ଓଡିଶା

odisha

ETV Bharat / politics

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି ! CEOଙ୍କୁ ଫେରାଦ ହେଲା ବିଜେଡି - 2024 election - 2024 ELECTION

BJD complain to CEO: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ବିଜେପି ବିରୋଧରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି । ଅଧିକ ପଢନ୍ତୁ

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି ! CEOଙ୍କ ଦ୍ୱାରସ୍ଥ ହେଲା ବିଜେଡି
ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି ! CEOଙ୍କ ଦ୍ୱାରସ୍ଥ ହେଲା ବିଜେଡି

By ETV Bharat Odisha Team

Published : Apr 25, 2024, 8:10 AM IST

ଭୁବନେଶ୍ବର: ନିର୍ବାଚନ ଯେତେ ଅଗାଉଛି ବିଜେପି-ବିଜେଡି କଳି ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏନେଇ ମଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ 3ଟି ଦାବି ରଖିଛି ଦଳ । ଗତକାଲି ରାତିରେ ଦଳର ଏକାଧିକ ନେତା ସିଇଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ‘‘ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଜି ଓ ବିଗତ ଦିନରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ମଧ୍ୟରେ ଗୋଟିଏ ଫରକ । ବିଗତ ଦିନରେ ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲୁ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତୀୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ଆମେ ଦରଖାସ୍ତ ଦେଇସାରିଛୁ । ଆଉ ଏହି ଦରଖାସ୍ତର ଏକ ନକଲ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛୁ ।’’

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି



ସେ ଆହୁରି ମଧ୍ୟ କହିଛନ୍ତି, ‘‘ବିଜେପିର ଓଡ଼ିଶା ଶାଖା ବାରମ୍ବାର ଲୋକଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି । ମିଥ୍ୟା ଓ କପୋଳକଳ୍ପିତ କଥା କହି ବିଭ୍ରାନ୍ତି ସୃଷ୍ଟି କରିବାକୁ ଚାହୁଁଛି । ସେହିକ୍ରମରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ରାଜ୍ୟ ବିଜେପି । ବିଜେପି ପକ୍ଷରୁ ଡକ୍ୟୁମେଣ୍ଟ ଜାରି ହୋଇଛି । ଗୋଟେ ଛୋଟ ବହି ଜାରୀ କରିଛନ୍ତି । ତାକୁ ଚାର୍ଜସିଟ ନାମ ଦେଇଥିଲେ । ସେଥିରେ ସ୍ପଷ୍ଟ ଭାବରେ ମିଥ୍ୟା, କପୋଳକଳ୍ପିତ ଓ ବଦନାମ କରିବାକୁ ଯାଇ ଯେତେ ପ୍ରକାର ଅପବାଦ କରିବା କଥା କରିଛନ୍ତି । ଆଜି ସେମାନେ ଯେଉଁ ଡକ୍ୟୁମେଣ୍ଟ ଜାରି କରିଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା, କପୋଳକଳ୍ପିତ ଓ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ । ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ବିଜୁ ଜନତା ଦଳ ଓ ଦଳର ନେତୃମଣ୍ଡଳୀର ମାନହାନି କରିବା । ବିଜେଡି ନେତାଙ୍କ ଛବି ମଳିନ କରିବା । ଏହା କରିବାକୁ ଯାଇ ସେମାନେ ଦୁଇଟି ଭୁଲ ଓ ବେଆଇନ କାର୍ଯ୍ୟ କରିଛନ୍ତି । ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିର ସେକ୍ସନ-1 ଓ ସବ ସେକ୍ସନ 2 ଉଲ୍ଲଂଘନ କରିଛନ୍ତି । ଆଦର୍ଶ ଆଚରଣ ବିଧିର ସେକ୍ସନ-1 ଓ ସବସେକ୍ସନ-2 କହୁଛି ଯେ, ଅନ୍ୟ ଦଳ, ନେତା ଓ କର୍ମୀଙ୍କ ବିରୋଧରେ ତଥ୍ୟ, ପ୍ରମାଣ ହୀନ ଭର୍ତ୍ତିହୀନ ଆଲୋଚନା ଓ ସମାଲୋଚନା କରିପାରିବେ ନାହିଁ । ବିଜେଡି ନେତାଙ୍କ ମାନହାନି କରିବାକୁ ଯାଇ ଆଦର୍ଶ ଆଚରଣ ବିଧିର ଧଜିଆ ଉଡାଇଛି ବିଜେପି ।’’

ଏହା ମଧ୍ୟ ପଢନ୍ତୁ:- ଦିଗପହଣ୍ଡି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା ଟିକଟ - Congress Candidate Replacement
‘ରିପ୍ରେସସେଣ୍ଟଟେସନ ଅଫ ପିପୁଲସ ଆକ୍ଟ’ର ସେକ୍ସନ 123ର ଅବମାନନା କରିଛନ୍ତି । ଓଡିଶାର ରାଜନୈତିକ ଇତିହାସରେ ଏପରି କେବେ ଦେଖିବାକୁ ମିଳିନଥିଲା । ବିଜେପି ଯେହେତୁ ନିର୍ବାଚନ ହାରିବାକୁ ଯାଉଛି, ତେଣୁ ବିଜେଡିର ନେତାଙ୍କ ବିରୋଧରେ ମିଥ୍ୟା ଓ ଭିତ୍ତିହୀନ କଥା କହି ବଦନାମ କରିବାକୁ ଉଦ୍ୟମ କରୁଛି ବିଜେପି । ଯାହା ଦୁର୍ଭାଗ୍ୟଜନକ, ନିନ୍ଦନୀୟ ଓ ଆଇନ ବିରୋଧୀ । ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତିନୋଟି ଦାବି ରଖିଛି ବିଜେଡି । ଓଡ଼ିଶା ବିଜେପିର ଯେଉଁ ବ୍ୟକ୍ତିମାନେ ବେଆଇନ କାର୍ଯ୍ୟ କଲେ, ଏହାକୁ ପ୍ରଚାର କଲେ ତାଙ୍କ ବିରୁଦ୍ଧରେ ଦ୍ରୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହାର ପ୍ରଚାର ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଉ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ବିଜେଡି ଦାବି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details