ଓଡିଶା

odisha

ETV Bharat / politics

ପିସିସି ପୁନଃଗଠନ ପ୍ରକ୍ରିୟା ଆରମ୍ଭ, ଓଡ଼ିଶା ଆସୁଛନ୍ତି ଚରଣ ଦାଶ ମହନ୍ତ ଏବଂ ମିନାକ୍ଷୀ ନଟରାଜନ

ଓଡ଼ିଶାରେ ପିସିସି ପୁନଃଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଛତିଶଗଡ଼ର କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାଶ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କୁ ଦାୟିତ୍ୱ ଦିଆଯାଇଛି ।

By ETV Bharat Odisha Team

Published : 7 hours ago

Congress Top Leaders To Visit Odisha
Congress Top Leaders To Visit Odisha (ETV Bharat Odisha)

ଭୁବନେଶ୍ୱର:ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ । 25ରୁ ଚରଣ ଦାଶ ମହନ୍ତଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ । AICC ପକ୍ଷରୁ ଛତିଶଗଡ଼ର କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାଶ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ନେତା ଓଡିଶା ଆସିବେ, ସମୀକ୍ଷା କରିବେ ଆଉ ରିପୋର୍ଟ ଦେବେ।ରିପୋର୍ଟ ଆଧାରରେ ଘୋଷଣା ହେବେ ନେତା। ଓଡ଼ିଶା ପାଇବ ନୂଆ ନେତୃତ୍ୱ । ଏଭଳି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ।

Congress Top Leaders To Visit Odisha (ETV Bharat Odisha)

ପିସିସି ଭଙ୍ଗ ପଛର କାରଣ:

2024 ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ଆଖିଦୃଶିଆ ସଫଳତା ନମିଳିବାରୁ ଜୁଲାଇ 21 ତାରିଖରେ ପିସିସି ଭଙ୍ଗ କରିଥିଲା AICC । ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ଲାଗି ଦିଲ୍ଲୀର ଅଜୟ ମାକେନଙ୍କ ଭଳି ବରିଷ୍ଠ ନେତାଙ୍କୁ ଓଡିଶା ଦାୟିତ୍ୱ ଦିଆଯାଇଥିଲା। ହେଲେ ସେ ଆସିନଥିଲେ, ଫଳରେ କଂଗ୍ରେସର ପରବର୍ତ୍ତୀ ପିସିସି ସଭାପତି କିଏ ହେବ ସେନେଇ ଆଲୋଚନା ବିଳମ୍ବ ହେଉଥିଲା ।

ଏମିତି କହିଲେ ବିଧାୟକ ଦଳ ନେତା:
ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା 25 ତାରିଖରେ ସେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ଦଳର ଦୁଇ ନେତା ଓଡିଶା ଆସିବା ପରିପ୍ରେକ୍ଷୀରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମକହିଛନ୍ତି "ଛତିଶଗଡ଼ର କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାଶ ମହନ୍ତ ଏବଂ ବରିଷ୍ଠ ନେତ୍ରୀ ମିନାକ୍ଷୀ ନଟରାଜନ ଓଡିଶା ଆସିବେ। ସମୀକ୍ଷା କରିବେ ଓ AICCକୁ ରିପୋର୍ଟ ଦେବେ । ଭୁବନେଶ୍ୱରରେ 25 ଓ 26 ରେ ବିଭିନ୍ନ ଶୀର୍ଷ ନେତୃତ୍ୱମାନଙ୍କ ସହ ବୈଠକ କରିବେ । ସମସ୍ତଙ୍କ ମତାମତ ନେବେ । ମୁଁ ମଧ୍ୟ ଉଭୟଙ୍କୁ ଭେଟିବି। ବର୍ତ୍ତମାନ ଆମର ଯେଉଁ ନେତାମାନେ ଅଛନ୍ତି ସେମାନଙ୍କ ଭିତରୁ କାହାକୁ ଦାୟିତ୍ୱ ଦିଆଯିବା ତାହାର ନିଷ୍ପତ୍ତି ହାଇ କମାଣ୍ଡ ନିଷ୍ପତ୍ତି ନେବେ । ସମସ୍ତଙ୍କ ସହ ସମ୍ପର୍କ ଥିବା ନେତାଙ୍କୁ ଦାୟିତ୍ୱ ମିଳିପାରେ। ଓଡ଼ିଶାରେ ଏବେ ସଭାପତି ନାହାନ୍ତି ହେଲେ ଷ୍ଟିୟରିଂ କମିଟି ବରିଷ୍ଠ ନେତାମାନେ ସଦସ୍ୟ ଅଛନ୍ତି । ଜିଲ୍ଲାଠୁ ବ୍ଲକ ସମସ୍ତେ କାର୍ଯ୍ୟ କରୁଛନ୍ତି।"

Congress Top Leaders To Visit Odisha (ETV Bharat Odisha)

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାକହିଛନ୍ତି, "ଚରଣ ଦାଶ ମହନ୍ତ ଓଡ଼ିଶାର ବରିଷ୍ଠ ନେତା, ବିଧାୟକ, ସାଂସଦ, ପଦାଧିକାରୀ, ପୂର୍ବ ବିଧାୟକ, ଜିଲ୍ଲା ସଭାପତିମାନଙ୍କ ସହ ବୈଠକ କରିବେ । କାହାକୁ ସଭାପତି କଲେ ଠିକ ହେବ, ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇବ ସେନେଇ ଆଲୋଚନା କରିବେ ଏହି ନେତା । ଓଡ଼ିଶାରେ ,ପିସିସି ସଭାପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁ ଆଲୋଚନାର ଅବସାନ ଘଟିଛି । AICC ଓଡ଼ିଶା ପାଇଁ କୌଣସି ବିଚାର ବିମର୍ଷ କରୁନାହାନ୍ତି ବୋଲି ଆଲୋଚନା ହେଉଥିଲା ତାର ଅବସାନ ଘଟିଲା।"

ଏହା ବି ପଢନ୍ତୁ...ସଭାପତି ରେସ ଚର୍ଚ୍ଚାରେ ମୁହଁ ଖୋଲିଲେ ମୋକିମ: 'ଖୁବଶୀଘ୍ର ଗଠନ ହେବ PCC, କଂଗ୍ରେସରେ ମିଶିବେ ବିଜେଡି-ବିଜେପି ନେତା'

ଏହା ବି ପଢନ୍ତୁ...ରାଜ୍ୟ ବିଜେପିର ହେବ ନବକଳେବର, ଦିଲ୍ଲୀ ଗଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଚରଣ ଦାଶ ମହନ୍ତ କିଏ?
ସୂଚନା ଅନୁସାରେ, ଚରଣ ଦାଶ ମହନ୍ତ ହେଉଛନ୍ତି ଛତିଶଗଡ଼ କୋରବାର ବିଧାୟକ। ସେ ବହୁବାର ସାଂସଦ ରହିଛନ୍ତି। ଛତିଶଗଡ଼ରେ ମହନ୍ତଙ୍କ ଧର୍ମପତ୍ନୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଚରଣ ଦାଶ ମହନ୍ତ ଯେତେବେଳେ ସାଂସଦ ଥିଲେ ସେତେବେଳେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଶ୍ରୀକାନ୍ତ ଜେନା , ଭକ୍ତ ଚରଣ ଦାଶ ମଧ୍ୟ ସାଂସଦ ଥିଲେ। ତେଣୁ ଚରଣ ଦାଶଙ୍କ ସହ ଭକ୍ତ, ଶ୍ରୀକାନ୍ତ ଏବଂ ଶରତଙ୍କ ସହ ଭଲ ସମ୍ପର୍କ ରହିଛି।

ପିସିସି ସଭାପତି ରେସରେ କିଏ?

୧.ଶ୍ରୀକାନ୍ତ ଜେନା

୨.ଭକ୍ତ ଚରଣ ଦାସ

୩.ପ୍ରସାଦ ହରିଚନ୍ଦନ


୪.ମହମ୍ମଦ ମୋକିମ

୫.ଶରତ ରାଉତ

ଏହି ନେତାମାନେ ପିସିସି ଦୌଡ଼ରେ ଅଛନ୍ତି। ତେବେ କିଏ ହେବ ପରବର୍ତ୍ତୀ ପିସିସି ସଭାପତି , ଚରଣ ଦାଶ ମହନ୍ତଙ୍କ ଓଡିଶା ଗସ୍ତର ରିପୋର୍ଟ ହିଁ ଚୂଡାନ୍ତ କରିପାରେ। ସେପଟେ 23 ରୁ ଓଡିଶାରେ ସମ୍ଭାବ୍ୟ ବାତ୍ୟା ହେବାର ସମ୍ଭାବନା ଥିବାରୁ 23 ରୁ 27 ତାରିଖ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ କଂଗ୍ରେସ ନେତା ମହନ୍ତଙ୍କ ଓଡିଶା ଗସ୍ତ ଶେଷ ମୁହୂର୍ତ୍ତରେ ବାତିଲ ହେବାର ମଧ୍ୟ ଆଶଙ୍କା ରହୁଛି ।

ଏହା ବି ପଢନ୍ତୁ- ଓଡିଶା କଂଗ୍ରେସ ଉପରେ ରାହୁଲ କ୍ଷୁବ୍ଧ ! ଦେଢମାସ ବିତିଲାଣି, ହୋଇପାରୁନି PCC ର ପୁନର୍ଗଠନ - AICC dissolves OPCC

ଏହା ବି ପଢନ୍ତୁ-କର୍ମୀଙ୍କ ନିଶା ଆଉ AICCର ଦିଶା କଂଗ୍ରେସକୁ ଆଗାମୀ ଦିନରେ ଓଡ଼ିଶାରେ ଆସ୍ଥାଭାଜନ କରିବ: ଜୟଦେବ ଜେନା - JAYADEV JENA EXCLUSIVE INTERVIEW

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details