ଓଡିଶା

odisha

ETV Bharat / politics

ପୁରୀ ବିଜେଡିର ଫାଟ ଲୁଚାଇବା ଚିନ୍ତା ! କର୍ମୀ ଓ ନେତାଙ୍କୁ ଏକଜୁଟ ପାଇଁ ବସୁଛି ଘନ ଘନ ବୈଠକ - BJD Preparation Meeting - BJD PREPARATION MEETING

BJD Preparation Meeting: ପୁରୀ ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ । ଗୋଷ୍ଠୀ କନ୍ଦଳ ଲୁଚାଇ ସମସ୍ତେ ଏକାଠି ଥିବା ବାର୍ତ୍ତା ବାଣ୍ଟିବାକୁ ପୁଣି ଏକାଠି ହେଲେ ଦୁଇ ତୀବ୍ର ବିରୋଧୀ ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି । ଅଧିକ ପଢ଼ନ୍ତୁ

BJD Preparation Meeting
BJD Preparation Meeting

By ETV Bharat Odisha Team

Published : Apr 19, 2024, 12:06 PM IST

BJD Preparation Meeting

ପୁରୀ: ନିର୍ବାଚନ ଯେତିକି ପାଖେଇ ଆସୁଛି, ପୁରୀ ବିଜେଡିରେ ଟେନ୍‌ସନ୍‌ ସେତିକି ବଢିବାରେ ଲାଗିଛି । ବିଜେଡିରେ ଏକାଧିକ ଫାଟକୁ ନେଇ ଦଳ ଚିନ୍ତିତ । ଦଳରେ ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁଁ ପୁଣି 2019 ନିର୍ବାଚନ ଭଳି ପୁରୀରେ ବିଜେଡି ପରାଜୟର ସମ୍ମୁଖୀନ ଯେଭଳି ନହୁଏ, ସେଥିପାଇଁ ଦଳ ଘନ ଘନ ପ୍ରସ୍ତୁତି ବୈଠକ ଡାକି ଦୁଇ ତୀବ୍ର ବିରୋଧୀ ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତିଙ୍କୁ ଏକାଠି କରିବା ପାଇଁ ଦଳ ଉଦ୍ୟମ ଜାରି ରଖିଛି ।

ପୁରୀ ବିଜେଡି କୌଣସି ଫାଟ ନଥିବା ବାର୍ତ୍ତା ଦେବାକୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ଉପରେ ଦଳ ଚାପ ପକାଉଥିବା କୁହାଯାଉଛି । ଆଉ ଦଳର ଚାପ ଯୋଗୁଁ ସାଂସଦ ଶୁଭାଶିଷ ଏକ ବିଶାଳ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ । ଯେଉଁଥିରେ ପୁରୀ ବିଜେଡି ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି, ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଉପସ୍ଥିତ ଥିଲେ । ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ସହ ପୁରୀ ସହରର 32ଟି ୱାର୍ଡର କର୍ମୀ, ନେତା ଯୋଗ ଦେଇ ବିଜୁ ଜନତା ଦଳକୁ ଜିତାଇବା ପାଇଁ ସଂକଳ୍ପ ନେଇଥିଲେ । ପୁରୀ ବିଧାନସଭା ପ୍ରାର୍ଥୀ ସୁନିଲ ମହାନ୍ତି କହିଥିଲେ, "ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହେଉଛନ୍ତି ଆମ ନେତା । ସେ ସାଢ଼େ ଚାରି କୋଟି ଓଡିଆଙ୍କ ସୁଖ ଦୁଃଖର ସାଥୀ ।" ତେଣୁ ଆଗାମୀ ନିର୍ବାଚନରେ ଶଙ୍ଖ ଚିହ୍ନକୁ ଭୋଟ ଦେଇ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ସୁନୀଲ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ସେପଟେ ପୁରୀ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ କହିଛନ୍ତି, "ମୁଁ ସବୁବେଳେ ଜନସେବାରେ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ, ନିର୍ମଳ, ଲୋକାଭିମୁଖୀ ସରକାର କୋଟି କୋଟି ଓଡ଼ିଆଙ୍କୁ ପ୍ରଭଭିତ କରିଛି । ଯାହା ଆଗାମୀ ନିର୍ବାଚନରେ ପ୍ରତିଫଳିତ ହେବ ।" ବିଜେଡି ବିପୁଳ ଭୋଟରେ ପୁରୀ ଲୋକସଭା ଆସନ ଜିତିବ ବୋଲି ଅରୁପ ପଟ୍ଟନାୟକ କହିଛନ୍ତି । ସେପଟେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ଆମର ନେତା ନବୀନ ପଟ୍ଟନାୟକ । ଆମେ ଜଣେ ଜଣେ ଶୃଙ୍ଖଳିତ କର୍ମୀ । ଦଳର ସୁପ୍ରିମୋ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା କିଭଳି ସଫଳ ହେବ, ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି କିଭଳି ବିପୁଳ ବିଜୟ ହାସଲ କରିବ, ତାହା କର୍ମୀଙ୍କୁ ଜଣାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ତୁଟିଲା ପୁରୀ ବିଜେଡି କନ୍ଦଳ ! ଗୋଟିଏ ମଞ୍ଚରେ ଏକାଠି ଦୁଇ ବିରୋଧୀ ଯୁବନେତା ଶୁଭାଶିଷ ଓ ସୁନିଲ - Puri BJD

ପୁରୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ବଗଲା ଧର୍ମଶାଳାଠାରେ ପୁରୀ ସହରର ବିଜୁ ଜନତା ଦଳର ସମସ୍ତ ମୁରବୀ ଓ କର୍ମୀମାନଙ୍କୁ ନେଇ ଏହି ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ନବ-ନିର୍ବାଚିତ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କ ସଂଯୋଜନାରେ ପୁରୀ ଜିଲ୍ଲା ଯୁବ ଜନତା ଦଳର ସଭାପତି ନାରାୟଣ ସ୍ବାଇଁଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ହୋଇଥଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ପୁରୀ ସଦର ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details