ଓଡିଶା

odisha

ETV Bharat / politics

ଦୁଇଟି ପର୍ଯ୍ୟାୟରେ ୟୁପିରେ 25 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ମାୟାବତୀଙ୍କ ଦଳ - BSP Candidates List

BSP Candidates List: ଦୁଇଟି ପର୍ଯ୍ୟାୟରେ 25 ପ୍ରାର୍ଥୀ ଘୋଷଣା କଲା ବହୁଜନ ସମାଜବାଦୀ ପାର୍ଟି । ଅଧିକ ପଢନ୍ତୁ

ଦୁଇଟି ପର୍ଯ୍ୟାୟରେ ୟୁପିରେ 25 ଲୋସସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ମାୟାବତୀଙ୍କ ଦଳ
ଦୁଇଟି ପର୍ଯ୍ୟାୟରେ ୟୁପିରେ 25 ଲୋସସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ମାୟାବତୀଙ୍କ ଦଳ

By ETV Bharat Odisha Team

Published : Mar 24, 2024, 8:42 PM IST

Updated : Mar 24, 2024, 9:25 PM IST

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଦଳ ‘ବହୁଜନ ସମାଜବାଦୀ ପାର୍ଟି’ (ବିଏସପି) ଆଜି ଦୁଇଟି ପର୍ଯ୍ୟାୟରେ ମୋଟ 25 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ 16 ଜଣ ପ୍ରାର୍ଥୀ ଓ ତାର କିଛି ଘଣ୍ଟା ମଧ୍ୟରେ ସଂଧ୍ୟାରେ ଆଉ 9 ପ୍ରାର୍ଥୀଙ୍କ ନାମ ସହ 2ୟ ପର୍ଯ୍ୟାୟ ତାଲିକା ଘୋଷଣା କରିଛି ଦଳ । ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ସଂଖ୍ୟା 25ରେ ପହଞ୍ଚିଛି । ଦଳ ପରବର୍ତ୍ତୀ ଏକାଧିକ ପର୍ଯ୍ୟାୟରେ ଅବଶିଷ୍ଟ ପ୍ରାର୍ଥୀ ଘୋଷଣା କରିବ ।

ଦୁଇଟି ପର୍ଯ୍ୟାୟରେ ୟୁପିରେ 25 ଲୋସସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ମାୟାବତୀଙ୍କ ଦଳ

ପ୍ରମୁଖ ଆସନ ମଧ୍ୟରେ ହାଥରସ ଆସନରୁ ହେମ୍ବାବୁ ଧଙ୍ଗଡ, ମଥୁରା ଆସନରୁ କମଲକାନ୍ତ ଉପମନ୍ୟୁ, ଆଗ୍ରାରୁ ପୂଜା ଆମ୍ରୋହି, ଫତେହପୁର-ସିକ୍ରିରୁ ରାମନିବାସ ଶର୍ମା, ଫିରୋଜାବାଦରୁ ସତ୍ୟେନ୍ଦ୍ର ଜୈନ ସୋଲି, ଇଟାଓ୍ବା ଆସନରୁ ସରିକ ସିଂ ବଘେଲ, କାନପୁରରୁ କୁଲଦୀପ ଭଦୌରିଆ, ଅକବରପୁରରୁ ରାଜେଶ ଦ୍ବିବେଦୀ ଓ ଜାଲୌନ ଆସନରୁ ସୁରେଶ ଚନ୍ଦ୍ର ଗୌତମଙ୍କୁ ପ୍ରାର୍ଥୀ କରିଛି । ସାହରନପୁର ଆସନରୁ ଏଥର ମଜିଦ ଅଲ୍ଲୀଙ୍କୁ ଟିକେଟ ଦେଇଛି ଦଳ । ମୁଜାହିଦ୍ ହୁସେନଙ୍କୁ ଆମ୍ରୋହା ଆସନରୁ ପ୍ରାର୍ଥୀ କରାଯାଇଛି । ଏହି ଆସନରେ ଦଳର ସାଂସଦ ଥିବା ଡାନିସ ଅଲ୍ଲୀ ଦଳରୁ ନିଲମ୍ବିତ ହେବା ପରେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ମଧ୍ୟ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ 7 ଜଣ ମୁସଲିମ ପ୍ରାର୍ଥୀ ରହିଛନ୍ତି ।

ଦୁଇଟି ପର୍ଯ୍ୟାୟରେ ୟୁପିରେ 25 ଲୋସସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ମାୟାବତୀଙ୍କ ଦଳ

ଏହା ମଧ୍ୟ ପଢନ୍ତୁ :- ‘ଷ୍ଟାଟିଓ ଶିବଶକ୍ତି’: ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ସ୍ଥାନର ନାମକରଣକୁ ଅନୁମୋଦନ ଦେଲା IAU - Chandrayaan 3

80 ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ବିଜେପି ଏଥର ଶାସନରେ ଥିବା ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ବିରୋଧୀ ଦଳ ତଥା ଅଖିଳେଶଙ୍କ ସମାଜବାଦୀ ପାର୍ଟି ସହିତ ହେଉଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଦୁଇଥର ପରି ପୁଣି ଥରେ ବାରାଣାସୀରୁ ନିର୍ବାଚନ ଲଢିବେ । ଅଖିଳେଶଙ୍କ ସପା ଏବେ ଇଣ୍ଡିଆ ମେଣ୍ଟ ସହ ସହଯୋଗୀ ଦଳ ଥିବା ବେଳେ କଂଗ୍ରେସକୁ ମାତ୍ର 17 ଆସନରେ ଛାଡିଛି । କଂଗ୍ରେସରୁ ରାହୁଲ ଗାନ୍ଧୀ ପୁଣି ଥରେ ଆମେଠୀ ଆସନରେ ନିର୍ବାଚନ ଲଢିବା ନେଇ ଏବେ ବି ସନ୍ଦେହ ଜାରି ରହିଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ରାଏବରେଲୀ ଆସନରୁ ନିର୍ବାଚନ ଲଢିପାରନ୍ତି । ଏସବୁ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଦଳ ବହୁଜନ ସମାଜବାଦୀ ପାର୍ଟି ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 24, 2024, 9:25 PM IST

ABOUT THE AUTHOR

...view details