ଓଡିଶା

odisha

ETV Bharat / politics

ଏମ୍ସରେ ଭର୍ତ୍ତି ହେଲେ ପ୍ରଦୀପ ପାଣିଗ୍ରାହୀ, ଗତକାଲି ସ୍ବାଧୀନ ପ୍ରାର୍ଥୀ କରିଥିଲେ ଆକ୍ରମଣ - Attack on Pradeep Panigrahi - ATTACK ON PRADEEP PANIGRAHI

Pradeep Panigrahi Admitted in AIIMS: ମତଦାନ କେନ୍ଦ୍ରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ବାଧୀନ ପ୍ରାର୍ଥୀଙ୍କ ଆକ୍ରମଣ । ପ୍ରଦୀପଙ୍କ ବେକ ଓ ଛାତିରେ ଲାଗିଛି ଆଘାତ । ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହେଲେ ପ୍ରଦୀପ । ଅଧିକ ପଢନ୍ତୁ

Pradeep Panigrahi Admitted in AIIMS
Pradeep Panigrahi Admitted in AIIMS (ETV Bharat Odisha)

By ETV Bharat Odisha Team

Published : May 14, 2024, 10:52 AM IST

Updated : May 14, 2024, 4:15 PM IST

Pradeep Panigrahi Admitted in AIIMS (ETV Bharat Odisha)
Pradeep Panigrahi injured (Pradeep Panigrahi injured)

ବ୍ରହ୍ମପୁର/ଭୁବନେଶ୍ବର:ନିର୍ବାଚନ ସମୟରେ ବୁଥ ଆଗରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ । ପୋଲିସ ଆଖି ସାମ୍ନାରେ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତକାଲି (ସୋମବାର) ସନ୍ଧ୍ୟାରେ ବ୍ରହ୍ମପୁର ସହରର ଗୋଷାଣି ନୂଆଗାଁ ଅଞ୍ଚଳର ସରକାରୀ ଉତ୍କଳମଣି ହାଇସ୍କୁଲସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥରେ ଏଭଳି ନିର୍ବାଚନୀ ହିଂସା ଘଟିଥିଲା । ଶିବଶଙ୍କର ଓରଫ ପିଣ୍ଟୁ ଦାସଙ୍କ ଆକ୍ରମଣରେ ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଛି । ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆଜି ଏମ୍ସରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାରେ ପୋଲିସ ଶିବଶଙ୍କରଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି । ତାଙ୍କ ସମର୍ଥକମାନେ ମଧ୍ୟ ଥାନାରେ ଆଗରେ ପ୍ରବଳ ହୋହଲ୍ଲା କରିଛନ୍ତି ।

ସୂଚନା ମୁତାବକ, ଗତକାଲି ବ୍ରହ୍ମପୁର ସମେତ ୪ ସଂସଦୀୟ କ୍ଷେତ୍ର ଏବଂ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିଲା । ଗୋଷାଣି ନୂଆଗାଁ ଅଞ୍ଚଳର ୧୩୩ ଓ ୧୩୪ ନମ୍ବର ବୁଥ ସମ୍ମୁଖରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଛିଡା ହୋଇଥିଲେ । ସେଠାରେ ସେ ପୋଲିସ ସହ ଆଲୋଚନା କରୁଥିଲେ । ଏହି ସମୟରେ ସେଠି ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ମଧ୍ୟ ଉପସ୍ଥିତ ରହିଥିଲେ । ଏତିକି ବେଳେ କୌଣସି କାରଣକୁ ନେଇ ପ୍ରଦୀପ ଓ ଶିବଶଙ୍କରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପୋଲିସ ସମ୍ମୁଖରେ ଦୁହେଁ ହାତାହାତି ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଭୋଟ ଦେଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ - Lok Sabha Election 2024

ଏହା ମଧ୍ୟ ପଢନ୍ତୁ: ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ! କାର୍ଯ୍ୟାନୁଷ୍ଠାନ ଦାବିରେ ସିଇଓଙ୍କ ଦ୍ୱାରସ୍ଥ ହେଲା ଦଳ - Electoral Violence

ଶିବଶଙ୍କରଙ୍କ ଆକ୍ରମଣରେ ପ୍ରଦୀପ ଆହତ ହୋଇଥିଲେ । ତାଙ୍କର ବେକ ଓ ଛାତିରେ ଆଘାତ ଲାଗିଛି । ତାଙ୍କୁ ପୋଲିସ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା । ଏବେ ପ୍ରଦୀପଙ୍କ ଚିକିତ୍ସା ଏମ୍ସରେ ଜାରି ରହିଛି । ଅନ୍ୟପଟେ ପୋଲିସ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କରଙ୍କୁ ଥାନାରେ ଅଟକ ରଖିଥିଲା । ଆଜି ତାଙ୍କର ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଗିରଫ କରାଯାଇ ଜେଲ ପଠାଇଛି ପୋଲିସ । ତେବେ ତାଙ୍କ ଅଟକକୁ ବିରୋଧ କରି ରାତିରେ ତାଙ୍କର ଶତାଧିକ ସମର୍ଥକ ଥାନା ଆଗରେ ରୁଣ୍ଡ ହୋଇ ହୋହଲ୍ଲା କରିଥିଲେ । ଫଳରେ ଥାନା ସମ୍ମୁଖରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର/ଭୁବନେଶ୍ବର

Last Updated : May 14, 2024, 4:15 PM IST

ABOUT THE AUTHOR

...view details