ଓଡିଶା

odisha

ETV Bharat / politics

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି, ଡିଏସ କୁଟ୍ଟେଙ୍କ ବିରୋଧରେ ଆଣିଲା ଅଭିଯୋଗ - BJP Meets CEO

BJP Meets CEO: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଡି.ଏସ. କୁଟ୍ଟେ ଆଇଆଇସି ଓ ଏସପିଙ୍କ ମାଧ୍ୟମରେ ଦଳୀୟ ଆଧାରରେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛି ଦଳ । ଅଧିକ ପଢନ୍ତୁ

BJP Meets CEO
BJP Meets CEO

By ETV Bharat Odisha Team

Published : Apr 8, 2024, 7:44 PM IST

BJP Meets CEO

ଭୁବନେଶ୍ବର:ଡି ଏସ କୁଟ୍ଟେଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ସମୀର ମହାନ୍ତି କହିଛନ୍ତି, "କୁଟ୍ଟେ ପୂର୍ବରୁ ସମସ୍ତ ନିର୍ବାଚନ କାର୍ଯ୍ୟରେ ସମ୍ପୃକ୍ତ ଥିଲେ। କିନ୍ତୁ ଏବେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି, ଭାରତୀୟ ନିର୍ବାଚନ ଆୟୋଗ ଦିଲ୍ଲୀରୁ ଚିଠି ଲେଖିଛନ୍ତି ଯେ ତାଙ୍କୁ ନିର୍ବାଚନ କାମରେ ଲଗାଇବେ ନାହିଁ । କିନ୍ତୁ କୁଟ୍ଟେ ଆଇଆଇସି ଓ ଏସପି, ରାଜନୈତିକ ଲୋକମାନଙ୍କୁ ଫୋନ କରି ଦଳୀୟ ଆଧାରରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ନିର୍ବାଚନ ଆଚରଣ ବିଧିର ଉଲଂଘନ ହେଉଛି ।" ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜେପି ।

ଡି ଏସ କୁଟ୍ଟେଙ୍କ ସବୁ ମୋବାଇଲ ସିଜ କରି ସିଡିଆର ଯାଞ୍ଚ କରିବା ସହ କାହା ସହ ଫୋନରେ କଥା ହେଉଛନ୍ତି, ଏହା ସାର୍ବଜନୀନ କରାଯାଉ ବୋଲି ଦାବି କରିଛି ବିଜେପି ପ୍ରତିନିଧି ଦଳ । ସେହିପରି ଏକ ସର୍ଭେ ସଂସ୍ଥାର ରିପୋର୍ଟ ନିର୍ଦ୍ଦିଷ୍ଟ ଖବରକାଗଜରେ ଦୁଇ ଦିନ ତଳେ ଛପା ଯିବାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଭିଯୋଗ ଅନୁସାରେ, ଗୋଟିଏ ସର୍ଭେ ସଂସ୍ଥା ରିପୋର୍ଟ ଦେଇଛି ଯେ 66 ଭାଗ ଲୋକ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଛନ୍ତି । ଏହାକୁ ନିର୍ଦ୍ଦିଷ୍ଟ ସର୍ବ ପୁରାତନ ଖବରକାଗଜରେ ପେଡ୍ ନ୍ୟୁଜ ଭାବେ ଛପାଯାଇଛି । ଏହାଦ୍ବାରା ଆଦର୍ଶ ଆଚରଣ ବିଧି ଉଲଙ୍ଘନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ ।


ଏହା ମଧ୍ୟ ପଢନ୍ତୁ...ବିଜେଡି ନାଁରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ସମ୍ବଲପୁର ବିଜେପି - ELection Code Of Conduct Violation


ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆହୁରି ମଧ୍ୟ କହିଛନ୍ତି, "ଓଡି଼ଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର ଗୁଣ୍ଡାଭଳି କାର୍ଯ୍ୟ କରିବା ସହ କର୍ମୀ ସାଜି ନିର୍ବାଚନ ପ୍ରଚାର ମଧ୍ୟ କରନ୍ତି । ନିର୍ବାଚନ ଆସିଲେ ବିଜୁ ଜନତା ଦଳ ସରକାରୀ କର୍ମଚାରୀମାନଙ୍କୁ ନିଜର କର୍ମୀ ଭଳି ବ୍ୟବହାର କରେ । ଯାହାର ନମୁନା ବିଗତ ଦିନମାନଙ୍କରେ ଦେଖାଯାଇଛି ଏବଂ ବର୍ତ୍ତମାନ ମଧ୍ୟ ଜାରି ରହିଛି । ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟରେ ଲଗାଇବାରୁ ରାଜ୍ୟ ସରକାର ବିଚ୍ୟୁତ ରୁହନ୍ତୁ । ଯଦି ନରହିବେ ତାହାଲେ କିଛିଦିନ ତଳେ ନିର୍ବାଚନ କମିଶନ ଯେଉଁଭଳି ରାଜ୍ୟର ୫ଜଣ ବରିଷ୍ଠ ଆଇପିଏସ ଅଫିସର ଓ ୨ଜଣ ଆଇଏଏସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେହିଭଳି ସ୍ଥିତି ଉତ୍ପନ ହେବ ।"



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details