ETV Bharat / state

ଘନ କୁହୁଡି ସତର୍କତା: କମିବ ଶୀତ, ବଢିବ ତାପମାତ୍ରା - ODISHA WEATHER UPDATE

ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବା ସମ୍ଭାବନା । ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆରସି ।

କମିବ ଶୀତ
କମିବ ଶୀତ (ETV Bharat Odisha)
author img

By ETV Bharat Odisha Team

Published : 17 hours ago

ଭୁବନେଶ୍ୱର: ବଢିବ ତାପମାତ୍ରା । କମିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆହୁରି ୨ ଦିନ ଘନ କୁହୁଡିର ସତର୍କତା

Odisha Weather update (ETV Bharat Odisha)

ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ତେବେ ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଫଳରେ ଶୀତ କମିବ । ହାଲୁକା ଶୀତ ସହ କଲବଲ କରିବ ଘନ କୁହୁଡି । ୯ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ ଓ କନ୍ଧମାଳ ଘନ କୁହୁଡି ଅନୁଭୁତ ହେବ । ଆଜି (ବୁଧବାର) କେନ୍ଦୁଝର, ଝାରସୁଗୁଡା, କଳାହାଣ୍ଡି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଥିଲା । ସେହିପରି ୯ ତାରିଖ ବା ଆସନ୍ତାକାଲି ଅନୁଗୋଳ,ଢେଙ୍କାନାଳ, କଳାହାଣ୍ଡି, ରାୟଗଡା ଓ ଝାରସୁଗୁଡାରେ ହାଲୁକା କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେହିପରି ୧୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୋଳ ଓ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି ।

ପାରାଦୀପ ଓ ଭବାନୀପାଟଣାରେ ଅତି ଘନ କୁହୁଡି ଦୃଶ୍ୟମାନ

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳ ଭାବରେ ଝାରସୁଗୁଡା ଓ ରାଉରକେଲାରେ ସର୍ବନିମ୍ନ ୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଞ୍ଚଳ ଭାବରେ ଜି ଉଦୟଗିରି ଓ ଶିମିଳିଗୁଡ଼ାରେ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଟ୍ୱିନସିଟି କଟକରେ ୧୫.୦ ଡ଼ିଗ୍ରୀ ଏବଂ ଭୁବନେଶ୍ବରରେ ୧୫.୩ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । ପାରାଦୀପ ଓ ଭବାନୀପାଟଣାରେ ଅତି ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ କେନ୍ଦୁଝରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି ।

ଜିଲ୍ଲାପାଳଙ୍କୁ ଏସ୍ଆରସିଙ୍କ ଚିଠି:

ସେପଟେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ରାତି ୨ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Odisha Weather update

ଏହାମଧ୍ୟ ପଢନ୍ତୁ...

ବଦଳିବ ପାଗର ମୁଡ: ବଢିବ ପାରଦ, କମିବ ଶୀତ

୬ ଜିଲ୍ଲାରେ ଘନ କୁହୁଡି, ଶୀତରେ ଥରୁଛି କୋରାପୁଟ ଓ ଫୁଲବାଣୀ

ଥରୁଛି ଓଡ଼ିଶା, କାଲିଠୁ ବଦଳିବ ପାଗର ମୁଡ୍‌

ଆଗାମୀ ୭ ଦିନ ଯାଏ ଶୁଖିଲା ରହିବ ପାଗ
ଆଗାମୀ ୭ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ ଏନେଇ ସୂଚନା ଜାରି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.