ଓଡିଶା

odisha

ETV Bharat / politics

ଜିତିଥିବା ଆସନରେ ନୂଆ ମୁହଁ ରଣନୀତି, ବିଜେଡି ପାଇଁ ଅଡୁଆ ହେବ ନାହିଁ: ଅକ୍ଷୟ ସାହୁ - BJD New Face Politics - BJD NEW FACE POLITICS

BJD New Face Politics: ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ସମସ୍ତ ୨୧ ଲୋକସଭା ସହ ଏପର୍ଯ୍ୟନ୍ତ ୧୧୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି । ସବୁଠାରୁ ବଡ଼ କଥା ହେଉଛି ଅନେକ ଆସନରେ ଦଳ ବିଜୟୀ ପ୍ରାର୍ଥୀଙ୍କୁ ସାଇଡ୍‌ ଲାଇନ କରି ନୂଆ ପ୍ରାର୍ଥୀଙ୍କୁ ଭରସା କରିଛି । ହେଲେ ଏହା ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇବନି ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ଅଧିକ ପଢ଼ନ୍ତୁ

BJD New Face Politics
BJD New Face Politics

By ETV Bharat Odisha Team

Published : Apr 13, 2024, 4:45 PM IST

BJD New Face Politics

ଭୁବନେଶ୍ବର: ଯେତିକି ଆସନରେ ବିଜେଡି ଟିକେଟ ଘୋଷଣା କରିଛି ଉଭୟ ଲୋକସଭା ଏବଂ ବିଧାନସଭାରେ ଅନେକ କ୍ଷେତ୍ରରେ ଦେଖାଯାଇଛି କି ଜିତିଥିବା ପ୍ରାର୍ଥୀଙ୍କୁ ଟିକେଟ ନଦେଇ ସେମାନଙ୍କ ସ୍ଥାନରେ ନୂଆ ମୁହଁ ନିଆଯାଇଛି । ଅର୍ଥାତ ଯେଉଁ ପ୍ରାର୍ଥୀମାନେ ଉଭୟ ବିଧାନସଭା ଆସନ ଏବଂ ଲୋକସଭା ଆସନରେ ବିଜୟ ଲାଭ କରିଥିଲେ ସେମାନଙ୍କୁ ରିପିଟ କରାଯାଇନାହିଁ । ତାଙ୍କ ଯାଗାରେ ନୂଆ ଚେହେରାକୁ ଭରସା କରିଛନ୍ତି ନବୀନ । ପ୍ରଶ୍ନ ଉଠୁଛି, ବିଜେଡି ଏପରି ଗଣିତ କଷିବା ପଛର କାରଣ କଣ ? କାହିଁକି ଜିତିଥିବା ନେତାଙ୍କ ଉପରେ ଭରସା କରିପାରିଲେନି ନବୀନ ? ଏବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି ।

ଉଦାହରଣ ପାଇଁ ଦେଖିଲେ, ତିର୍ତ୍ତୋଲ ଆସନରେ ୨୦୧୯ରେ ବିଜୟ ଶଙ୍କର ଦାସ ଜିତିଥିଲେ । ବିଜୟ ଶଙ୍କରଙ୍କୁ ଟିକଟ ମିଳିନି । ତାଙ୍କ ବଦଳରେ ବିଜେଡି ରମାକାନ୍ତ ଭୋଇଙ୍କୁ ପ୍ରାର୍ଥୀ କରିଛି । ଫୁଲବାଣୀ ବିଧାନସଭା ଆସନରେ ବିଜୟୀ ପ୍ରାର୍ଥୀ ଥିଲେ ଅଙ୍ଗଦ କହଁର । ତାଙ୍କୁ ଟିକଟ ନଦେଇ ଟିକଟ ମିଳିଛି ଜୟଶ୍ରୀ କହଁରଙ୍କୁ । ନର୍ଲା ବିଧାନସଭା ଆସନରେ ଭୂପିନ୍ଦର ସିଂହ ବିଜୟୀ ନେତା ଥିଲେ । ଭୂପିନ୍ଦରଙ୍କୁ ସାଇଡଲାଇନ କରି ମନୋରମା ମହାନ୍ତିଙ୍କୁ ଟିକଟ ଦେଇଛି ବିଜେଡି । ସେହିପରି ପଟାଙ୍ଗିରେ ବିଜୟୀ ପ୍ରାର୍ଥୀ ଥିଲେ ପ୍ରିତମ ପାଢୀ । ପ୍ରିତମଙ୍କୁ ଟିକେଟ ନଦେଇ ପ୍ରଫୁଲ୍ଲ କୁମାର ପାଙ୍ଗିଙ୍କୁ ଟିକେଟ ଦେଇଛି ବିଜେଡି । ବସ୍ତା ବିଧାନସଭା ଆସନରେ ନିତ୍ୟାନନ୍ଦ ସାହୁ ବିଜୟୀ ପ୍ରାର୍ଥୀ ଥିଲେ । କିନ୍ତୁ ନିତ୍ୟାନନ୍ଦଙ୍କ ଉପରେ ଭରସା କରିପାରିନି ଦଳ । ନିତ୍ୟାନନ୍ଦଙ୍କ ବଦଳରେ ଶୁଭାସିନି ଜେନାଙ୍କୁ ବିଶ୍ବାସକୁ ନେଇଛି ଦଳ । କୋଟପାଡ ବିଧାନସଭା ଆସନରେ ପଦ୍ମିନୀ ଡିଆନ ବିଜୟୀ ପ୍ରାର୍ଥୀ ଥିବା ବେଳେ ତାଙ୍କ ବଦଳରେ ଚନ୍ଦ୍ର ଶେଖର ମାଝୀଙ୍କୁ ଟିକେଟ ଦେଲା ବିଜେଡି ।

ସେହିପରି ଯଦି ଲୋକସଭା କ୍ଷେତ୍ର ଦେଖାଯାଏ, ଢେଙ୍କାନାଳରେ ସାଂସଦ ମହେଶ ସାହୁଙ୍କୁ ଟିକେଟ ମିଳିନି । ତାଙ୍କ ବଦଳରେ ଅବିନାଶ ସାମଲଙ୍କୁ ମିଳିଛି ଟିକେଟ । ବ୍ରହ୍ମପୁର ଲୋକସଭା ଆସନରେ ଚନ୍ଦ୍ର ଶେଖର ସାହୁଙ୍କୁ ମଧ୍ୟ ମିଳିଲାନି ଟିକଟ । ତାଙ୍କ ବଦଳରେ ବିଜେପିରୁ ଆସି ବିଜେଡିରେ ନିକଟରେ ସାମିଲ ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ଭରସା କରିଛି ବିଜେଡି । ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କୁ ରିପିଟ ନକରି ତାଙ୍କ ବଦଳରେ ରଞ୍ଜିତା ସାହୁଙ୍କୁ ଟିକେଟ ଦେଇଛି ଦଳ । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଟିକେଟ ମିଳିନାହିଁ । ତାଙ୍କ ବଦଳରେ ଧନୁର୍ଜୟ ସିଦ୍ଧୁଙ୍କୁ ଟିକେଟ ମିଳିଛି । ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଆଉ ଥରେ ଟିକେଟ ଦେଇନି ବିଜେଡି । ତାଙ୍କ ବଦଳରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ ଟିକେଟ ବଣ୍ଟାକୁ ନେଇ ବିଜେଡିରେ ଟେନ୍‌ସନ୍‌, ବିଜୟରେ ବାଧକ ସାଜିବେ ଅସନ୍ତୁଷ୍ଟ ନେତା ! - BJD Ticket Tension

'ବିଜେଡିର ପୂରୁଣା ରଣନୀତି': ବିଜେଡିର ଏଭଳି ନୂଆ ମୁହଁ ରାଜନୀତିକୁ ନେଇ ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଗତ ନିର୍ବାଚନରେ ବିଜେଡି ୪୦ଟି ଆସନରେ ନୂଆ ମୁହଁ ଦେଇଥିଲା । ହେଲେ ଦଳକୁ ସେମିତି କିଛି ପ୍ରଭାବ ପଡିନଥିଲା । ୧୧୩ ଆସନରେ ଜିତିଥିଲା ଦଳ । ଉପନିର୍ବାଚନରେ 2ଟି ଆସନରେ ଜିତିଥିଲା । ବିଜେଡିର ଏହା ରଣନୀତି । ଚେଞ୍ଜ ଅଫ୍‌ ଫେସ୍‌- ଚେଞ୍ଜ୍‌ ଅଫ ପ୍ଲେସ୍‌ । ଆଣ୍ଟି ଇନକମବାନ୍ସି ଫ୍ୟାକ୍ଟରକୁ ଏଡାଇବା ପାଇଁ ନେତାଙ୍କ ବିରୋଧରେ ଥିବା ଅସନ୍ତୋଷଙ୍କୁ ଦୂରେଇବା ପାଇଁ ଏପରି ନୂଆ ମୁହଁ ଦେଇଥାଏ ବିଜେଡି । ବିଜେଡିର ଦୃଢ ଅନୁଶାସନ ରହିଥିବାରୁ କୌଣସି ପରିସ୍ଥିତିରେ ନେତା ଭଲ କରିବାର ସମ୍ଭାବନା ଅଛି ତାଙ୍କୁ ଟିକେଟ ଦିଅନ୍ତି । ଯେଉଁ ନେତାଙ୍କର ଭଲ କରିବାର ସମ୍ଭାବନା ନଥାଏ ସେମାନଙ୍କୁ ଟିକେଟ ଦେଇନଥାଏ । ଏହା ବିଜେଡିର ଏକ ରଣନୀତି । ଚେଞ୍ଜ୍‌ ଅଫ୍‌ ଫେସ୍‌- ଚେଞ୍ଜ୍‌ ଅଫ୍‌ ପ୍ଲେସ୍‌ କରି ବିଜେଡି ଭଲ ଭାବେ ମ୍ୟାନେଜ କରୁଛି । ନିର୍ବାଚନ ଉପରେ ଏହାର କୌଣସି ପ୍ରଭାବ ପଡିବା ଦେଖିବାକୁ ମିଳୁନାହିଁ ।"

ଏବେ ଦେଖିବାର କଥା ଜନତା ଏହି ନୂଆ ମୁହଁକୁ କେତେ ପସନ୍ଦ କରୁଛନ୍ତି । ସାଂଗଠନିକ ଶକ୍ତି, ବ୍ରାଣ୍ଡ ନବୀନ, ଶଙ୍ଖ ଚିହ୍ନ ଏବଂ ନୂଆ ଚେହେରାକୁ ପାଥେୟ କରି କିପରି ବିଧାନସଭା ଓ ଲୋକସଭା ବୈତରଣୀ ପାର ହେଉଛି ବିଜେଡି ତା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details