ଭୁବନେଶ୍ବର: ରାଜ୍ୟରେ ବିଜେପି ନିଜର ୧୮ ଟି ଲୋକସଭା ସିଟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି । ଏହି କ୍ରମରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ପରେ ଆଜି ଦିଲ୍ଲୀରୁ ଫେରିବା ପରେ ବିରାଟ ପଦଯାତ୍ରା କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ବର ଏୟାରପୋର୍ଟରୁ ପଦଯାତ୍ରାରେ ବାହାରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ । ସେଠାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେ ପ୍ରତିକ୍ରିୟାରେ କହିଛନ୍ତି, ପୁଣି ଥରେ ଦଳ ପ୍ରାର୍ଥୀ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ।
ଭୁବନେଶ୍ବର ବାସୀଙ୍କ ସେବା କରିବାର ସୁଯୋଗ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ । ୫ ବର୍ଷରେ ସେବା କାର୍ଯ୍ୟ ଓ ପ୍ରଦର୍ଶନ ଭଲ ଲାଗିବାରୁ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବହୁତ୍ କାମ ହେଲା ବହୁତ୍ କାମ ରହି ଯାଇଛି । ଆଗାମୀ ଦିନରେ ଭୁବନେଶ୍ବରର ଡ୍ରେନେଜ ସମସ୍ୟାର ସମାଧାନ, ସବୁ ମୁଣ୍ଡ ଉପରେ ପକା ଘର, ଘର ଘରକୁ ପାଣି, ବିଜୁଳି ଏମିତି ଅନେକ କାମ ବାକି ଅଛି । ଗରିବ, ମହିଳା,କୃଷକ, ଯୁବକ ଏହି ୪ ବର୍ଗଙ୍କ ପାଇଁ ମୋଦି ସରକାର ଗୁରୁତ୍ବ ଦେଇଛନ୍ତି ଓ ତାଙ୍କ ପାଇଁ ମୁଁ କାମ କରିବି ।
ଏହା ମଧ୍ୟ ପଢନ୍ତୁ...ସୁର ପରିବାର ଦୁଇଫାଳ ! ବାପାଙ୍କ ତାଗିଦ ସତ୍ତ୍ବେ ବିଜେଡିରେ ମିଶିଲେ ସାନ ପୁ୍ଅ ମନ୍ମଥ - Manmath Routray May Join BJD