ଓଡିଶା

odisha

ETV Bharat / politics

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ କର୍ମୀ ଓ ନେତା ମଧ୍ୟରେ ଉତ୍ସାହ, ନିର୍ବାଚନରେ ଭଲ ପ୍ରଦର୍ଶନ ଦାବି - ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ

PM Modi's Odisha Visit : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲାକୁ ଗସ୍ତ କରିଥିଲେ । ମୋଦିଙ୍କ ଗସ୍ତ ପରେ ବିଜେପି ଶିବିରରେ ଭରପୂର ଉତ୍ସାହ । ରାଜ୍ୟରେ ଡବଲ ଇଞ୍ଜିନର ସରକାର ଆସିବାକୁ ନେଇ ନେତାଙ୍କ ଆଶାପ୍ରକଟ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ କର୍ମୀ ଓ ନେତା ମଧ୍ଯରେ ଉତ୍ସାହ, ନିର୍ବାଚନରେ ଭଲ ପ୍ରଦର୍ଶନର ଦାବି
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ କର୍ମୀ ଓ ନେତା ମଧ୍ଯରେ ଉତ୍ସାହ, ନିର୍ବାଚନରେ ଭଲ ପ୍ରଦର୍ଶନର ଦାବି

By ETV Bharat Odisha Team

Published : Mar 5, 2024, 10:57 PM IST

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ କର୍ମୀ ଓ ନେତା ମଧ୍ଯରେ ଉତ୍ସାହ, ନିର୍ବାଚନରେ ଭଲ ପ୍ରଦର୍ଶନର ଦାବି

ଯାଜପୁର:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲାକୁ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରଥମେ ଚଣ୍ଡିଖୋଲ ସ୍ଥିତ ବେଣାପୁର ହେଲିପ୍ୟାଡ଼ ନିକଟରେ 2:45 ମିନିଟ ସମୟରେ ପହଞ୍ଚି ସଭାସ୍ଥଳକୁ ଆସିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । 20 ହଜାର କୋଟି ଟଙ୍କାର 15ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିଥିଲେ । ଏହାପରେ ଉଦଘାଟନ ସ୍ଥଳୀରୁ ମାତ୍ର 2ଶହ ମିଟର ଦୂରରେ ଆୟୋଜିତ ହେଇଥିବା ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଥିଲା ।

ଚଣ୍ଡିଖୋଲରେ ପହଞ୍ଚି ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦବୋଧନ ସମୟରେ ଓଡିଆରେ ଭାଷଣ ଆରମ୍ଭ କରି କହିଥିଲେ, 'ଏଠାରେ ଉପସ୍ଥିତ ସମସ୍ତ ଭାଇ, ଭଉଣୀଙ୍କୁ ମୋର ନମସ୍କାର ।' ଓଡିଶାବାସୀଙ୍କୁ ସମ୍ବୋଧନ କରି କହିଥିଲେ, "ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ । ଆଜି ବିଜୁ ବାବୁଙ୍କ ଜୟନ୍ତୀ । ପୁରା ଦେଶ ତାଙ୍କୁ ଝୁରୁଛି । ମୁଁ ବିଜୁ ପଟ୍ଟନାୟକଙ୍କୁ ଓଡିଶାରେ ରହି ନମନ କରିବାର ସୁଯୋଗ ପାଇଛି । ମୋର ନଜର ଯେତେ ପର୍ଯ୍ୟନ୍ତ ଦେଖାଯାଉଛି, ମୋତେ ଉତ୍ସାହ ହିଁ ଦେଖାଯାଉଛି । ଓଡିଶାର ସଂକଳ୍ପ କଣ ଆଜି ତାହା ସ୍ପଷ୍ଟ ଦେଖାଯାଉଛି । 'ଅବ କି ବାର 400 ପାର' ସଂକଳ୍ପ । ଭାରତକୁ ବିଶ୍ବର ତୃତୀୟ ଆର୍ଥବ୍ୟବସ୍ଥା ବନେଇବା ଭାରତର ଲକ୍ଷ୍ୟ । 400 ପାରର ସଂକଳ୍ପ ନାରୀଶକ୍ତି, ନୌ ଯାନ, ନାରୀଶକ୍ତି, ଗରିବଙ୍କର ଜୀବନ ପରିବର୍ତ୍ତନ ଅଟେ । ଏଥିରେ ଓଡିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡିଶାର କୋଣ କୋଣରେ କଳା ରହିଛି । ଗତ 10 ବର୍ଷ ମଧ୍ୟରେ ଭାଜପା ସରକାର ଓଡିଶାରେ ଅଦ୍ଭୁତ ନିବେଶ କରିଛି । ଓଡିଶା ବିକଶିତ ଭାରତର ଗେଟଓ୍ବେ ହେଉ । ଆତ୍ମମନିର୍ଭର ଭାରତକୁ ଉର୍ଜା ଦେଉଛି ଭାରତ ।"

ଏହା ମଧ୍ୟ ପଢନ୍ତୁ...ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ, 'ମାଗଣା ବିଜୁଳି ମୋଦିର ଗ୍ୟାରେଣ୍ଟି'

ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, "ମୋଦିଜୀଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥିଲା । ଏହା ପ୍ରଧାନମନ୍ତ୍ରୀଙ୍କ ସଫଳ ସଭା ଭାବେ ପ୍ରତିଫଳିତ ହୋଇଛି । ସାରା ଓଡିଶା ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ । ପ୍ରଧାନମନ୍ତ୍ରୀ ସରକାରଙ୍କ କାମର ତାଲିକା ଲୋକଙ୍କ ଆଗରେ ପ୍ରସ୍ତୁତ କରିଛନ୍ତି ଏବଂ କର୍ମୀ ଓ ନେତାଙ୍କୁ ବିକଶିତ ଭାରତର ସଂକଳ୍ପ ନେବାକୁ କହିଛନ୍ତି । ଦେଶ ପ୍ରଥମେ ତାପରେ ପରିବାର ବୋଲି ବାର୍ତ୍ତା ଦେଇଛନ୍ତି ମୋଦିଜୀ ।" କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ବର ଟୁଡୁ କହିଛନ୍ତି ଯେ "ପ୍ରଧାନମନ୍ତ୍ରୀଙ୍କ ସଭାକୁ ନେଇ କର୍ମୀ ତଥା ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥିଲା । ଏହା ସହ ମୋଦିଜୀ ଲୋକଙ୍କୁ ପଦ୍ମ ଫୁଟାଇବା ପାଇଁ ମଧ୍ୟ ଆହ୍ବାନ ଦେଇଛନ୍ତି ।" ଏଥି ସହିତ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସୁଛି ବୋଲି ସେ କହିଥିଲେ ।

ବିଜେପି ଜିଲ୍ଲା ସଭାପତି ଗୌତମ ରାୟ କହିଛନ୍ତି ଯେ, "ଯାଜପୁରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଣିବାକୁ ଓ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଲୋକଙ୍କ ମୋଦି ଗ୍ୟାରେଣ୍ଟି ଉପରେ ଭରସା ବଢିଛି ଓ ଆଗାମୀ ଦିନରେ ରାଜ୍ୟରେ ତଥା ଯାଜପୁରରେ ଭୟଙ୍କର ମୋଦି ସୁନାମି ଆସିବ ।" ତେବେ ବିଜେଡି ଉପରେ କିଛି ନକହି କଂଗ୍ରେସକୁ ଟାର୍ଗେଟ କରି ଅଘୋଷିତ ମେଣ୍ଟକୁ ହାୱା ଦେଇଛି ମୋଦିଙ୍କ ଭାଷଣ । ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ବିଜେପି ବିଧାୟକ, ସାଂସଦ ଏବଂ ନେତାମାନେ ଏହି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details