ଓଡିଶା

odisha

ETV Bharat / politics

ଅମିତ ଶାହଙ୍କ ଫେକ୍‌ ଭିଡିଓ ମାମଲା; ପ୍ରଦୀପ ମାଝୀଙ୍କ ଗିରଫ ଦାବି କଲା ବିଜେପି - BJP Meet CEO - BJP MEET CEO

BJP Meet CEO: ଗୃହମନ୍ତ୍ରୀ ଅମିତ ଶାହଙ୍କ ଫେକ୍‌ ଭିଡିଓ ମାମଲାରେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଗିରଫ ଦାବି କଲା ବିଜେପି । ଭିକେ ପାଣ୍ଡିଆନଙ୍କୁ ମଧ୍ୟ ତଦନ୍ତ ପରିସର କରିବାକୁ ଦାବି । ଅଧିକ ପଢ଼ନ୍ତୁ

BJP Meet CEO
BJP Meet CEO

By ETV Bharat Odisha Team

Published : May 1, 2024, 10:20 PM IST

BJP Meet CEO

ଭୁବନେଶ୍ବର: ଗୃହମନ୍ତ୍ରୀ ଅମିତ ଶାହଙ୍କ ଫେକ୍‌ ଭିଡିଓ ମାମଲାରେ ବିଜୁ ଜନତା ଦଳର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କଲା ବିଜେପି । ଏନେଇ ଭାରତୀୟ ଜନତା ପାର୍ଟି ସିଇଓଙ୍କ ନିକଟରେ ଫେରାଦ ହୋଇଛି । କଂଗ୍ରେସ ଏହି ଫେକ୍‌ ଭିଡିଓକୁ ତିଆରି କରୁଛି ଓ ପ୍ରଦୀପ ମାଝୀ ଏହାକୁ ପ୍ରଚାର ପ୍ରସାର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ହାରିବା ଭୟରେ ଏସବୁ ଫେକ ଭିଡିଓ ଭାଇରଲ କରୁଛନ୍ତି । ତେଣୁ ପ୍ରଦୀପ ମାଝୀ ଏବଂ ଭିକେ ପାଣ୍ଡିଆନଙ୍କୁ ତଦନ୍ତ ପରିସର କରାଯାଉ ବୋଲି ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କ ନିଟକରେ ଏହି ଦାବି କରିଛନ୍ତି ।

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ବିଜେଡି ଆଦିବାସୀ, କୃଷକ, ଦଳିତ ଏବଂ ଓବିସି ବିରୋଧୀ ବୋଲି ଓଡ଼ିଶାବାସୀ ଜାଣିଛନ୍ତି । ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ଚଞ୍ଚକତା କରି ପୁଞ୍ଜିପତିମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା । ଯାହାକୁ ନେଇ ବିଜେପି ବିଧାନସଭା ଭିତରେ ଓ ବାହାରେ ପ୍ରତିବାଦ କରିଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ସାମୟିକ ଭାବେ ନିଷ୍ପତ୍ତିରୁ ଓହରି ଯାଇଛି ସତ, କିନ୍ତୁ ନିର୍ବାଚନ ପରେ ପୁଣି ଅସଲ ରୂପ ଦେଖାଇବ ବିଜେଡି । ବାସ୍ତବରେ ଆଦିବାସୀ ବିରୋଧୀ ବିଜେଡି ନିଜ ହୀନସ୍ବାର୍ଥ ଚରିତାର୍ଥ କରିବା ପାଇଁ ନିର୍ବାଚନ ସମୟରେ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ପ୍ରୟାସ କରୁଛି । ଜାତୀୟସ୍ତରରେ କଂଗ୍ରେସ ଦଳ ଏବଂ ଓଡ଼ିଶାରେ ବିଜେଡି ବର୍ତ୍ତମାନ ଗୋଟିଏ ଡଙ୍ଗାରେ ବସି ଅମିତ ଶାହଙ୍କର ନକଲି ଭିଡିଓ ନେଇ ଅପପ୍ରଚାର କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ 24 ବର୍ଷ ହେଲା ନିଷ୍କ୍ରିୟ ଶାସନ ବ୍ୟବସ୍ଥା ଚାଲିଛି: ଅପରାଜିତା - Aparajita Sarangi Press Meet

ସେ ଆହୁରି କହିଛନ୍ତି, "ବିଜୁ ଜନତା ଦଳର ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏହି ନକଲି ଭିଡିଓ ଦେଖାଇ ବିଜେପିକୁ ଭୋଟ ନଦେବା ପାଇଁ କହୁଛନ୍ତି । ଏହା କେବଳ ଆଚରଣ ବିଧିର ଘୋର ଉଲ୍ଲଙ୍ଘନ ନୁହେଁ ବରଂ ଆଦିବାସୀମାନଙ୍କୁ ହିଂସା କରିବା ପାଇଁ ଉସୁକାଇବାର ଅପଚେଷ୍ଟା । ବିଜେପି ସଂରକ୍ଷଣ ହଟେଇ ଦେବ ବୋଲି ତଥାକଥିତ ଗୁମାସ୍ତା ଓ ବିଜେଡିର ନବରଙ୍ଗପୁର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଚିତ୍କାର କରି କହୁଛନ୍ତି । ଯାହା ସଂପୂର୍ଣ୍ଣ ମିଛ ଓ ଭିତ୍ତିହୀନ । କେବଳ ମିଛ କହି ଭୋଟ ନେବାର ଉଦ୍ୟମ କରୁଛନ୍ତି । ନିର୍ବାଚନ ହାରିବା ଭୟରେ ବିଜୁ ଜନତା ଦଳର ନେତାମାନେ ସରଳ ଅଦିବାସୀ ଓ ଦଳିତମାନଙ୍କ ମନରେ ବିଷ ଭରିବାର ହୀନ ପ୍ରୟାସ କରୁଛନ୍ତି । ଯେଉଁଥିରେ କି ସେମାନେ ଆଦୌ ସଫଳ ହେବେନାହିଁ । ଯେଉଁ ବିଜୁ ଜନତା ଦଳ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆଦିବାସୀମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ଅଞ୍ଚଳ ଛାଡି ସମଗ୍ର ରାଜ୍ୟରେ ନିର୍ବାଚନ ଲଢିବାର ସୁଯୋଗରୁ ବଞ୍ଚିତ କରିଥିଲା, ସେହି ଦଳର ଆଦିବାସୀ ପ୍ରୀତି କେତେ ତାହା ଆଦିବାସୀ ବର୍ଗ ଭଲଭାବେ ଜାଣିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details