ଓଡିଶା

odisha

By ETV Bharat Odisha Team

Published : Mar 18, 2024, 8:59 PM IST

ETV Bharat / politics

ପଦ୍ମ ଧରିଲେ ବିଏସ୍‌ପି ସାଂସଦ ଓ ପୂର୍ବତନ ବିଧାୟକଙ୍କ ସହ ଚର୍ଚ୍ଚିତ ଆଇନଜୀବୀ ସୀମା ସମୃଦ୍ଧି

BSP MP Sangeeta Azad, ex-MLA Azad Ari Mardan and other join BJP: ବିଜେପିରେ ସାମିଲ ହେଲେ ସଙ୍ଗୀତା ଆଜାଦ ଓ ଦଳର ପୂର୍ବତନ ବିଧାୟକ ଆଜାଦ ଅରି ମର୍ଦ୍ଦନଙ୍କ ସହ ଚର୍ଚ୍ଚିତ ଆଇନଜୀବୀ ସୀମା ସମୃଦ୍ଧି । ଅଧିକ ପଢନ୍ତୁ

ପଦ୍ମ ଧରିଲେ ବିଏସପି ସାଂସଦ ଓ ପୂର୍ବତନ ବିଧାୟକ
ପଦ୍ମ ଧରିଲେ ବିଏସପି ସାଂସଦ ଓ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି ବିଭିନ୍ନ ଦଳର ନେତା । ଆଜି ଏହିକ୍ରମରେ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସାଂସଦ ସଙ୍ଗୀତା ଆଜାଦ ଓ ଦଳର ପୂର୍ବତନ ବିଧାୟକ ଆଜାଦ ଅରି ମର୍ଦ୍ଦନଙ୍କ ସହ ସୁପ୍ରିମକୋର୍ଟର ଚର୍ଚ୍ଚିତ ଆଇନଜୀବୀ ସୀମା ସମୃଦ୍ଧି ମଧ୍ୟ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟାଳୟରେ ଏମାନେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ଚର୍ଚ୍ଚିତ ଆଇନଜୀବୀ ସୀମା ସମୃଦ୍ଧି ବହୁଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା କାଣ୍ଡ ମାମଲାରେ ଲଢି ସମଗ୍ର ଦେଶର ଗଣମାଧ୍ୟମରେ ହେଡଲାଇନରେ ରହିଥିଲେ । ସେ ଆଜି ଶାସକ ଦଳ ସହ ସକ୍ରିୟ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ।

ଆଜି ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା ତଥା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ, ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ଦଳର ରାଜ୍ୟ ସଭାପତି ଭୁପେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ସ୍ବାଗତ କରାଯାଇଥିଲା । ଏମାନଙ୍କ ଅବଦାନକୁ ବିଜେପି ଉଚିତ୍‌ ସୁଯୋଗ ଦେବ ବୋଲି ଦଳ କହିଛି । ମାୟାବତୀଙ୍କ ନେତୃତ୍ବାଧୀନ ବିଏସପିର ନେତା ବିଜେପିରେ ସାମିଲ ହେବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଆମ୍ବେଦକର ନଗରରୁ ଦଳର ସାଂସଦ ଥିବା ରିତେଶ ପାଣ୍ଡେ ମଧ୍ୟ ବିଜେପିରେ ସାମିଲ ହୋଇସାରିଛନ୍ତି । ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ସେ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ବିହାରରେ ଛିଡିଲା NDA ଅଙ୍କ: 17ରେ ବିଜେପି, ଜେଡିୟୁକୁ 16 ଓ ଚିରାଗଙ୍କୁ 5 ଆସନ

ଚଳିତ ନିର୍ବାଚନ ପୂର୍ବରୁ ଏକାଧିକ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ସାମିଲ ହୋଇ ରାଜ୍ୟସଭାକୁ ଯାଇଛନ୍ତି । କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲିନ୍ଦ ଦେଓରା ମଧ୍ୟ ଶିବସେନା-ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇ ସମାନ ଢଙ୍ଗରେ ରାଜ୍ୟସଭା ଯାଇଛନ୍ତି । ଏବେ ମଧ୍ୟ ବିଜେପିରେ ବିଭିନ୍ନ ଅନ୍ୟ ଦଳର ନେତାଙ୍କ ଯୋଗଦାନ ପ୍ରକ୍ରିୟା ଜାରି ରହିଛି । ବିଜେପି ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଗାମୀ ପ୍ରାର୍ଥୀ ତାଲିକାରେ କିଛି ଆମଦାନୀ ନେତାଙ୍କ ପାଳି ମଧ୍ୟ ପଡିବାର ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details