ଓଡିଶା

odisha

By ETV Bharat Odisha Team

Published : Mar 2, 2024, 10:02 AM IST

Updated : Mar 2, 2024, 10:35 AM IST

ETV Bharat / politics

ବିଜେଡି ସହ ହେବନି ମେଣ୍ଟ, ଏକାକୀ ଲଢ଼ିବ ବିଜେପି: ମନମୋହନ ସାମଲ

Manmohan Denied BJP-BJD Alliance in Odisha: ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ମନମୋହନ । ରାଜ୍ୟରେ ବିଧାନସଭା ଓ ଲୋକସବା ନିର୍ବାଚନ ବିଜେପି ଏକାକୀ ଲଢ଼ିବ ବୋଲି କହିଲେ ବିଜେପି ରାଜ୍ୟ ସଭାପତି । ଅଧିକ ପଢନ୍ତୁ,

Manmohan Samal
Manmohan Samal

Manmohan Samal

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଉପରେ ବିରାମ ଲଗାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡି ସହିତ କୌଣସି ମେଣ୍ଟ ହେବ ନାହିଁ, ବିଜେପି ଏକାକୀ ଲୋକସଭା ନିର୍ବାଚନ ଲଢିବ ବୋଲି ଦିଲ୍ଲୀରୁ ଫେରି ସ୍ପଷ୍ଟ କରିଛନ୍ତି ମନମୋହନ । ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜିତିବା ସହ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ ।

ଏହା ମଧ୍ୟ ପଢନ୍ତୁ-Odisha Politics: ହେବ କି ବିଜେପି-ବିଜେଡି ମେଣ୍ଟ ? ବଢୁଛି ଦ୍ୱନ୍ଦ୍ୱ, ସ୍ପଷ୍ଟ କରୁନାହାନ୍ତି ଶୀର୍ଷ ନେତା

ଏକାକୀ ଲଢ଼ିବ ବିଜେପି

ମନମୋହନ ସାମଲ କହିଛନ୍ତି , "ଓଡ଼ିଶାରେ 147ଟି ଯାକ ବିଧାନସଭା ଆସନ ଏବଂ 21 ଲୋକସଭା ସିଟରେ ଏକାକୀ ଲଢିବ ବିଜେପି । ଓଡିଶାରେ ବିଜେପି ଏକାକୀ ସରକାର କରିବ । ଲୋସଭାରେ ମଧ୍ୟ 21ଟି ସିଟରେ ବିଜେପି ବିଜୟୀ ହେବା ସହ ତୃତୀୟ ଥର ପାଇଁ ଦେଶର ପ୍ରଧାମମନ୍ତ୍ରୀ ହେବେ । ବିଜେଡି ବିଜେପି ମେଣ୍ଟ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ । ଲୋକ ଏଥର ବିଜେପିକୁ ଛପର ଫାଡିକି ଭୋଟ ଦେବେ । ବିଧାନସଭାରେ ବିଜେପି କେତେ ସିଟିର ବିଜୟୀ ହେବେ ତହା ଜ୍ୟୋତିଷଙ୍କୁ ପଚାରିଲେ କହିବେ । ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ । କାରଣ ସେମାନେ 147 ସିଟ୍ ଜିତିବା କହିଛନ୍ତି। ''

ଖୁବଶୀଘ୍ର ୧୦୦ ଜଣିଆ ତାଲିକା

୧୦୦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ସେ କହିଛନ୍ତି , ''ଲୋକସଭା ନିର୍ବାଚନ ପାଇଁ ୧୦୦ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ପ୍ରକାଶ ପାଇବ । ତାଲିକା ପ୍ରକାଶ ପରେ ଓଡ଼ିଶାର କେତେ ଜଣଙ୍କ ନାମ ରହିଛି ତାହା ଜଣାପଡିବ । ରାଜ୍ୟରେ ବିଜେଡି ସହ ବିଜେପିର କୌଣସି ନିର୍ବାଚନୀ ମେଣ୍ଟ ହେବ ନାହିଁ । "

ଏହା ମଧ୍ୟ ପଢନ୍ତୁ-ଓଡିଶାର ସ୍ବାର୍ଥ ପାଇଁ ପୁଣି ଏକାଠି ହେବେ କି ବିଜେଡି-ବିଜେପି ?

୨୧ ଲୋକସଭା ସିଟ୍ ଜିତିବ ବିଜେପି

ମନମୋହନ ସାମଲ କହିଛନ୍ତି , "ଓଡ଼ିଶାରେ 21 ଲୋକସଭା ସିଟରେ ଏକାକୀ ଲଢିବ ବିଜେପି । ରାଜ୍ୟରେ ୨୧ଟି ଲୋକସଭା ସିଟରେ ବିଜେପି ବିଜୟୀ ହେବ । ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାମମନ୍ତ୍ରୀ ହେବେ । "

21ଟି ଲୋକସଭା ସିଟରେ ବିଜେପିର ବିଜୟ ହେବ ବୋଲି ମନମୋହନ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ବିଧାନସଭା ସିଟ୍ କୁ ନେଇ ରାଜ୍ୟ ସଭାପତିଙ୍କ ଜ୍ୟୋତିଷ ଉପାଖ୍ୟାନ ଏବେ ବିଜେପି କର୍ମିଙ୍କୁ ଅଡୁଆରେ ପକାଇଛି । କାରଣ ମୁହଁରେ ଏଥର ଓଡ଼ିଶାରେ ସରକାର କରିବାର ଦମ୍ଭ ଥିଲେ ମଧ୍ୟ କେତେ ସିଟ୍ ବିଧାନସଭାରେ ବିଜୟୀ ହେବ, ତାହା କିନ୍ତୁ ଜ୍ୟୋତିଷ ଭରଷାରେ ରହିଛନ୍ତି ମନମୋହନ । ଏପରିକି ଏଥର କମ୍ପରମାଇଜ ନା ଆକ୍ସନ ମୋଡରେ ବିଜେପି ବିଧାନସଭା ଲଢିବ ସେନେଇ କିଛି କହିନଥିଲେ ମଧ୍ୟ ଏଠାରେ ମେଣ୍ଟ ହେବାର କୌଣସି ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ।

ଇଟିଭି ବାରତ, ଭୁବନେଶ୍ୱର

Last Updated : Mar 2, 2024, 10:35 AM IST

ABOUT THE AUTHOR

...view details