ଓଡିଶା

odisha

ETV Bharat / politics

ବଣାଇରେ ବିଜେପି ଦେଖାଇଲା ଦମ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ବିଜୟ ସଂକଳ୍ପ ସମାବେଶ - BJP Campaign in Bonai Constituency - BJP CAMPAIGN IN BONAI CONSTITUENCY

BJP Campaign in Bonai: ବଣାଇ ନିର୍ବାଚନ ମଣ୍ଡଳୀରେ ଆଜି ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଓ ବଣାଇ ପ୍ରାର୍ଥୀ ସେବତୀ ନାଏକ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

BJP Campaign in Bonai
BJP Campaign in Bonai (ETV Bharat)

By ETV Bharat Odisha Team

Published : May 12, 2024, 10:50 PM IST

BJP Campaign in Bonai (ETV Bharat)

ରାଉରକେଲା: ପଶ୍ଚିମ ଓଡିଶାର ଚର୍ଚ୍ଚିତ ଆସନ ବଣାଇ ନିର୍ବାଚନ ମଣ୍ଡଳୀରେ ବିଜେପି ନିଜର ପ୍ରଚାରକୁ ଜୋରଦାର କରିଛି । ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ସଦର ଖେଳ ପଡିଆରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସମ୍ମାନିତ ଅତିଥି ଭାବେ କଂଗ୍ରେସ ଦଳରୁ ଆସି ଯୋଗ ଦେଇଥିବା ହକି ତାରକା ପ୍ରବୋଧ ତିର୍କି, ବଣାଇ ବିଧାୟକ ପ୍ରାର୍ଥିନୀ ସେବତୀ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜିର ଏହି ବିଜୟ ସଂକଳ୍ପ ସମାବେଶରେ ମୋଦି ସରକାର ଦେଶର ବିକାଶ ପାଇଁ ଯୋଜନା ଉପରେ ଯୋଜନା କରୁଥିବା ବେଳେ ରାଜ୍ୟ ସରକାର ସେଗୁଡିକ ନେଇ ବାଃ ବାଃ ମାରିଥିବା ଅଭିଯୋଗ କରି ଟାର୍ଗେଟ କରିଥିଲେ ଜୁଏଲ । ରାଜ୍ୟରେ ଦୀର୍ଘ ୨୫ ବର୍ଷର ଶାସନ କାଳ ମଧ୍ୟରେ ବିକାଶ ଠାରୁ ବହୁ ଦୂରରେ ରହିଛି ବଣାଇ ଅଞ୍ଚଳ ବୋଲି ଅଭିଯୋଗ କରିଛନ୍ତି ଜୁଏଲ ।

ଜୁଏଲ ଓରାମ କହିଛନ୍ତି ଯେ, ' ଆମ ସହ କାହାରି ପ୍ରତିଦ୍ବନ୍ଦ୍ବିତା ନାହିଁ । ଏଥର ଆମେ କେନ୍ଦ୍ରରେ ୪୦୦ ପାର କରିବୁ ଓ ଓଡିଶାରେ ମଧ୍ୟ ବିଜେପି ସରକାର ଗଠନ ହେବ । କଂଗ୍ରେସ ବିଜେଡି ସହିତ ସଲାସୁତୁରା ହୋଇ ତଳସରାର ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ପ୍ରବୋଧ ତିର୍କୀଙ୍କ ଟିକଟ କାଟିଛି । ବଣାଇରେ ଜନତା ଦୀର୍ଘ ବର୍ଷ ଧରି ସିପିଆଇଏମ ବିଧାୟକଙ୍କୁ ନିର୍ବାଚିତ କରୁିଛନ୍ତି ଯେ ନା ଶାସକ ଦଳର ନା ବିରୋଧୀ ଦଳର । ଫଳରେ ବଣାଇର ପ୍ରଗତି ଅଟକି ଯାଇଛି ।'

ଏହା ମଧ୍ୟ ପଢନ୍ତୁ ...ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ - ODISHA ASSEMBLY ELECTION 2024

ସେହିଭଳି ବଣାଇ ପ୍ରାର୍ଥୀ ସେବତୀ ନାଏକ କହିଛନ୍ତି, 'ଲୋକଙ୍କ ମଧ୍ୟରେ ପରିବର୍ତ୍ତନର ସ୍ବର ଅଛି । ଆମେ ଓଡିଶାରେ ସରକାର ଗଠନ କରିବାକୁ ଯାଉଛୁ । ଆମର ପ୍ରଚାର ପ୍ରସାରକୁ ଲୋକ ଗ୍ରହଣ କରୁଛନ୍ତି । ଆମର ଅନେକ ମୁଦ୍ଦା ରହିଛି । ଏହି ଅଞ୍ଚଳରେ ୫ଟି ସ୍କୁଲ ଅଛି ମାତ୍ର ଶିକ୍ଷକ ନାହାଁନ୍ତି । ୨୫ ବର୍ଷ ଶାସନ ପରେ ବି ଲୋକ ଚୁଆରୁ ପାଣି ବ୍ୟବହାର କରୁଛନ୍ତି । ଅନେକ ଦୂର ପର୍ଯ୍ୟନ୍ତ ମହିଳା ମାନେ ପିଇବା ପାଣି ଆଣିବାକୁ ଯାଉଛନ୍ତି । ଚାଷୀ ମାନଙ୍କ ପାଇଁ ଶୀତଳ ଭଣ୍ଡାର ନାହିଁ ।'

ବଣାଇ ବିଧାନସଭା ଆସନରୁ ବିଜେପି ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଣେ ମହିଳା ସେବତୀ ନାଏକଙ୍କୁ ରଣାଙ୍ଗନରେ ଅବତୀର୍ଣ୍ଣ କରି ତିନି ଥର ବିଧାୟକ ଥିବା ସିପିଆଇଏମ ଦଳର ଲକ୍ଷ୍ମଣ ମୁଣ୍ଡା ଓ ଜଣେ ପୂର୍ବତନ ବିଧାୟକ ତଥା ବିଜେଡି ଦଳ ର ଭୀମସେନ ଚୌଧୁରୀଙ୍କୁ କଡ଼ା ଟକ୍କର ଦେବା ସହ ବିପୁଳ ଭୋଟରେ ବିଜୟୀ କରିବାକୁ ସମସ୍ତ ଜନସାଧାରଣଙ୍କୁ ନେତୃବୃନ୍ଦ ସଂକଳ୍ପ କରାଇଥିଲେ । ଏହା ସହିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ବଣାଇ ଓ ଗୁରୁଣ୍ଡିଆ ଅଞ୍ଚଳରେ ସାଂସଦ ଏବଂ ବିଧାନସଭା ପ୍ରାର୍ଥିନୀଙ୍କ ମାରାଥନ ପ୍ରଚାର କରି ବିଜେପିକୁ ସୁନ୍ଦରଗଡ ଜିଲ୍ଲାରେ ଏବଂ ଖାସ କରି ବଣାଇରେ ବିଜୟ କରିବାକୁ ପୁରା ଦମ୍ ଦେଖାଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details