ଓଡିଶା

odisha

ବିଜେପି ପାଇଁ ବଢ଼ୁଛି ଅଡ଼ୁଆ, ପୁଣି ସାଂସଦ ଅପରାଜିତାଙ୍କୁ ବିରୋଧ କଲେ ଦଳୀୟ କର୍ମୀ

By ETV Bharat Odisha Team

Published : Mar 18, 2024, 8:52 PM IST

BJP Workers Oppose MP Aparajita Sarangi: ନିର୍ବାଚନ ପୂର୍ବରୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବଢ଼ୁଛି ବିଜେପି ଅଡ଼ୁଆ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କଲେ ଦଳୀୟ କର୍ମୀ । ଅପରାଜିତାଙ୍କୁ ଭୁବନେଶ୍ୱର ଲୋକସଭାରୁ ଆସନରୁ ପ୍ରାର୍ଥୀ ନକରିବାକୁ କଲେ ଦାବି । ଅଧିକ ପଢନ୍ତୁ

ପୁଣି ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ବିରୋଧ
ପୁଣି ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ବିରୋଧ

ପୁଣି ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ବିରୋଧ

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଆସନ୍ତା ମେ ମାସ ୨୫ ତାରିଖରେ ଭୁବନେଶ୍ୱର ଲୋକସଭା ସମେତ ଏହା ଅଧିନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ନିର୍ବାଚନ ଅନୁଷ୍ଠିତ ହେବ । ବିଜେପି ଓ ବିଜେଡି ଏକା ଏକା ଲଢ଼ିବେ ନା' ଉଭୟଙ୍କ ମଧ୍ୟରେ ମେଣ୍ଟ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏପଟେ ବିଜେପି ଓ ବିଜେଡି ଦଳର ଛାମୁଆ କର୍ମୀଙ୍କ ମଧ୍ୟରେ କିଏ କେଉଁଠୁ ପ୍ରାର୍ଥୀ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

ତେବେ ରାଜ୍ୟର ପ୍ରମୁଖ ଦଳଗୁଡିକ ନିଜର ରଣ କୌଶଳ ଅରମ୍ଭ କରିଛନ୍ତି । ବିଭିନ୍ନ ବୈଠକ, ପଦଯାତ୍ରା ମାଧ୍ୟମରେ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ହେଲେ ନିଜ ସଂସଦୀୟ କ୍ଷେତ୍ରରେ ନିଜ ଦଳୀୟ କର୍ମୀଙ୍କ ଦ୍ବାରା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଇଛି । ବନ୍ଧୁମିଳନ ନାଁରେ ବିଜେପି କର୍ମକର୍ତ୍ତାମାନେ ସାଂସଦଙ୍କୁ ବିରୋଧ କରିଛନ୍ତି । ଏନେଇ ବେଗୁନିଆର ମା' ବରମୂଳେଇ ପୀଠରେ ପୁରୁଖା ବିଜେପି କାର୍ଯ୍ୟକର୍ତ୍ତା ଓ ପୂର୍ବତନ ଦଳୀୟ ପଦାଧିକାରୀ ଏକାଠି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ଉପରେ ଆଲୋଚନା କରିଥିଲେ ।

ସେପଟେ ଭୁବନେଶ୍ୱର ସାଂସଦ ନିର୍ବାଚନ ଜିତିବା ପରେ ବିଜେପି ଦଳର ପୁରୁଖା ଓ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରି ନିଜସ୍ୱ ସଙ୍ଗଠନ କରି ଚାଲିଥିବା କହି ତୀବ୍ର ବିରୋଧ କରିଥିଲେ । ଏଥିସହ ଅଣ ବିଜେପିଙ୍କୁ ଏମପି ତାଙ୍କ ଲ୍ୟାଣ୍ଡ ପ୍ରଦାନ କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ କରି ଆସୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ଅସନ୍ତୁଷ୍ଟ କର୍ମୀମାନେ ସାଂସଦଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ନକରିବା ସହ ତାଙ୍କ ସୁପାରିଶ କ୍ରମେ ବିଧାନସଭାରେ ପ୍ରାର୍ଥୀ ନକରିବାକୁ ରାଜ୍ୟ ଓ କେନ୍ଦ୍ର କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି କର୍ମୀ । ଏନେଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଅବଗତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .......ବିଜେପିରେ ମିଶିଲେ ରାଜଗାଙ୍ଗପୁର NACର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଧ୍ରୁବ ଚରଣ ବାହିନୀପତି, ସଞ୍ଜୟ ପ୍ରସାଦ ଛୁଆଳସିଂହଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ତେବେ ନିର୍ବାଚନ ପୂର୍ବରୁ ଅପରାଜିତାଙ୍କୁ ଦଳ ଭିତରେ ବିରୋଧ ଆଗାମୀ ନିର୍ବାଚନରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details