ଓଡିଶା

odisha

ETV Bharat / politics

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେପି, CEOଙ୍କୁ ଅଭିଯୋଗ କଲା ବିଜେଡି - Violation Of Code Of Conduct - VIOLATION OF CODE OF CONDUCT

BJD Meets CEO: ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି । ଅଧିକ ପଢନ୍ତୁ,

ଆଚରଣ ବିଧି ଉଲଂଘନ
ଆଚରଣ ବିଧି ଉଲଂଘନ

By ETV Bharat Odisha Team

Published : Apr 27, 2024, 9:19 PM IST

BJD complain to CEO

ଭୁବନେଶ୍ବର: ପୁଣି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କଲା ବିଜେପି । ଏହି ତାଲିକାରେ ଆଉ ଜଣେ ବିଜେପିର ବିଧାୟକ ପ୍ରାର୍ଥୀ ଯୋଡି ହୋଇଛନ୍ତି । ସେ ହେଉଛନ୍ତି ବଲାଙ୍ଗୀର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ । ବଲାଙ୍ଗୀର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଛି ବିଜେଡି । ତେବେ ଲଗାତାର ଭାବେ ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି ବିଜେପିର ସଂସଦୀୟ ଓ ବିଧାୟକ ପ୍ରାର୍ଥୀ । ଗୋପାଳଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡ଼ି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି ଯେ, ଦଳର ଏକ ପ୍ରତିନିଧି ଦଳ ଆଜି ଏକ ସମ୍ବେଦନଶୀଳ ତଥ୍ୟ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲୁ । ବିଜେପି ଦଳ ଓ ନେତା ଶିଶୁଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛି । ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବଲାଙ୍ଗୀର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ । ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ଏପ୍ରିଲ 23 ତାରିଖରେ ରାମଜୀ ମଣ୍ଡପ ସାରସପିଠ, ବଲାଙ୍ଗୀରରେ ପିଲା ମାନଙ୍କୁ ନେଇ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଛନ୍ତି । ପିଲା ମାନଙ୍କୁ ବିଜେପି ପତକା ଓ ଉତ୍ତରିୟ ପକାଉଥିବା ଫଟୋ ସାମନାକୁ ଆସିଛି । ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସବୁ ତଥ୍ୟ ଦେଇଛୁ ।

ଏହା ମଧ୍ୟ ପଢ଼ନ୍ତୁ..ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ଓ ବିଜେପି ଗୋଟେ ମୁଦ୍ରାର ଦୁଇ ପାର୍ଶ୍ଵ: ବିଜେଡି - Violation Of Code Of Conduct

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ପୂର୍ବରୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ଅଭିଯୋଗ କରିଥିଲୁ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NCC ଅଫିସ ଓ କ୍ୟାଡେଟଙ୍କୁ ବ୍ୟବହାର କରିଛନ୍ତି । ଏପ୍ରିଲ ମାସରେ ଓଡିଶାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । ଏହି ସମୟ ପିଲା ମାନଙ୍କ ସୁରକ୍ଷା ଆବଶ୍ୟକ । ପିଲା ମାନଙ୍କୁ ନିର୍ବାଚନରେ ବ୍ୟବହାର କରିବା ଆଦର୍ଶ ଆଚରଣ ବିଧିର ଉଲଂଘନ ଅଟେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଏ ଦିଗରେ ଯାଞ୍ଚ କରି ବିହିତ ପଦକ୍ଷେପ ନେବାର ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details