ଭୁବନେଶ୍ବର: ପୂର୍ବତନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବତନ ବଲାଙ୍ଗୀର ସାଂସଦ ତଥା ବଲାଙ୍ଗୀର ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଭାସଙ୍କ ସହିତ ଅନ୍ୟ ଦୁଇ ବରିଷ୍ଠ ନେତା ସ୍ବରମ୍ୟ ବବି ମିଶ୍ର ଏବଂ ବିନୋଦ ବିହାରୀ ନାଗ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି ।
ବିଜେପି ଛାଡି ସେମାନେ ବିଜେଡିରେ ମିଶି ଦଳର ଶକ୍ତି ବୃଦ୍ଧି ହୋଇଥିବା କହିଛନ୍ତି ସାଂସଦ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସେମାନଙ୍କୁ ସେ ଦଳକୁ ସ୍ବାଗତ କରିଛନ୍ତି । ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ କହିଛନ୍ତି ଯେ, ନୂଆ ଆକାରରେ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ବିଜେଡି ପରିବାରକୁ ସ୍ବାଗତ । ବିଜେପି ପାଇଁ ଅନେକ କାମ କରିଥିଲେ । ଆମ ସହ ମିଶି ସେମାନେ ସାମାଜିକ, ଶିକ୍ଷା, ସାହିତ୍ୟରେ ସହଯୋଗ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ପ୍ରେରଣାରେ ସେ ମିଶିଛନ୍ତି । ମିଶିକି ବଲାଙ୍ଗୀର ବିକାଶ କରିବୁ ।