ଓଡିଶା

odisha

କମ୍ପୁଛି ଝାରସୁଗୁଡ଼ା ପ୍ରଚାର ମଇଦାନ, ଦୀପାଳିଙ୍କ ପାଇଁ ବଲିଉଡ ତାରକାଙ୍କ ଭୋଟ ଭିକ୍ଷା - Bollywood Celebrity Campaign

By ETV Bharat Odisha Team

Published : May 15, 2024, 10:07 AM IST

Bollywood Celebrity Campaign: ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବଲିଉଡ ତାରକା। ଜାଣନ୍ତୁ ବିଜେଡି ପାଇଁ ଭୋଟ୍ ମାଗିଛନ୍ତି କେଉଁ ବଲିଉଡ ସେଲିବ୍ରିଟି । ଅଧିକ ପଢନ୍ତୁ

Bollywood Celebrity Campaign
Bollywood Celebrity Campaign (ETV Bharat Odisha)

Bollywood Celebrity Campaign (ETV Bharat Odisha)

ଝାରସୁଗୁଡ଼ା: ଆଉ ମାତ୍ର କିଛି ଦିନ ପରେ ଝାରସୁଗୁଡ଼ାରେ ପଡ଼ିବ ଭୋଟ । ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଜମୁଛି ପ୍ରଚାର। ଏହାରି ଭିତରେ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ବଲିଉଡ ତାରକାଙ୍କ ପ୍ରଚାର। ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବଲିଉଡ ଅଭିନେତା ନିଲ ନିତିନ ମୁକେଶ ଓ ଅଭିନେତ୍ରୀ ଭାଗ୍ୟଶ୍ରୀ । ମଙ୍ଗଳବାର ଏଚ୍ କଟାପାଲିଠାରେ ଏକ ସାଧାରଣ ସଭା ହୋଇଥିଲା । ଏହାପରେ ଝାରସୁଗୁଡ଼ା ସହର ସ୍ଥିତ ମନମୋହନ ସ୍କୁଲ ପଡ଼ିଆରୁ ବିଟିଏମ ପର୍ଯ୍ୟନ୍ତ ବଲିଉଡ ଅଭିନେତା ନିଲ ନୀତିନ ମୁକେଶ ଓ ଅଭିନେତ୍ରୀ ଭାଗ୍ୟଶ୍ରୀ ରୋଡ ଶୋ' କରିଥିଲେ। ଉଭୟ ଝାରସୁଗୁଡ଼ା ବିଧାନସଭା ବିଜୁ ଜନତା ଦଳର ପାର୍ଥିନୀ ଦିପାଳୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ।

ସୂଚନା ଅନୁସାରେ, ଦୀପାଳି ପ୍ରଥମେ ଏଚ୍ କଟାପାଲିଠାରେ ସାଧାରଣ ସଭାରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଝାରସୁଗୁଡ଼ାର ବିକାଶ ପାଇଁ ନେଇଥିବା ସମସ୍ତ ପଦକ୍ଷେପ ଓ ବିଗତ ଦିନରେ କରିଥିବା କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ । ବିଜୁ ଜନତା ଦଳ ତରଫରୁ ପଞ୍ଚାୟତମାନଙ୍କର ସର୍ବାଙ୍ଗୀନ ବିକାଶ ନେଇଥିବା ପଦକ୍ଷେପ ସମ୍ବନ୍ଧରେ କହି ଭୋଟ ମାଗିଥିଲେ ଦୀପାଳି । ସେହିଭଳି ବଲିଉଡ ସିନେ ତାରକା ଭାଗ୍ୟଶ୍ରୀ ଓ ନିଲ ନୀତିନ ମୁକେଶ ଝାରସୁଗୁଡ଼ା ସହରବାସୀ ଓ କଟାପାଲି ଭୋଟରଙ୍କୁ ବିଜୁ ଜନତା ଦଳର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଥିଲେ। ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥିନୀ ଦୀପାଳି ଦାସ ଏବଂ ଲୋକସଭା ପ୍ରାର୍ଥିନୀ ପରିଣୀତା ମିଶ୍ରଙ୍କୁ ଭୋଟ ଦେଇ ପୁଣିଥରେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ...ରାଜାରାଣୀଙ୍କ ପାଇଁ ପ୍ରଚାର ମଇଦାନରେ ରାଜକୁମାର ଜ୍ବାଇଁ, ଜାଣନ୍ତୁ କିଏ ? - Election Campaigning

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ସାରଦାଙ୍କ ଜୋରଦାର ପ୍ରଚାର, କହିଲେ ଏଥର ହେବ ନିଶ୍ଚିତ ବିଜୟ - BJD MLA Candidate Campaign

ଝାରସୁଗୁଡ଼ାର ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ ଜୋରଦାର ଚଳାଇଛନ୍ତି । କଂଗ୍ରେସ, ବିଜେପି ଓ ବିଜେଡିର ପ୍ରାର୍ଥୀ ନିଜ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥିନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ଝାରସୁଗୁଡ଼ା ପୋୖରାଞ୍ଚଳରେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଝାରସୁଗୁଡ଼ା ବ୍ଳକର କଣ୍ଟାପାଲିଠାରେ ବଲିଉଡ ଅଭିନେତା ନିଲ ନିତିନ ମୁକେଶ ଓ ଅଭିନେତ୍ରୀ ଭାଗ୍ୟଶ୍ରୀ ଆସି ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ଦେଖାଯାଇଛି।


ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details