ଓଡିଶା

odisha

ETV Bharat / politics

ସରକାରଙ୍କ ଏସଏଚଜି ମହିଳାଙ୍କୁ ବିଦେଶ ଭ୍ରମଣ ପ୍ରସଙ୍ଗ, ନିର୍ବାଚନ କମିଶନକୁ ଫେରାଦ ହେଲା ବିଜେପି - BJP MEET CEO - BJP MEET CEO

BJP Meet CEO With 3 Complaints: ଏସଏଚଜି ମହିଳାଙ୍କୁ ବିଦେଶ ବୁଲାଇ ଅଡୁଆରେ ବିଜେଡ଼ି ସରକାର । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ଥିବା ବେଳେ କେମିତି ଏସଏଚଜି ମାନଙ୍କୁ ସରକାରୀ ଟଙ୍କାରେ ଦୁବାଇକୁ ଏକ୍ସପୋଜର ଭିଜିଟରେ ପଠାଗଲା ବୋଲି ପ୍ରଶ୍ନ କରିଛି ବିଜେପି । ଅଧିକ ପଢନ୍ତୁ

ରକାରଙ୍କ ଏସଏଚଜି ମହିଳାଙ୍କୁ ବିଦେଶ ଭ୍ରମଣ ପ୍ରସଙ୍ଗ, ନିର୍ବାଚନ କମିଶନକୁ ଫେରାଦ ହେଲା ବିଜେପି
ରକାରଙ୍କ ଏସଏଚଜି ମହିଳାଙ୍କୁ ବିଦେଶ ଭ୍ରମଣ ପ୍ରସଙ୍ଗ, ନିର୍ବାଚନ କମିଶନକୁ ଫେରାଦ ହେଲା ବିଜେପି

By ETV Bharat Odisha Team

Published : Mar 28, 2024, 10:23 PM IST

ରକାରଙ୍କ ଏସଏଚଜି ମହିଳାଙ୍କୁ ବିଦେଶ ଭ୍ରମଣ ପ୍ରସଙ୍ଗ, ନିର୍ବାଚନ କମିଶନକୁ ଫେରାଦ ହେଲା ବିଜେପି

ଭୁବନେଶ୍ବର: ବିବାଦ ଘେରରେ ଏସଏଚଜି ମହିଳାଙ୍କ ବିଦେଶ ଭ୍ରମଣ । ଏସଏଚଜି ମହିଳାଙ୍କୁ ବିଦେଶ ବୁଲାଇ ଅଡୁଆରେ ବିଜେଡ଼ି ସରକାର । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ଥିବା ବେଳେ କେମିତି ଏସଏଚଜି ମାନଙ୍କୁ ସରକାରୀ ଟଙ୍କାରେ ଦୁବାଇକୁ ଏକ୍ସପୋଜର ଭିଜିଟରେ ପଠାଗଲା ବୋଲି ପ୍ରଶ୍ନ କରିଛି ବିଜେପି । ଏହାକୁ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛି ଦଳ । ବିଜେପି କହିଛି ଯେ ଗତ ମାର୍ଚ୍ଚ 23 ତାରିଖରେ ଏସଏଚଜି ମହିଳାଙ୍କୁ ଦୁବାଇ ପଠାଇଥିଲେ ରାଜ୍ୟ ସରକାର । ସ୍ଵୟଂ ସହାୟକ ମହିଳା ମାନଙ୍କୁ ନିର୍ବାଚନ ସମୟରେ ବିଜେଡ଼ି ପାଇଁ କାମ କରିବା ପାଇଁ ସରକାର ପ୍ରଲୋଭନ ଦେଖାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଫଟୋ ପ୍ରମାଣ ସହ ସିଇଓଙ୍କୁ ଭେଟି ଅଭିଯୋଗ କରିଛି ବିଜେପି ପ୍ରତିନିଧି ଦଳ । ତେଣୁ ଏଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ...ସୁରଙ୍କ ପାଇଁ ଅଡ଼ୁଆରେ ଜଟଣୀ କଂଗ୍ରେସ, କଂଗ୍ରେସ ଗଡ ଭାଙ୍ଗିବା ଆଶଙ୍କା - ODISHA ASSEMBLY ELECTION 2024

ସେହିପରି ଆଉ ଦୁଇଟି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନରେ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେନ୍ଦୁଝର ଜିଲ୍ଲା ବଡବିଲ ଶ୍ରୀରାମ ନଗରର ବିଜେପି କର୍ମୀ କିଶନ ସିଂଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଛି ବିଜେପି । ବିଜେଡିର ଈଶ୍ବର ନାଇଡୁ, ବିଜୟ ସାହୁ ଏବଂ ଆଉ ଦୁଇଜଣ ଲୋକ କିଶନଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ କରିଛି ଦଳ । ଏମାନଙ୍କ ବିରୋଧରେ ଥାନାରେ ଏତଲା ହେବା ପରେ ପୋଲିସ ଅଟକ ରଖିଥିଲା । କିନ୍ତୁ ବିଜେଡି କର୍ମୀ ହୋଇଥିବାରୁ ତାଙ୍କୁ ପୋଲିସ ଛାଡି ଦେଇଛି ବୋଲି ଅଭିଯୋଗ କରିଛି ବିଜେପି । ଏହାସହ 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଲୋକସଭା କ୍ଷେତ୍ର ଭିତରେ ନିଯୁକ୍ତ ଥିବା ସରକାରୀ ଅଧିକାରୀ ଅଧିକାରୀଙ୍କୁ ବଦଳି କରିବା ପାଇଁ ଦାବି କରିଛି ବିଜେପି । ଭଦ୍ରକ, କଟକ ଏବଂ ଗଞ୍ଜାମ ଜିଲ୍ଲାର ଅନେକ ଅଧିକାରୀଙ୍କ ନାମ ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛି ବିଜେପି ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ବିଜେଡି ସରକାରୀ କଳର ଅପବ୍ୟବହାର କରି ବିରୋଧୀଙ୍କ ସ୍ବରକୁ ଦବାଇବାକୁ ଚେଷ୍ଟା କରୁଛି। ଏସଏଚଜି ମହିଳାଙ୍କୁ ଦଳୀୟ କର୍ମୀ ଭାବେ ବ୍ୟବହାର କରୁଛି । ସେହିପରି ଗତ ବର୍ଷ ନିର୍ବାଚନରେ ୧୮ଟି ରାଜନୈତିକ ହତ୍ୟାକାଣ୍ଡ ହୋଇଥିଲା । ମୁଖ୍ୟମନ୍ତ୍ରୀ ଅହିଂସାକୁ ନେଇ ବଡ ବଡ କଥା କହୁଛନ୍ତି ମାତ୍ର ଗୁଣ୍ଡା ଲଗାଇ ବିରୋଧୀଙ୍କୁ ଦମନ କରୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details