ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / politics

ମୋହନଙ୍କୁ ନବୀନଙ୍କ ଟାର୍ଗେଟ, 'ସରକାରଙ୍କ ବିଫଳତା ଓ ବିଜେପିର ମିଛକୁ ନେଇ ସଚେତନ କରିବ ବିଜେଡି' - naveen targets mohan majhi govt

Naveen Patnaik Targets Mohan Majhi: ରାଜ୍ୟ ସାଙ୍ଗଠନିକ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନଙ୍କ ବୈଠକରେ ମୋହନ ସରକାଙ୍କୁ ଘେରିଲେ ନବୀନ । ମୋହନ ସରକାରଙ୍କ ବିଫଳତା ଓ ବିଜେପିର ମିଛ ବାବଦରେ ସଚେତନ କରିବ ବିଜେଡି । ପଦଯାତ୍ରା ଏବଂ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଲେ । ଅଧିକ ପଢନ୍ତୁ

BJD party meeting
BJD party meeting (ETV BHARAT ODISHA)

ଭୁବନେଶ୍ବର:ନବୀନଙ୍କ ଟାର୍ଗେଟରେ ମୋହନ ସରକାର । ବିଜେପିର କାର୍ଯ୍ୟ ଦକ୍ଷତାକୁ ନେଇ ପୁଣି ମୋହନ ସରକାରଙ୍କୁ ଘେରିଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ସରକାରରେ ମହିଳା ଅସୁରକ୍ଷିତ, ସରକାରୀ କର୍ମଚାରୀ ବି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ମୋହନ ସରକାରଙ୍କ ଅପାରଗତା ଯୋଗୁଁ ପୁଞ୍ଜି ଫେରି ଯାଉଛି ବୋଲି ଦଳର ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପ୍ରସ୍ତୁତି ବୈଠକରେ କହିଛନ୍ତି ନବୀନ । ବିଜେପିର ମିଛ ପ୍ରତିଶ୍ରୁତି ଏବଂ ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ସହ ଦଳର ପଦଯାତ୍ରା ଏବଂ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।


ବିଜେପି ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି:

BJD party meeting (ETV BHARAT ODISHA)

ଶୁକ୍ରବାର ଶଙ୍ଖ ଭବନରେ ଦଳର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ସାମିଲ ହୋଇଥିଲେ ନବୀନ । ସେଠାରେ କହିଥିଲେ, "ଦରଦାମ ବୃଦ୍ଧିରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି । ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ନାରୀ ନିର୍ଯାତନା ବଢି ଚାଲିଛି । ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଓଡିଶାରୁ ପୁଞ୍ଜି ଫେରି ଯାଉଛି । ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ । ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।"


ମିଛ କହି ନିର୍ବାଚନ ଜିତା ଯାଇପାରେ, ଲୋକଙ୍କ ହୃଦୟ ନୁହେଁ:

BJD party meeting (ETV BHARAT ODISHA)

ନବୀନ ଆହୁରି ମଧ୍ୟ କହିଛନ୍ତି, ''ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶୃତି ଆଜି ସାଧାରଣ ଲୋକଙ୍କୁ ହତଚକିତ କରିଛି । ବିଜୁ ଜନତା ଦଳ ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି । ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶାର ମୁଣ୍ଡପିଛା ରୋଜଗାର ସର୍ବାଧିକ ବୃଦ୍ଧି ଘଟିଛି । ଯାହାକି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ ଅଧିକ । ସେହିପରି ମୁଣ୍ଡପିଛା ଋଣ ପରିମାଣ ମଧ୍ୟ ଡବଲ ଇଞ୍ଜିନ ରାଜ୍ୟଙ୍କ ଠାରୁ କମ ରହିଛି ।

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ବରିଷ୍ଠ ନେତାଙ୍କୁ ଗୁରୁତ୍ବ: ଗଠନ ହେଲା ଉପଦେଷ୍ଟା-ସଭ୍ୟ ସଂଗ୍ରହ-କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି - BJD New Committee

ଏହା ମଧ୍ୟ ପଢନ୍ତୁ-ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’ - Mohan Targets Naveen

ଏହା ମଧ୍ୟ ପଢନ୍ତୁ-ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର: ନବୀନ - NAVEEN ADVICE TO BJD

ଅକ୍ଟୋବରରୁ ବିଜେଡିର ପଦଯାତ୍ରା:

BJD party meeting (ETV BHARAT ODISHA)

ବିଜେଡି ସମନ୍ୱୟ କମିଟିର ମୁଖ୍ୟ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ କହିଛନ୍ତି, "ଦଳର ପଦଯାତ୍ରା ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ୬ ତାରିଖ ଯାଏଁ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୁଇଟି ପର୍ଯ୍ୟାୟରେ ୧୫ ଦିନିଆ ପଦଯାତ୍ରା ହେବ । ସେହିପରି ଗୋପବନ୍ଧୁ ଜୟନ୍ତୀରେ ଦୁଇମାସ ଧରି ଚାଲିବ ସଦସ୍ୟ ସଂଗ୍ରହ ଅଭିଯାନ ।"

ନୂଆ ସରକାର ଲୋକଙ୍କ ଆଶା ଧୂଳିସାତ କରିଛନ୍ତି:

BJD party meeting (ETV BHARAT ODISHA)

ବିଜେଡିର ଉପଦେଷ୍ଟା କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ନୂଆ ସରକାରରେ କିଏ ପୂର୍ବକୁ ଯାଉଛି ତ କିଏ ପଶ୍ଚିମକୁ ଯାଉଛି । କିଏ ଉତ୍ତରକୁ ଯାଉଛି ତ ଆଉ କିଏ ଦକ୍ଷିଣକୁ ଯାଉଛି । ସକାଳୁ ଗୋଟେ ନିଷ୍ପତ୍ତି ହେଉଛି, ସନ୍ଧ୍ୟାରେ ତାହା ବଦଳି ଯାଉଛି । ନୂଆ ସରକାର ଲୋକଙ୍କ ଆଶା ଧୂଳିସାତ କରିଛନ୍ତି ।" ସେହିପରି ବିଜେଡିର କାର୍ଯ୍ୟନ୍ଵୟନ କମିଟିର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ''ରାଜ୍ୟରେ ଆଇଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ମହିଳା ମାନଙ୍କ ପ୍ରତି ଅସଦାଚରଣ ବଢି ଚାଲିଛି । ଓଡ଼ିଶାର ପରିଚୟ ସଙ୍କଟ ଦେଖା ଯାଇଛି । ଓଡ଼ିଶାରୁ ବହୁ ଶିଳ୍ପ ଫେରିଯିବାକୁ ବସିଲେଣି ।"

BJD party meeting (ETV BHARAT ODISHA)
ବିଜେଡି ସଭ୍ୟ ସଂଗ୍ରହ କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି,''ଅକ୍ଟୋବର ୯ରୁ ଗୋପବନ୍ଧୁ ଜୟନ୍ତୀ ଅବସରରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଦୁଇ ମାସ ଧରି ଚାଲିବ । ପୂର୍ବ ବର୍ଷ ତୁଳନାରେ ଅଧିକ ସଭ୍ୟ ସଂଗ୍ରହ ହେବ । ''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details