ଓଡିଶା

odisha

ETV Bharat / politics

ବିଜେଡିରେ ଖାଲି କ୍ରୀତଦାସ ନୁହଁନ୍ତି ଅନେକ ଏକନାଥ ସିନ୍ଦେ ବି ଅଛନ୍ତି: ବିଜେପି - bjp leaders targets vk pandian - BJP LEADERS TARGETS VK PANDIAN

BJP REACTS ON VK PANDIAN'S STATEMENT: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି । ଅପରାଜିତା ପଚାରିଲେ ଏତେ ଭୟ କେଉଁଠୁ ଆସିଲା । ଅଧିକ ପଢନ୍ତୁ

ବିଜେଡିରେ ଖାଲି କ୍ରୀତଦାସ ନୁହଁନ୍ତି ଅନେକ ଏକନାଥ ସିନ୍ଧେ ବି ଅଛନ୍ତି : ବିଜେପି
ବିଜେଡିରେ ଖାଲି କ୍ରୀତଦାସ ନୁହଁନ୍ତି ଅନେକ ଏକନାଥ ସିନ୍ଧେ ବି ଅଛନ୍ତି : ବିଜେପି (ETV Bharat Odisha)

By ETV Bharat Odisha Team

Published : May 8, 2024, 9:41 PM IST

ବିଜେଡିରେ ଖାଲି କ୍ରୀତଦାସ ନୁହଁନ୍ତି ଅନେକ ଏକନାଥ ସିନ୍ଧେ ବି ଅଛନ୍ତି : ବିଜେପି (ETV Bharat Odisha)

ଭୁବନେଶ୍ବର:ବିଜେଡି ନେତା ପାଣ୍ଡିଆନଙ୍କ ବିରୋଧୀଙ୍କୁ ଟାର୍ଗେଟ ଓ ବିଜେଡିକୁ ଭାଙ୍ଗିବାକୁ ବିଜେପିର ଚେଷ୍ଟା ମନ୍ତବ୍ୟକୁ ନେଇ ବିଜେପି ନେତା ସମୀର ମହାନ୍ତି ଏବଂ ଅପରାଜିତା ଷଡଙ୍ଗୀଙ୍କ ବଡ ବୟାନ । ବିଜେପି ନେତା ସମୀର କହିଲେ ବିଜେଡିରେ ଖାଲି କ୍ରୀତଦାସ ନୁହଁନ୍ତି ଅନେକ ଏକନାଥ ସିନ୍ଦେ ବି ଅଛନ୍ତି । ସେପଟେ ତାଙ୍କର ଏତେ ଭୟ କାହିଁକି ? ଏତେ ଦୁର୍ବଳତା କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ସମୀର ମହାନ୍ତି କହିଛନ୍ତି," ବିଜେଡିରେ ଖାଲି କ୍ରୀତଦାସ ନୁହଁନ୍ତି ଅନେକ ଏକନାଥ ସିନ୍ଦେ ବି ଅଛନ୍ତି । ବିଜେପି ସହ ସମ୍ପର୍କରେ ଅଛନ୍ତି । ପାଣ୍ଡିଆନ ନୂଆ ନୂଆ ରାଜନୀତିକୁ ଆସିଛନ୍ତି । ଭିଡିଓ ମୁଖ୍ୟମନ୍ତ୍ରୀଙ୍କ ରିମୋର୍ଟ ଧରିକି ଗୁମାସ୍ତା ଗିରି କରୁଛନ୍ତି । ଯଦି ସେ ଆଜି କାଲି ସେଫୋଲୋଜିଷ୍ଟ ହେଲେଣି । ସେ ସ୍ଵୀକାର କରୁଛନ୍ତି 50 ସିଟ୍ ଆସିବ ବୋଲି ଜୁନ 4ରେ ଜାଣିବ କ'ଣ ହେବ । ଯଦି ସେ ଭାବୁଛନ୍ତି ସମସ୍ତେ କ୍ରୀତଦାସ ନୁହଁନ୍ତି ଅନେକ ଏକନାଥ ସିନ୍ଦେ ବି ଅଛନ୍ତି । ଆମ ସହ ସମ୍ପର୍କରେ ଅଛନ୍ତି । ପୂର୍ବରୁ ସଭାପତି କହିଛନ୍ତି, ଓଡିଶା ମାଟିର ଓଡ଼ିଆ ପିଲା ସ୍ୱାଭିମାନୀ ପିଲା ଯାହା ଦେହରେ ଓଡ଼ିଆ ରକ୍ତ ଅଛି ସେ କ୍ରୀତଦାସ ପାଖରେ ରହିପାରିବେନି । ଗୋଡ଼ତଳୁ ମାଟି ଖସୁଛି, ସେଥିପାଇଁ 'ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ ଓଡ଼ିଶାରେ ବିଜେପି ସରକାର ।"



ସେପଟେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଏହି ପ୍ରସଙ୍ଗରେ କହିଛନ୍ତି," ସାନବାବୁ ପୁଣି ବଡ଼ ବାବୁ ହେବାକୁ ବୃଥା ପ୍ରୟାସ କରୁଛନ୍ତି । ଭାରତୀୟ ପ୍ରଶାସନିକ ସେବାରେ ମୁଁ ତାଙ୍କର ସିନିୟର୍ ରହିଛି । ଏଣୁ ମୁଁ ତାଙ୍କୁ ପରାମର୍ଶ ଦେବି ଯେ ସେ ଓଡ଼ିଆରେ ଓଡ଼ିଶାବାସୀଙ୍କ ସହ କଥା ହୁଅନ୍ତୁ । ବିଜେପି ଚେଷ୍ଟା କରୁଛି ୫୦ ରୁ ୬୦ ଟି ସିଟ୍ ପାଇ ବିଜେଡିକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଛି ବୋଲି ସେ କହିଛନ୍ତି । ତାଙ୍କର ଏତେ ଭୟ କାହିଁକି ? ଏତେ ଦୁର୍ବଳତା କେଉଁଠୁ ଆସିଲା ? ଆମେ ତ କହୁନୁ ଯେ ବାହାରି ଲୋକ ଆମ ଘର ଭାଙ୍ଗୁଛି ବୋଲି । ବିଜେଡି ଏତେ ଦୁର୍ବଳ କାହିଁକି ଅଛନ୍ତି ନା ହୋଇ ଯାଉଛନ୍ତି । ଏଥିରୁ ଜଣାପଡୁଛି ଯେ ଓଡ଼ିଶାରେ ହେଉଛି ପରିବର୍ତ୍ତନ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ହେଉଛି ପରିବର୍ତ୍ତନ । "

ଏହା ମଧ୍ୟ ପଢନ୍ତୁ ......ବିଜେଡି ଖୁଡ଼ୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସିଆ ପୁତୁରା, ଫାଇଦା ଖୋଜୁଛି ବିଜେପି - Odisha Assembly Election 2024


ସୂଚନାଯୋଗ୍ୟ ଯେ, ଆଜି ପାଣ୍ଡିଆନ୍ ଗୋପାଲପୁରରେ ଏକ ପ୍ରେସ ମିଟରେ ବିରୋଧୀଙ୍କୁ ଟାର୍ଗଟେ କରିଥିଲେ । ବିଜେପିର ଟାର୍ଗେଟରେ ରହିଛି ୪୦ ରୁ ୫୦ ଆସନ । ବିଜେପି ବିଜେଡିକୁ ଭାଙ୍ଗି ସରକାର କରିବାକୁ ଚାହୁଁଛନ୍ତି । ଏହାସହ ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ପାଣ୍ଡିଆନ କହିଛନ୍ତି ,୨୦୧୯ରେ ୮ଜଣ ବିଜେପି ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ହେଲେ ଜଣେ ବି ବିଜେପି ସାଂସଦ ଥରେ ବି ରାଜ୍ୟ ସ୍ୱାର୍ଥ ପାଇଁ ପାଟି ଫିଟେଇଲେ ନାହିଁ । କିନ୍ତୁ ବିଜେଡିର ଉଦ୍ଦେଶ୍ୟ ସବୁବେଳେ ଓଡ଼ିଶାର ହକ୍ ଓ ସ୍ୱାର୍ଥ ପାଇଁ ଲଢିବା ଏବଂ ବିଜେଡିର ସାଂସଦ ରାଜ୍ୟ ସ୍ୱାର୍ଥ ପାଇଁ ହିଁ କାମ କରୁଛନ୍ତି ଓ କରିବେ ମଧ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details