ଭୁବନେଶ୍ବର: 1936 ମସିହାରେ ଭାଷାଭିତ୍ତିକ ରାଜ୍ୟ ହୋଇଥିଲା ଓଡ଼ିଶା । ରାଜ୍ୟ ଗଠନର 100ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ । ସେହିପରି ରାଜ୍ୟର ବିଭିନ୍ନ ଭାଷାର ବିକାଶ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ପଶ୍ଚିମ ଓଡ଼ିଶା ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର କରିବା ପାଇଁ କର୍ପସ୍ ଫଣ୍ଡ ବ୍ୟବସ୍ଥା ହୋଇଥିବା ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, "ଭାଷା ହିଁ ଭବିଷ୍ୟତ । ଓଡିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋକସ୍ ରହିଛି । 1936ରେ ଭାଷା ଭିତ୍ତିକ ରାଜ୍ୟ ହୋଇଥିଲା ଓଡିଶା । ଓଡ଼ିଶାକୁ 2034ରେ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । 2000ରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କଲେ । 20 ଫେବୃଆରୀ 2014ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଏହା ପୂର୍ବରୁ ମିଳିବାର ଥିଲା । 7 ଜୁନ 2020 ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ମିଳିଲା । ଓଡିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ପାଇଁ ବାରମ୍ବାର ଦାବି ହେଇଛି । ହେଲେ ମିଳିଲାନି ।"
ସେ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଆ ବିଶ୍ବବିଦ୍ୟାଳୟ ଏକ ସ୍ବର୍ଣ୍ଣିମ ଇତିହାସ ଆଣିଛି । ଓଡ଼ିଶା ସଂସ୍କୃତିର ପ୍ରତୀକ ହେଉଛନ୍ତି କଳାକାର । 45,102 ଜଣ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ କରାଯାଉଛି । ଏହାକୁ ଆଉ 80 ହଜାର କଳାକାରଙ୍କୁ ଦିଆଯିବ । ପୁରୀରେ ବସିଥିଲା ଐତିହ୍ୟ କ୍ୟାବିନେଟ ବୈଠକ । ଭାରତର ପ୍ରଥମ ରାଜ୍ୟ ଓଡ଼ିଶା, ଯିଏ ଐତିହ୍ୟ କ୍ୟାବିନେଟ କରିଛି । ଓଡ଼ିଆ ଭାଷା ଓ ସାହିତ୍ୟକୁ ସ୍ବତନ୍ତ୍ର ବିଭାଗ କରିବାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପ୍ରତି ୫ ବର୍ଷରେ ବିଶ୍ବ ଭାଷା ସମ୍ମିଳନୀ କରାଯିବ । ପ୍ରତିବର୍ଷ ଏହା ରାଜ୍ୟସ୍ତରୀୟ କରାଯିବ । ପ୍ରଥମ ଭାଷା ସମ୍ମିଳନୀରେ ବିଶେଷଜ୍ଞଙ୍କ ମତକୁ ତିନି ବର୍ଷରେ କାର୍ଯ୍ୟକାରୀ କରାଯିବ । ଭାଷା କମିଶନ ଗଠନ ସହ ଭାଗବତ ଟୁଙ୍ଗିର ବିକାଶ କରାଯିବ ।"
ଅମରଙ୍କ ସୂଚନା ଅନୁସାରେ, ରାଜ୍ୟରେ 1500 ହାଇସ୍କୁଲରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । କଲେଜଙ୍କୁ 1 ହାଜର କୋଟି ଅନୁଦାନ ଦିଆଯାଇଛି । 19 ଜନଜାତି ଭାଷା ଶବ୍ଦକୋଷ କରାଯାଇଛି । ଏହାକୁ ଆହୁରି କ୍ରିୟାଶୀଳ କରାଯିବ । ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସତ୍ତ୍ବେ କେନ୍ଦ୍ର ଅନୁଦାନ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟ ଭାଷାକୁ ମିଳିଥିବା ସଂସଦରେ ଉତ୍ତର ଆସିଛି । ତେଣୁ ମୁଖ୍ୟମନ୍ତ୍ରୀ 100 କୋଟି ଆସନ୍ତା 10 ବର୍ଷର ପ୍ରଚାର ପାଇଁ ଖର୍ଚ୍ଚ କରିବାକୁ ବିଜେଡି ଇସ୍ତାହାରରେ ରଖାଯାଇଥିବା ସେ କହିଛନ୍ତି । କଳାକାରଙ୍କୁ ପେନସନ ମିଳିବ । SHG ପରି କଳାକାର ମହାସଂଘ କରାଯିବ । ସେଥିରେ SHG ପରି ପ୍ରୋତ୍ସାହନ ମିଳିବ । ଏହା ସଂସ୍କୃତି ଓ ପରମ୍ପରାକୁ ଆଗେଇବ । ମହାପ୍ରଭୁ ଜଗନ୍ନାଥଙ୍କ କଥା ଆହୁରି ବ୍ୟାପକ କରାଯିବ । ବୁଣାକାର ମାନଙ୍କୁ ମଧ୍ୟ ମାଗଣା ସ୍ବାସ୍ଥ୍ୟ ଓ ଦୁର୍ଘଟଣା ବୀମା 3 ଲକ୍ଷ ଟଙ୍କା ଯାଏଁ ମିଳିବା ସହ BSKY ପରି ଯୋଜନାରେ ସାମିଲ କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ...ଯୁବ ଓଡ଼ିଶା, ନବୀନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ୟାରେଣ୍ଟି: ବିଜେଡି - BJD Manifesto