ଓଡିଶା

odisha

ETV Bharat / politics

ବାଲେଶ୍ବରରେ ଧାନ ମଣ୍ଡି ସମସ୍ୟା ନେଇ ଗର୍ଜିଲା ବିଜେପି କୃଷକ ମୋର୍ଚ୍ଚା

BJP Krushak Morcha protest : ଚାଷୀଙ୍କ ସମସ୍ୟାକୁ ନେଇ ବାଲେଶ୍ବର ଜିଲ୍ଲାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ । ବାଲେଶ୍ଵର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 30, 2024, 10:18 PM IST

ବାଲେଶ୍ବରରେ ଧାନ ମଣ୍ଡି ସମସ୍ୟା ନେଇ ଗର୍ଜିଲା ବିଜେପି କୃଷକ ମୋର୍ଚ୍ଚା
ବାଲେଶ୍ବରରେ ଧାନ ମଣ୍ଡି ସମସ୍ୟା ନେଇ ଗର୍ଜିଲା ବିଜେପି କୃଷକ ମୋର୍ଚ୍ଚା

ବାଲେଶ୍ବରରେ ଧାନ ମଣ୍ଡି ସମସ୍ୟା ନେଇ ଗର୍ଜିଲା ବିଜେପି କୃଷକ ମୋର୍ଚ୍ଚା

ବାଲେଶ୍ବର :ଚାଷୀଙ୍କ ସମସ୍ୟାକୁ ନେଇ ବିଜେପି ସବୁ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି । ଏହି କ୍ରମରେ ଆଜି ବାଲେଶ୍ବର ଜିଲ୍ଲାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କୃଷକ ମୋର୍ଚ୍ଚା ବିକ୍ଷୋଭ କରିଛି । ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅନୀଲ କୁମାର ସାହୁ କହିଛନ୍ତି ଯେ କେନ୍ଦ୍ରୀୟ ଯୋଜନା ଅନୁସାରେ ଅନ୍ୟ ରାଜ୍ୟ ମାନଙ୍କରେ ଚାଷୀମାନଙ୍କୁ ଉଚିତ ପ୍ରାପ୍ୟ ମିଳୁଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । କେନ୍ଦ୍ର ସରକାରଙ୍କ କୌଣସି ଜନକଲ୍ୟାଣ ଯୋଜନାରେ ଓଡ଼ିଶାର ଚାଷୀମାନେ ଲାଭ ଉଠାଇ ପାରୁନଥିବା ଅଭିଯୋଗ ହୋଇଛି । ଓଡ଼ିଶାକୁ ଆସୁଥିବା କୃଷକ କଲ୍ୟାଣକାରୀ ଯୋଜନାକୁ ଶାସକ ଦଳ ଓ ପ୍ରଶାସନିକ କଳ ଦ୍ବାରା ହରିଲୁଟ କରାଯାଉଥିବା ଅଭିଯୋଗ ଉଠିଛି ।

ଓଡ଼ିଶାରେ ଚଳିତ ଖରିଫ ଋତୁରେ ଧାନ କିଣା କାରବାରରେ ବ୍ୟାପକଭାବେ ଦୁର୍ନୀତି ଓ ଅବ୍ୟବସ୍ଥା ଦେଖା ଦେଇଛି । ମିଲର, ଶାସକ ଦଳର ନେତା ଓ ପ୍ରଶାସନିକ କଳମାନଙ୍କର ଅତ୍ୟଧିକ ଚାଷୀମାରଣ ନୀତି ଯୋଗୁଁ ଚାଷୀ ଆଜି ନିରାଶ ହୋଇ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି । ଓଡ଼ିଶାର ଚାଷୀମାନଙ୍କର ଅର୍ଥନୈତିକ ଅଧୋଗତି ଘଟି ଦିନକୁ ଦିନ ଗରିବ ହୋଇଚାଲିଛନ୍ତି । ରାଜ୍ୟର ଧାନମଣ୍ଡି ମାନଙ୍କରେ ରାଜ୍ୟ ସରକାରଙ୍କ ତରଫରୁ କିଣାଯାଉଥିବା ଧାନ କ୍ବିଣ୍ଟାଲ ପ୍ରତି ୫ କିଲୋରୁ ୧୦ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ କରାଯାଉଛି । ଖାଲି ସେତିକି ନୁହେଁ ଚାଷୀକୁ ବସ୍ତା ଏବଂ ସୁତୁଲି ଦିଆଯାଉନଥିବା ଅଭିଯୋଗ ହୋଇଛି । ଧାନ ମଣ୍ଡିରେ ଧାନ ଓଜନ କରିବା ଓ ଅନ୍‌ଲୋଡିଙ୍ଗ କରିବା ନାମରେ କ୍ବିଣ୍ଟାଲ ପ୍ରତି ୧୦ ଟଙ୍କା ଲେଖାଏଁ ଚାଷୀଠାରୁ ଆଦାୟ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ ...ଜଗତସିଂହପୁରରେ ମଣ୍ଡି ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ

ଓଡ଼ିଶାର ୯୮ ଭାଗ ଧାନ ମଣ୍ଡିର ଭିଭିଭୂମିର ଅଭାବ ଦେଖା ଦେଇଛି । ଧାନକୁ ସୁରକ୍ଷିତ ରଖିବା ପାଇଁ ଗୋଦାମ ଘର ନାହିଁ, ପାଚେରୀ ନାହିଁ, ଚାଷୀ ବିଶ୍ରାମ ନେବା ପାଇଁ ବିଶ୍ରାମ ଘର ନାହିଁ, ଶୌଚ ହେବା ପାଇଁ ପାଇଖାନା ନାହିଁ ଓ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ । ଏମିତି ପରିସ୍ଥିତି ମଧ୍ୟରେ ଚାଷୀଟିଏ ବର୍ଷକର ଅମଳ ଧାନ ବିକ୍ରି କରିବାରେ ଦୁର୍ଦଶା ଭୋଗୁଛି । ଚାଷୀମାନଙ୍କର ସମସ୍ୟା ଗୁଡ଼ିକୁ ସମାଧାନ କରିବାରେ ପଦକ୍ଷେପ ନେବା ଏବଂ ଧାନ କିଣାରେ ହେଉଥିବା ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ କରାଇବାକୁ ଦାବି ହୋଇଛି । ବାଲେଶ୍ଵର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଅନ୍ୟପଟେ ଏ ସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇ କେମିତି ଚାଷୀମାନଙ୍କ ଧାନ କିଣା ସୁଚାରୁ ରୁପେ କରାଯାଇପାରିବ ସେ ନେଇ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details