - BJD CAMPAIGN IN BHADRAK

BJD Campaign In Bhadrak: ଭଦ୍ରକ ସଂସଦୀୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପ୍ରଚାର । ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ବଖାଣିବା ସହ ବିରୋଧୀ ମାନଙ୍କୁ ଟାର୍ଗେଟ କରିଥିଲେ ବିଜେଡିର ଶୀର୍ଷ ନେତୃତ୍ବ । ଅଧିକ ପଢନ୍ତୁ

BJD Campaign In Bhadrak
BJD Campaign In Bhadrak (ETV Bharat Odisha)

By ETV Bharat Odisha Team

Published : May 19, 2024, 9:34 PM IST

BJD Campaign In Bhadrak (ETV Bharat Odisha)

ଭଦ୍ରକ: ରାଜ୍ୟରେ ଆସନ୍ତା ଜୁନ ୧ ତାରିଖରେ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି କ୍ରମରେ ଆଜି ପ୍ରଥମ ଥର ପାଇଁ ଭଦ୍ରକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଦ୍ରକ ସଂସଦୀୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ବାଚନୀ ପ୍ରଚାର ପାଇଁ ଭଦ୍ରକ ବିଜେଡି ରାଜନୀତି ବେଶ ଚଳଚଞ୍ଚଳ ହୋଇଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ପାହିମହୁରା ଠାରେ ଏକ ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ବାଚନୀ ସଭାରେ 30 ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ସମାବେଶ ହୋଇଥିବା ସୂଚନା ମିଳିଛି ।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ, ଭଣ୍ଡାରିପୋଖରୀ ବିଧାନସଭା ଆସନର ପ୍ରାର୍ଥୀ ବିଧାୟକ ସଞ୍ଜୀବ ମଲ୍ଲିକ, ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ଆସନର ପ୍ରାର୍ଥୀ ବିଧାୟକ ଡାକ୍ତର ବ୍ୟୋମକେଶ ରାୟ, ସିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥିନୀ ସୁଵାସିନୀ ସାହୁ, ସୋର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବାନନ୍ଦ ଧଡ଼ା ଏବଂ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ତଥା ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ...ବିଜେପି ନେତା ମାନେ ଠକ, କୃଷ୍ଣ ପ୍ରସାଦକୁ ବ୍ରିଜ କେବଳ ମୁଖ୍ୟମନ୍ତ୍ରୀ କରିପାରିବେ: ଭିକେ ପାଣ୍ଡିଆନ - VK Pandian Targets BJP

ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦଳର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ମଧ୍ୟ ଯୋଗ ଦେଇଥିଲେ । ବିଜେଡି ପୁନର୍ବାର ସରକାର ଗଠନ କରିବ ଏବଂ ଜୁନ 9 ତାରିଖ ଦିନ ପୁନର୍ବାର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ପାଣ୍ଡିଆନ । ଏହାପରେ ବିଜୁଳି ବିଲ୍ ଛାଡ, ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ପ୍ରଦାନ କରିବା ସହିତ ସମସ୍ତ ମିସନ ଶକ୍ତି ମହିଳାଙ୍କୁ ପେନସନ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ଏହି ସଭାରେ ଜଣେ ଝିଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଛବି ଅଙ୍କନ କରି ତାକୁ ନେଇ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏହା ଉପହାର ଦେଇଥିଲେ । ଯାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ବେଶ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର ସମୟରେ ଦଳୀୟ ପ୍ରାର୍ଥୀ, କର୍ମୀ, ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଥିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details