ଓଡିଶା

odisha

ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ବିଜେଡିକୁ ଜବାବ ଦେଲା ବିଜେପି, 'ଠିକ୍ ସମୟରେ ଦିଲ୍ଲୀରୁ ସବୁ ଫାଇନାଲ ହେବ' - GENERAL ELECTION 2024

By ETV Bharat Odisha Team

Published : Apr 1, 2024, 10:06 PM IST

BJP Reaction Over BJD Allegation: ଆଜି ବିଜେଡି ପ୍ରେସମିଟରେ ବିଜେପି ୧୪୭ ପ୍ରାର୍ଥୀ ପାଉନାହିଁ ବୋଲି ଅଭିଯୋଗ କରିବା ପରେ ଜବାବ ରଖିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ଆମଦାନୀ ନେତାଙ୍କୁ ଅପେକ୍ଷା କରିଥିବା ତଥା ଆତ୍ମସମୀକ୍ଷା କରିବାକୁ ବିଜେଡିକୁ କହିଛି ବିଜେପି । ଅଧିକ ପଢନ୍ତୁ

ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ବିଜେଡିକୁ ଜବାବ ଦେଲା ବିଜେପି, 'ଠିକ୍ ସମୟରେ ଦିଲ୍ଲୀରୁ ସବୁ ଫାଇନାଲ ହେବ'
ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ବିଜେଡିକୁ ଜବାବ ଦେଲା ବିଜେପି, 'ଠିକ୍ ସମୟରେ ଦିଲ୍ଲୀରୁ ସବୁ ଫାଇନାଲ ହେବ'

ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ବିଜେଡିକୁ ଜବାବ ଦେଲା ବିଜେପି, 'ଠିକ୍ ସମୟରେ ଦିଲ୍ଲୀରୁ ସବୁ ଫାଇନାଲ ହେବ'

ଭୁବନେଶ୍ବର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟର ୨ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି ଆକ୍ଷେପ- ପ୍ରତି ଆକ୍ଷେପ । ପୂର୍ବରୁ ବିଜେପି ବିଧାନସଭା ପ୍ରାର୍ଥୀ ପାଉନଥିବା ନେଇ ବିଜେଡ଼ିର ଅଭିଯୋଗ କରିଥିଲା । ଏହା ଉପରେ ଜବାବ ରଖିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି ଯେ, " ବିଜେଡ଼ି ପ୍ରଥମେ ସମସ୍ତ 147 ପ୍ରାର୍ଥୀ ଘୋଷଣା କରୁ । ବିଜେଡ଼ି କାହିଁକି ଏବେ ଯାଏଁ ଅଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରୁନାହିଁ । ବିଜେଡ଼ି କେଉଁ ବସ ଷ୍ଟପେଜ କି ରେଳ ଷ୍ଟେସନରେ ଅପେକ୍ଷା କରିଛନ୍ତି, ଯେ ଅନ୍ୟ ଦଳରୁ କିଏ ଆସିଲେ, ତାକୁ ନେଇ ପ୍ରାର୍ଥୀ କରିବେ । ବିଜେପିର ଟିକେଟ ଦିଲ୍ଲୀରୁ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଘୋଷଣା କରେ । ତେଣୁ ଠିକ୍ ସମୟରେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିବ । ଆମର ବିଜେଡି ଭଳି ଆଞ୍ଚଳିକ ଦଳ ନୁହଁ । ହେଲେ ବିଜେଡିର କାହିଁକି ଏତେ ମୁଣ୍ଡ ବିନ୍ଧା ହେଉଛି ।

ଏହା ମଧ୍ୟ ପଢନ୍ତୁ...୧୪୭ ବିଧାନସଭା ଆସନରେ ଲଢ଼ିବାକୁ ଯାଉଛି ବିଜେପି, ଏଯାଏଁ ପାଉନି ୪୭ ପ୍ରାର୍ଥୀ: ସସ୍ମିତ ପାତ୍ର - Sasmit Patra Slams BJP

ତାଙ୍କ ଦଳରେ ଗୁଣ୍ଡା ଏବଂ ଦାଗୀ ମାନେ ଅଛନ୍ତି ବୋଲି ବିଜେଡ଼ି ନିଜେ ସ୍ବୀକାର କରୁଛି । ବିଜୁ ଜନତା ଦଳ ହେଉଛି ଅପରାଧୀ ମାନଙ୍କ ଦଳ । ବିଜେପିକୁ ଦୋଷ ଦେବା ପୂର୍ବରୁ ନିଜକୁ ନିଜେ ଆତ୍ମସମୀକ୍ଷା କରୁ ବିଜେଡ଼ି ।" ଆମଦାନୀ ନେତାଙ୍କୁ ଅପେକ୍ଷା କରି ବିଜେଡ଼ି ପ୍ରାର୍ଥୀ ଘୋଷଣା କରୁନାହିଁ ବୋଲି କହିଲା ବିଜେପି । ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଥିବାରୁ ତାଙ୍କ ଦଳର ବହୁ ନେତା ଦଳ ଛାଡ଼ି ଦେଉଛନ୍ତି । ପ୍ରଥମେ ବିଜେଡି ନିଜେ ଆତ୍ମସମୀକ୍ଷା କରୁ । ରାଜ୍ୟ ବାସୀ ଜାଣିଛନ୍ତି ବିଜେପି ଏକ ଜାତୀୟ ରାଜନୈତିକ ଦଳ । ଆମର ଦିଲ୍ଲୀରୁ ସବୁ ଫାଇନାଲ ହୁଏ ।

ସୂଚନା ଥାଉକି, ବିଜେଡି ଆଜି ପ୍ରେସ ମିଟ୍ କରି ବିଜେପିକୁ ଟାର୍ଗେଟ କରିଥିଲା । ବିଜେଡି ମୁଖପାତ୍ର କହିଥିଲେ, ଓଡିଶା ବିଜେପି ପାଖରେ ୧୪୭ ଆସନ ପାଇଁ ଯେହେତୁ ପ୍ରାର୍ଥୀ ନାହାଁନ୍ତି ତେଣୁ ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରେ ଟିକେଟରୁ ବଞ୍ଚିତ ହୋଇଥିବା ନେତା ଏବଂ ଅପରାଧିକ କାମରେ ଲିପ୍ତ ଥିବା ଲୋକଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ଭରସା କରୁଛି । ସେଥିପାଇଁ ବିଜେପି ବିଧାନସଭା ପ୍ରାର୍ଥୀ ଘୋଷଣା କରି ପାରୁ ନାହିଁ । ବସଷ୍ଟାଣ୍ଡ, ରେଲୱେ ପ୍ଲାଟଫର୍ମ ଯେଉଁଠି ପାଉଛନ୍ତି ସେଠୁ ଆଣି ଲୋକଙ୍କୁ ପ୍ରାର୍ଥୀ କରିଦେଉଛନ୍ତି । ଦଳ ଅପେକ୍ଷା କରିଛି କେଉଁଦିନ ୧୪୭ ଜଣଙ୍କ ନାଁ ତାଲିକା ପୂରଣ ହେବ ସେଦିନ ତାଲିକା ଘୋଷଣା ହେବ । ଏଯାଏଁ ୧୪୭ ତ ଦୂରର କଥା ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ମିଳୁନାହାଁନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details