ଓଡିଶା

odisha

ETV Bharat / politics

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ, ଡିଜିଙ୍କ ଅଫିସ ଘେରାଉ କରିବ ବିଜେପି - BJP Yuva Morcha Pressmeet - BJP YUVA MORCHA PRESSMEET

BJP Yuva Morcha Pressmeet: ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରି ଡିଜିଙ୍କ ଅଫିସ ଘେରାଉ କରିବାକୁ ବିଜେପିର ଚେତାବନୀ । ଅଧିକ ପଢ଼ନ୍ତୁ

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା, ଡିଜିଙ୍କ ଅଫିସ ଘେରାଉ କରିବାକୁ ବିଜେପିର ଚେତାବନୀ
ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା, ଡିଜିଙ୍କ ଅଫିସ ଘେରାଉ କରିବାକୁ ବିଜେପିର ଚେତାବନୀ (ETV Bharat Odisha)

By ETV Bharat Odisha Team

Published : Jun 2, 2024, 8:29 PM IST

ଭୁବନେଶ୍ବର:ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା । ଅଭିଯୋଗ ପରେ ମଧ୍ୟ ପୋଲିସ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗ ଆଣିଛି ବିଜେପି । ଯାହାକୁ ନେଇ ଆଗାମୀ ଦିନରେ ଡିଜି ଅଫିସ ଘେରାଉ କରିବାକୁ ସମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛି ବିଜେପି ଯୁବ ମୋର୍ଚ୍ଚା ।

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା, ଡିଜିଙ୍କ ଅଫିସ ଘେରାଉ କରିବାକୁ ବିଜେପିର ଚେତାବନୀ (ETV Bharat Odisha)

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ରକହିଛନ୍ତି, "ନିର୍ବାଚନ ହାରିବା ସୁନିଶ୍ଚିତ ଜାଣିବା ପରେ ବିଜେଡି ରକ୍ତମୁଖା ହୋଇପଡିଛି । ରାଜ୍ୟରେ ହିଂସାର ବାତାବରଣ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା କାରଣରୁ ରାଜ୍ୟରୁ ବିଭିନ୍ନ ନେତା ନିର୍ବାଚନ ପ୍ରଚାରରେ ଯାଇଥିଲେ । ଗତ ଦୁଇଦିନ ତଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଅନ୍ତର୍ଗତ ଧାମରା ଅଞ୍ଚଳର କାଞ୍ଜିଆମାଳ ପଞ୍ଚାୟତ ଧାନକୁଟା ଗାଁରେ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପ୍ରଧାନ ଓ ଅନ୍ୟମାନେ ପ୍ରଚାର ପତ୍ର ଧରି ଗୃହ ସମ୍ପର୍କ କରୁଥିବାବେଳେ ସ୍ଥାନୀୟ ବିଜେଡି ଗୁଣ୍ଡାମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଅଭିଳାଷ ପଣ୍ଡା ଓ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ଆକ୍ରମଣକୁ ବିରୋଧ, ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ - Ganjam BJP Yuva Morcha

ସଂଗ୍ରାମ ପାତ୍ର ଆହୁରି ମଧ୍ୟକହିଛନ୍ତି, "ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାକୁ 72 ଘଣ୍ଟା ପରେ ବି ଚାନ୍ଦବାଲି ବିଧାୟକ ଏବଂ ସ୍ଥାନୀୟ ସରପଞ୍ଚ କିମ୍ବା ତାଙ୍କ ସହଯୋଗୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ପୋଲିସ କାହିଁକି ଚୁପ ? ଧାମରାରେ ଯେଉଁ ଆକ୍ରମଣ ହେଲା ତାହା ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଇଙ୍ଗିତରେ ହୋଇଛି । ତାଙ୍କ ନିର୍ଦ୍ଦେଶରେ ସରପଞ୍ଚ ଏବଂ ତାଙ୍କ ସମ୍ପର୍କୀୟମାନେ ଆକ୍ରମଣ କରିଛନ୍ତି । ବ୍ୟୋମକେଶ ଜଣେ ଅଭ୍ୟାସ ଗତ ଅପରାଧୀ ପୂର୍ବରୁ ବ୍ୟୋମକେଶଙ୍କ ନାଁରେ ଅନେକ ଅପରାଧିକ କାର୍ଯ୍ୟକଳାପ ରହିଛି । କଟକର ଡି ବ୍ରଦର୍ସଙ୍କ ସହ ତାଙ୍କର ଲିଙ୍କ ଥିଲା । ଦିଲ୍ଲୀ ଏୟାରପୋର୍ଟରେ ବି ମଦ ପିଇ ଗଣ୍ଡଗୋଳ କରିଥିଲେ ବିଧାୟକ । ପୋଲିସ ଡିଜିଙ୍କୁ ଅନୁରୋଧ କରୁଛୁ ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବିଧାୟକ ବ୍ୟୋମକେଶ ରାୟ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ ଭାରତୀୟ ଜନତା ଯୁବମୋର୍ଚ୍ଚାର ହଜାର ହଜାର କାର୍ଯ୍ୟକର୍ତା ଡିଜି ଅଫିସ ଘେରାଉ କରିବେ । ଏଥିଯୋଗୁ କୌଣସି ଆଇନ୍‌ ଶୃଙ୍ଖଳା ପରସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ଡିଜି ନିଜେ ଦାୟୀ ରହିବେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details