ଭୁବନେଶ୍ବର: ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଜେପିର ବଡ ପ୍ଲାନ । ଆଜି(ଗୁରୁବାର) ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହେବ ନବ ମତଦାତା ସମ୍ମିଳନୀ । ନୂଆ ଭୋଟରଙ୍କ ସହ ସିଧାସଳଖ ଯୋଡ଼ି ହେବେ ଦଳ । ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ରାଜ୍ୟରେ ନୂତନ ଭୋଟର ମାନଙ୍କୁ କିପରି ବିଜେପି ନିଜ ଅକ୍ତିଆରକୁ ଆଣିବାକୁ ହେବ ପ୍ରମୁଖ ଭୂମିକା ନେବ ଯୁବମୋର୍ଚ୍ଚା ।
ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ଆଜି ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହେବ ନବ ମତଦାତା ସମ୍ମିଳନୀ । ନୂଆ ଭୋଟରଙ୍କ ସହ ସିଧାସଳଖ ଯୋଡ଼ି ହେବେ । ପ୍ରଧାନମନ୍ତ୍ରୀ ବାର୍ତ୍ତା ରଖିବା ସହ ଯୁବ ଭୋଟରଙ୍କ ସହ କଥା ହେବେ । ପ୍ରତି ସ୍ଥାନରେ ପ୍ରାୟ ୧ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଯୋଜନା କରିଛି ବିଜେପି । ୨୦୧୪ ଓ ୨୦୧୯ ରେ ନୂଆ ଭୋଟର ମୋଦୀଙ୍କ ପାଖରେ ଥିଲେ । ୨୦୨୪ରେ ମଧ୍ୟ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ତତ୍ପରତା ଓ ଉତ୍ସାହ ଅଛି । ସେହି ଦୃଷ୍ଟିରୁ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା । ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣ କାରି ଯୋଜନା ବିଷୟରେ ଅବଗତ କରାଇବ । ନୂତନ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଅବଗତ କରିବେ ।
ଏହା ମଧ୍ୟ ପଢନ୍ତୁ ......ନିର୍ବାଚନ ମୈଦାନକୁ ଫେରିବାକୁ ଅଣ୍ଟା ସଳଖୁଛି କଂଗ୍ରେସ, ଫେରୁଛନ୍ତି ହେଭିୱେଟ୍