ଭୁବନେଶ୍ବର:ଘରୋଇ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣା । କଂଗ୍ରେସକୁ ବିଜେପି ବିଧାୟକ ବାବୁ ସିଂଙ୍କ ଟାର୍ଗେଟ୍ । କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି କହିଛନ୍ତି ବିଧାୟକ ବାବୁ ସିଂ।
କଂଗ୍ରେସର ଦୋମୁହାଁ ନୀତି: ବାବୁ ସିଂ
ବିଜେପି ବିଧାୟକବାବୁ ସିଂ କହିଛନ୍ତି, "ସମ୍ପୃକ୍ତ ପ୍ରସଙ୍ଗରେ ବିଜେଡି ପରେ କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି । ଅଚ୍ୟୁତ ସାମନ୍ତଙ୍କୁ କେବଳ ଏହି ଘଟଣାରେ ନୁହେଁ, ସେ କରିଥିବା ଜମି ଦୁର୍ନୀତି, ବେଆଇନ କୋଠା ନିର୍ମାଣ ନେଇ ତର୍ଜମା ଚାଲିଛି । ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣା ଘଟିବା ଦିନଠାରୁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ଚିନ୍ତିତ । ଯେଉଁମାନେ ଦୋଷୀ ସେମାନେ ନିଶ୍ଚିତ ଭାବେ ଦଣ୍ଡ ପାଇବେ। ପ୍ରଥମ ଥର ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି । ପୂର୍ବରୁ ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଛି, କିନ୍ତୁ କେବେ ଜେରାର ସମ୍ମୁଖୀନ ହୋଇ ନ ଥିଲେ । ଅଚ୍ୟୁତ ସାମନ୍ତଙ୍କୁ କେବଳ ଏହି ଘଟଣାରେ ନୁହେଁ। ସେ କରିଥିବା ଜମି ଦୁର୍ନୀତି, ବେଆଇନ କୋଠା ନିର୍ମାଣ ନେଇ ତର୍ଜମା ଚାଲିଛି । ଏଥିପାଇଁ ତାଙ୍କ ପାଖରୁ ସମସ୍ତ ପ୍ରକାର କାଗଜପତ୍ର ମଗା ଯାଇଛି ।"